Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ପରେ ଘରକୁ ପୁଅ ଭଲରେ ଚଳାଇବ ବୋଲି ଆଶା ରଖିଥିଲେ ବାପା-ମାଆ, ହେଲେ ଆଶା ଆଶାରେ ରହିଗଲା

by ସଞ୍ଜୟ ସ୍ୱାଇଁ
October 18, 2021
in State
ବିବାହ ପରେ ଘରକୁ ପୁଅ ଭଲରେ ଚଳାଇବ ବୋଲି ଆଶା ରଖିଥିଲେ ବାପା-ମାଆ, ହେଲେ ଆଶା ଆଶାରେ ରହିଗଲା
188
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଗୋଟିଏ ବୋଲି ପୁଅ, ତାକୁ ବିବାହ କରିଦେଲୁ । ବିବାହ ପରେ ଘରକୁ ଭଲରେ ଚଳାଇବ ବୋଲି ଆଶା ରଖିଥିଲେ ବାପା-ମାଆ । ହେଲେ କିନ୍ତୁ ଆଶା ରହିଗଲା ଆଶାରେ । ପୁଅ ସେବା ପରିବର୍ତ୍ତେ ଆରମ୍ଭ କରିଦେଲା ମାରପିଟ୍‌ । ଥାନାରେ ଅଭିଯୋଗ ପରେ ପୁଅ ଭୁଲ ମାଗୁଲା , କିନ୍ତୁ ଘରକୁ ଆଣି ବାପ-ମାଆଙ୍କୁ ପୁଣି ମାଡ଼ ମାରୁଛି । ଏପରି ଅଭିଯୋଗ ପରେ ପୁଅକୁ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ପାଳିକରି ଗାଁର ଗୋପବନ୍ଧୁ ଦାସ ଓ ଉମାମଣି ଦାସଙ୍କର ଗୋଟିଏ ବୋଲି ପୁଅ । ତାଙ୍କ ନାମ ଗଦାଧର ଦାସ । ଗୋଟିଏ ପିଲା ବୋଲି ବହୁ ଆଦରରେ ବଡ଼ କରିଥିଲେ । ଭବିଷ୍ୟତରେ ପୁଅର ସେବା ପାଇଁ ଅନେକ ସ୍ୱପ୍ନ ମଧ୍ୟ ଦେଇଥିଲେ । କିନ୍ତୁ ବିବାହ ପରେ ବାପ-ମାଆ ଦେଖିଥିବା ସବୁ ସ୍ୱପ୍ନ ଭାଙ୍ଗିଯାଇଥିଲା ।ପୁଅ ମଦ ପିଇ ବାପା-ମାଆଙ୍କୁ ମାଡ଼ ମାରିଥିବାର ଅଭିଯୋଗ ଆସିଛି । ଏନେଇ ଧାନନଗର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ଏହି ବୃଦ୍ଧ ଦମ୍ପତ୍ତି । ଥାନାରେ ଅଭିଯୋଗ ପରେ ବାପ-ମାଆଙ୍କୁ ସମସ୍ତଙ୍କ ଆଗରେ ଭୁଲ୍‌ ମାଗି ଘରକୁ ନେଇଥିଲେ । କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଯାଇଥିଲା ଯାତନା । ମଦ ପିଇ ପୁଣି ବାପ-ମାଆଙ୍କୁ ମାଡ଼ ମାରିବା ସହ ଘର ଭିତରେ ବନ୍ଦ କରିଦେଇଥିଲା ପୁଅ । ଉଭୟ ମା ଓ ବାପା ପଡୋଶୀ ଘରର ଲୋକଙ୍କ ସହଯୋଗରେ ଘରୁ ବାହାରି ଭଦ୍ରକ ଏସ୍‌ପିଙ୍କ ନିକଟକୁ ଆସିଥିଲେ । ପୋଲିସ ପୁଅ ଗଦାଧର ଦାସକୁ ଥାନାରେ ଅଟକ ରଖିଛି । ତେବେ ପୁଅ ଠାରୁ ତ୍ରାହି ପାଇବା ପାଇଁ ବାପା ମା କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!