Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପାଙ୍କ ଦୁଇ ହାତ ଧରି ମା’ଙ୍କୁ ଖୋଜି ବୁଲୁଥିବା ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ

by ସଞ୍ଜୟ ସ୍ୱାଇଁ
October 17, 2021
in State
ବାପାଙ୍କ ଦୁଇ ହାତ ଧରି ମା’ଙ୍କୁ ଖୋଜି ବୁଲୁଥିବା ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ
130
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମା’ କେଉଁଆଡେ ଛାଡି ପଳାଇଛି । ବାପାଙ୍କ ଦୁଇ ହାତ ଧରି ମା’ଙ୍କୁ ଖୋଜି ଖୋଜି କଟକ ରେଳଷ୍ଟେସନ ନିକଟରେ ବୁଲୁଥିବା ଦୁଇଜଣ ଶିଶୁଙ୍କୁ ଗତକାଲି(ଶୁକ୍ରବାର) ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ଦଶହରା ପାଇଁ ଗାଁ ଠୁ ସହର ଉତ୍ସବମୁଖର ଥିବା ବେଳେ ଏହି ଭାଇ ଭଉଣୀଙ୍କ କାହାଣୀ ଅତ୍ୟନ୍ତ କରୁଣ । ଯାଜପୁର ରୋଡ୍‌ ଷ୍ଟେସନ । ଗତ ବୁଧବାରର ଘଟଣା । ଶାଗୁଆନ ଗଛରୁ ଝଡି ପଡିଥିବା ଶୁଖିଲା ପତ୍ର ଉପରେ କଞ୍ଚା ଚୁଡା କୁଢା ଯାଇଥାଏ । ପତ୍ରରେ ସବୁଯାକ ଚୁଡା ଜାଗା ନ ହୋଇ ତଳେ ବି ପଡିଥାଏ । ସେହି ଚୁଡାକୁ ଖାଉଥାନ୍ତି ଦୁଇ ଶିଶୁ । ଶିଶୁ ଦ୍ୱୟଙ୍କ ବୟସ ଯଥାକ୍ରମେ ୪ ଓ ୨ ହେବ । ବଡ଼ଟି ପୁଅ ହୋଇଥିବା ବେଳେ ସାନଟି ଝିଅ । ଏଭଳି ଦୃଶ୍ୟ ଦେଖିଥିଲେ ହାଇକୋର୍ଟ ଆଡଭୋକେଟ ସୁବାସ ଚନ୍ଦ୍ର ପ୍ରଧାନ । ତୁରନ୍ତ ସେ ପିଲା ଦ୍ୱୟଙ୍କ ପାଖକୁ ଯାଇ ବୁଝିବାରୁ ପିଲାଙ୍କ ବାପା ପାଖକୁ ଆସିଥିଲେ । ବାପା କହିଥିଲେ ଯେ, ଏହି ଦୁଇ ପିଲାଙ୍କ ମା’ ସେମାନଙ୍କୁ ଛାଡି କେଉଁଆଡେ ପଳାଇଛି । ମା’ଙ୍କୁ ଖୋଜି ଖୋଜି ପିଲା ଦୁଇଟି ଅଥୟ ହୋଇ କନ୍ଦାକଟା କରିବାରୁ ସେ ତାଙ୍କୁ ଖୋଜି ବୁଲୁଛନ୍ତି । ଏହାପରେ ଆଡଭୋକେଟ ପ୍ରଧାନ ସମ୍ପୃକ୍ତ ପିଲାଦ୍ୱୟଙ୍କ ବାପାଙ୍କୁ ପଚରାଉଚରା କରିବାରୁ ଜଣାପଡିଥିଲା କି, ସେମାନଙ୍କ ଘର କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳରେ । ଜଗତପୁରରେ ରହି ସେମାନେ କାମ ଧନ୍ଦା କରନ୍ତି । କୌଣସି କାରଣରୁ କିଛି ଦିନ ହେବ ପିଲାଙ୍କ ମା’ ପଳାଇ ଯାଇଥିଲେ । ଏହାପରେ ଏତେ ଛୋଟ ପିଲାଙ୍କୁ ଛାଡି ନା ବାପା କାମ ଧନ୍ଦା କରିପାରୁଛନ୍ତି ନା ସ୍ତ୍ରୀକୁ ଖୋଜି ପାରୁଛନ୍ତି । ଏହା ଶୁଣିବା ପରେ ଆଡଭୋକେଟ ପ୍ରଧାନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲେ କଟକ ଆସିବା ପାଇଁ । ସେ ଦୁଇଛୁଆଙ୍କୁ ଧରି କଟକରେ ପହଞ୍ଚିବା ପରେ ଆଡଭୋକେଟ ପ୍ରଧାନ ଚାଇଲ୍ଡଲାଇନ୍‌କୁ ଫୋନ୍‌ କରିଥିଲେ । ଚାଇଲ୍ଡଲାଇନ୍‌ କର୍ମକର୍ତ୍ତା ସରୋଜ ପଟ୍ଟନାୟକ କଟକ ରେଳଷ୍ଟେସନ ନିକଟରେ ପହଞ୍ଚି ପିଲା ଦ୍ୱୟଙ୍କୁ ଉଦ୍ଧାର କରି ବସୁନ୍ଧରାକୁ ନେଇଥିଲେ । ଆଜି ଏହି ପିଲା ଦୁଇ ଜଣଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇଥିଲା । ମା’ ମିଳିବା ପରେ ସେ ତାଙ୍କ ପିଲାଙ୍କୁ ଏଠାରୁ ନେଇଯିବେ ବୋଲି ବାପା ଶିଶୁ ମଙ୍ଗଳ କମିଟି ଆଗରେ କହିଛନ୍ତି । ତେବେ ବସୁନ୍ଧରା ପରିସରରେ ଏହି ଭାଇ ଭଉଣୀଙ୍କ ପରସ୍ପର ପ୍ରତି ଥିବା ଅନାବିଳ ସ୍ନେହ ମମତା ଆହୁରି କରୁଣ ପରିବେଶ ସୃଷ୍ଟି କରିଛି । କେହି କାହାକୁ ଦଣ୍ଡେ ଛାଡୁନାହାନ୍ତି । ୪ ବର୍ଷର ଭାଇ ଭଉଣୀ ହାତକୁ ଜାବୁଡି ଧରି ବୁଲୁଛି । ଖାଇବାକୁ ଡାକିଲେ ଉଭୟ ଏକା ସାଙ୍ଗରେ ଖାଉଛନ୍ତି । ବେଳେ ବେଳେ ଉଭୟ ମା’ ଓ ବାପାଙ୍କୁ ଖୋଜୁଥିବା ଦେଖାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!