Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ତ୍ରୀଙ୍କର ମାସକର ଦକ୍ଷତା: ନବୀନଙ୍କୁ ରିପୋର୍ଟ ଦେଲେ ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
September 10, 2019
in Politics
45
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା\ବ୍ୟୁରୋ): ନବୀନ ପଟ୍ଟନାୟକ ପଞ୍ଚମ ପାଳିର ସରକାରରେ ମନ୍ତ୍ରୀମାନେ ନିଜର ମାସକର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ସରକାର ଗଠନର ପ୍ରଥମ ଦିନରେ ଯେତେବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରିପରିଷଦ ବୈଠକ ଡାକି ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବାକୁ ନିଷ୍ପତ୍ତି କରିଥିଲେ ସେତେବେଳେ ମାସର ୭ ତାରିଖରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ପ୍ରଥମ ମନ୍ତ୍ରୀଙ୍କର ମାସକର ଦକ୍ଷତା: ନବୀନଙ୍କୁ ରିପୋର୍ଟ ଦେଲେ ମନ୍ତ୍ରୀ ମାସର ରିପୋର୍ଟ ମନ୍ତ୍ରୀମାନେ ପ୍ରଦାନ କରିଛନ୍ତି । ବିଭାଗ ସମ୍ପର୍କରେ ଜାଣନ୍ତୁ ଅବା ନଜାଣନ୍ତୁ ମନ୍ତ୍ରୀ ନିଜର ରିପୋର୍ଟ ଦାଖଲ କରିଛନ୍ତି ।

ମେ ୨୯ ତାରିଖରେ ନବୀନ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଥିଲେ । ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ଜଣ ସ୍ୱାଧୀନ ପାହ୍ୟା ରାଷ୍ଟମନ୍ତ୍ରୀ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ସମଗ୍ର ମନ୍ତ୍ରୀ ସେମାନଙ୍କର ବିଭାଗର ସମୀକ୍ଷା ସମ୍ପର୍କିତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ଗତ ମାସକ ମଧ୍ୟରେ ମନ୍ତ୍ରୀମାନେ କ’ଣ ପଦକ୍ଷେପ ନେଇଛନ୍ତି, ସେମାନଙ୍କ ବିଭାଗର ସ୍ଥିତି କ’ଣ ଆଗାମୀ ଦିନ ପାଇଁ ସେମାନଙ୍କ ରୋଡମ୍ୟାପ୍ କ’ଣ ରହିଛି ସେ ସମ୍ପର୍କରେ ଏହି ରିପୋର୍ଟ କାର୍ଡରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ନିଜ ରିପେର୍ଟ ନେଇ ମନ୍ତ୍ରୀମାନେ ମଧ୍ୟ ସନ୍ତୁଷ୍ଟ ଥିବା କହିଛନ୍ତି । ମନ୍ତ୍ରୀମାନେ ମେ ୨୯ ତାରିଖରେ ଶପଥ ଗ୍ରହଣ କରିଥିଲେ ମଧ୍ୟ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ଅଧିକାଂଶ ମନ୍ତ୍ରୀ ପୂର୍ଣ୍ଣରୂପେ ଦାୟିତ୍ବ ନେଇପାରି ନଥିଲେ ।

ସେମାନଙ୍କୁ ସଚିବାଳୟରେ ପ୍ରକୋଷ୍ଠ ନେବାକୁ ବେଶ କିଛିଦିନ ଲାଗି ଯାଇଥିଲା । ପରେ ଅଫିସ୍ କାମ ଆରମ୍ଭ କରିବା ପାଇଁ ନିଜର ବ୍ୟକ୍ତିଗତ ସଚିବ ନେବା କଷ୍ଟକର ହୋଇଥିଲା । ବେଶ କିଛିଦିନ ପରେ ବ୍ୟକ୍ତିଗତ ସଚିବଙ୍କୁ ନିଯୁକ୍ତି ଦିଆଯାଇଥିଲା । ଶେଷରେ କିଛି ମନ୍ତ୍ରୀ ମିଳିଥିବା ପ୍ରକୋଷ୍ଠରେ ପୂଜାପାଠ କରି କାମ ଆରମ୍ଭ କରିଥିବା ବେଳେ ଆଉ କିଛି ମନ୍ତ୍ରୀ ପ୍ରଥମ ଦିନରୁ ବିଭାଗ ବୁଲି କାମ ଆରମ୍ଭ କରିଥିବା ଦେଖାଇଥିଲେ ।

