Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ରହ୍ମଗିରି ଗସ୍ତ

by ସଞ୍ଜୟ ସ୍ୱାଇଁ
October 6, 2021
in State
ଇଞ୍ଜିନିୟରିଂ ଓ ମେଡିକାଲ ଛାତ୍ରଛାତ୍ରୀମାନେ ପାଇବେ ମାଗଣାରେ କୋଚିଂ ସୁବିଧା
83
VIEWS
Share on FacebookShare on Twitter

କୃଷ୍ଣପ୍ରସାଦ, (ବାଘୁଆବାର୍ତ୍ତା): ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ରହ୍ମଗିରି ଗସ୍ତ। ଏହା ପୂର୍ବରୁ ମଙ୍ଗଳବାର ଦିନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା କୃଷ୍ଣପ୍ରସାଦଗସ୍ତ କରି ଫେରିଛନ୍ତି । ମଖ୍ୟମନ୍ତ୍ରୀ କାର୍ୟ୍ୟକ୍ରମ ପୂର୍ବରୁ ଉପାଧ୍ୟକ୍ଷ କୃଷ୍ଣପ୍ରସାଦ ବ୍ଲକରେ ପହଞ୍ଚି ବିଡିଓ ମନୋଜ ନାୟକ ଓ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ନେତୃତ୍ୱରେ ଆୟାଜିତ ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇଥିଲେ । ଖାଦ୍ୟ ସୁରକ୍ଷା ଯୋଜନାରେ ରେସନ କାର୍ଡ ଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାଜନାରେ ନୂତନ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ସମସ୍ତେ ସହଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସାକାର କରିବାକୁ କହିଥିଲେ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ କୃଷ୍ଣପ୍ରସାଦ ବ୍ଲକର ୨୧ ପଞ୍ଚାୟତରେ ୧୯ ହଜାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି କହିଥିଲେ । ୪ ଦିନ ଧରି ବରିଷ୍ଠ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହଯୋଗରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି କହିଥିଲେ । ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତିଙ୍କୁ ପ୍ରତ୍ୟେକ ପଞ୍ଚାୟତର ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ । ପ୍ରତ୍ୟେକ ପଞ୍ଚାୟତର ଦୁଇଟି ସ୍କୁଲରେ କାର୍ଡ ବଣ୍ଟନ କରାଯିବା ବ୍ୟବସ୍ଥା କରାଯାଇଛି । ଦଳ ମତ ନିର୍ବିଶେଷରେ ସମସ୍ତ ପ୍ରତିନିଧି ସହଯୋଗ କରିବାକୁ କହିଥିଲେ । ବୈଠକ ପରେ ଉପାଧ୍ୟକ୍ଷ ବ୍ଲକ୍‌ ଓ ତହସିଲର ବିଭିନ୍ନ କାର୍ୟ୍ୟାଳୟ ବୁଲି ଦେଖିଥିଲେ । ବିପଦ ସଂକୁଳ ତହସିଲ୍‌ କାର୍ୟ୍ୟାଳୟକୁ ଦେଖି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନୂତନ ଗୃହ ନିର୍ମାଣ ଓ କାର୍ୟ୍ୟାଳୟର ପୁନରୁଉଦ୍ଧାର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇବାକୁ ତହସିଲଦାର ଉଲ୍ଲାସ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପାଧ୍ୟକ୍ଷଙ୍କ ଗସ୍ତ ଖବର ପାଇ ଗାମୁଣ୍ଡିଆ ପଞ୍ଚାୟତର ବାସହରା ଅସହାୟ ଦମ୍ପତ୍ତି ତାରିଣୀ ସ୍ୱାଇଁ ଓ ବାସନ୍ତୀ ସ୍ୱାଇଁ ତହସିଲ୍‌ କାର୍ୟ୍ୟାଳୟ ସମ୍ମୁଖରେ ଆକୁଳ ନିବେଦନ କରିବା ପରେ ତୁରନ୍ତ ଅସହାୟ ପରିବାରକୁ ଥଇଥାନ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ତିତିପ ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ମହାପାତ୍ର ଓ ଗାମୁଣ୍ଡିଆ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କାଶୀନାଥ ଜେନାଙ୍କୁ ଦାୟିତ୍ୱ ଦେଇଥିଲେ । ବ୍ଲକ୍‌ ଅଧ୍ୟକ୍ଷା ସୌଦାମିନୀ ମାନସିଂଙ୍କ ସହ ସ୍ମାର୍ଟ କାର୍ଡ ବଣ୍ଟନରେ ସହଯୋଗ କରିବା ପାଇଁ ଆଲାଚନା କରିଥିଲେ । ଥାନାଧିକାରୀ ଦିଲୀପ କୁମାର ସ୍ୱାଇଁ ଓ ଭାରପ୍ରାପ୍ତ ଅଧିକାରୀ ନାରାୟଣ ପ୍ରଧାନ କଡ଼ା ସୁରକ୍ଷା ଦେଇଥିଲେ । ଉପାଧ୍ୟକ୍ଷଙ୍କ ଗସ୍ତ ବେଳେ ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତି ପ୍ରଧାନ, ବିଜେଡି ବ୍ଲକ ସଭାପତି ତଥା ପୁର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଯୁବ ସଂଗଠକ ହେମନ୍ତ କୁମାର ଜେନା, ଦିଲୀପ କୁମାର ରଣସିଂ, ପ୍ରଦୀପ କୁମାର ମାଝୀ , ନବଘନ ତରେଇ, ସମିତି ସଭ୍ୟ ବିଜୟ କୁମାର ତରେଇ ଓ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!