ବସ୍ତୁତଃ ମାସକରୁ ଅଧିକ ସମୟ ମନ୍ତ୍ରୀମାନଙ୍କର ପ୍ରକୋଷ୍ଠ ସଜଡା ଓ ବ୍ୟକ୍ତିଗତ ସଚିବ ନିଯୁକ୍ତି ସହ ଅଫିସ ସଜଡାରେ ଯାଇଥିଲା । ଅପରପକ୍ଷରେ ପୁରୁଣା ମନ୍ତ୍ରୀଙ୍କୁ ଛାଡିଲେ ନୂଆ ମନ୍ତ୍ରୀମାନେ ଆରମ୍ଭରୁ ବିଭାଗ ସମ୍ପର୍କରେ ଅବଗତ ନଥିଲେ । ପୁରୁଣା ମନ୍ତ୍ରୀମାନଙ୍କ ମଧ୍ୟରୁ ଅନେକଙ୍କର ବିଭାଗ ବଦଳିଥିବାରୁ ସେମାନେ ମଧ୍ୟ ବିଭାଗ ସମ୍ପର୍କରେ ଅବଗତ ହେବାକୁ ସମୟ ନେଇଥିଲେ । ତା ଭିତରେ ବିଧାନସଭା ଅଧିବେଶନ ଆସିଯାଇଥିଲା । ତେଣୁ ମନ୍ତ୍ରୀମାନେ ବିଭାଗ ସମ୍ପର୍କରେ ବୁଝିବା, ଜାଣିବା ଓ କାମ କରିବା ପୂର୍ବରୁ ରିପୋର୍ଟ ଦେବାକୁ ପଡିଥିବା କୁହାଯାଉଛି । ଏଥିରେ ରିପୋର୍ଟ ଯହା ହୋଇଥିବ ତାହା ସମସ୍ତଙ୍କୁ ଜଣା ।

ଉଲ୍ଲେଖ ଥାଉକି, ଶନିବାର ସମସ୍ତ ମନ୍ତ୍ରୀ ସେମାନଙ୍କର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ମଧ୍ୟ ଅନେକ ଉପସ୍ଥିତ ନଥିଲେ । କିଏ ନିର୍ବାଚନ ମଣ୍ଡଳୀରେ ଥିଲେ ତ ଆଉ କିଏ ଅନ୍ୟ କେଉଁ ଅଞ୍ଚଳକୁ ଗସ୍ତରେ ଯାଇଥିଲେ । ତେବେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ପଠାଇ ଦିଆଯାଇଥିବା କୁହାଯାଇଛି । ରିପୋର୍ଟରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କ’ଣ ଲେଖିଛନ୍ତି ତାହା ପ୍ରକାଶ କରିନାହାନ୍ତି । ତେବେ ରିପୋର୍ଟ ଦେଇଥିବା କଥା ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ସବୁ ମନ୍ତ୍ରୀ ରିପୋର୍ଟ ଦେଇଥିବା କହିଛି । ତେବେ ଏହାକୁ ନେଇ ବିରୋଧୀ କଂଗ୍ରେସ ବେଶ୍ ସମାଲୋଚନା କରିଛି ।

କୁହାଯାଉଛି ସବୁ ମନ୍ତ୍ରୀଙ୍କର ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ନିଜେ ଯାଞ୍ଚ କରିବେ । ଯାଞ୍ଚ କଲା ପରେ ମନ୍ତ୍ରୀ ଓ ବିଭାଗୀୟ ସଚିବ ତଥା ଅନ୍ୟ ଅଫିସରମାନଙ୍କୁ ଡାକି ସେ ସମାଲୋଚନା କରିବେ । କେଉଁ ବିଭାଗ କି ପ୍ରକାର ପଦକ୍ଷେପ ନେଇଛି ଏବଂ ଆଗକୁ ତାଙ୍କର କ’ଣ ରୋଡମ୍ୟାପ୍ ରହିଛି ତାହା ନିଜେ ମୁଖ୍ୟମନ୍ତ୍ରୀ ଦେଖିବେ । ସୂଚନାଯୋଗ୍ୟ, ନବୀନଙ୍କ ଚଳିତ ମନ୍ତ୍ରୀମଣ୍ଡଳରେ ନୂଆକରି ଟୁକୁନୀ ସାହୁ, ନବ କିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ସୁଶାନ୍ତ ସିଂତ ଓ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ହୋଇଥିବା ବେଳେ ଜଗନ୍ନାଥ ସାରକା, ଦିବ୍ୟଶଙ୍କର ମିଶ୍ର, ସମୀର ରଞ୍ଜନ ଦାଶ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଓ ତୁଷାରକାନ୍ତି ବେହେରା ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । କ୍ୟାବିନେଟ ମଧ୍ୟରେ ଟୁକୁନୀ ସାହୁ ଓ ନବ ଦାସ ମଧ୍ୟ ପ୍ରଥମଥର ମନ୍ତ୍ରୀ ହୋଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!