Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟାଳୟ ଉନ୍ନୟନ ନିମନ୍ତେ ଖର୍ଚ୍ଚ ହୋଇଥିବା ଅର୍ଥର ହିସାବକୁ ନେଇ ଶିକ୍ଷକଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ , ଜଣେ ଅଟକ

by ସଞ୍ଜୟ ସ୍ୱାଇଁ
October 6, 2021
in State
ବିଦ୍ୟାଳୟ ଉନ୍ନୟନ ନିମନ୍ତେ ଖର୍ଚ୍ଚ ହୋଇଥିବା ଅର୍ଥର ହିସାବକୁ ନେଇ ଶିକ୍ଷକଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ , ଜଣେ ଅଟକ
185
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ଶିକ୍ଷା ପଦ୍ଧତି ପାଳନ କରିବାକୁ ଓଡ଼ିଶାରେ ଗ୍ରାମାଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀମାନେ ହଟହଟା ହେଉଛନ୍ତି । ଶିକ୍ଷକମାନେ ରାଷ୍ଟ୍ର ନିର୍ମାତା ହୋଇଥିବାବେଳେ ବାସ୍ତବ କ୍ଷେତ୍ରରେ ସେମାନଙ୍କ ପ୍ରତି ଅମାନବିକ ବ୍ୟବହାର, ଅସଦାଚରଣ ଓ ଆକ୍ରମଣ ଇତ୍ୟାଦି ଘଟଣା ଆମ ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଠି ନିର୍ଦ୍ଦେଶ କରିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦଇଶିଂ ପଞ୍ଚାୟତର ସୁବର୍ଣ୍ଣେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଏହି ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ନରହରି ସେଠୀ କେନ୍ଦ୍ର ସରକାରଙ୍କ ନାସ (ନ୍ୟାସନାଲ ଏଚିଭମେଣ୍ଟ ସର୍ଭେ ଡୋରଷ୍ଟେପ୍‌) ଯୋଜନାରେ ଗାଁ ଶିବ ମନ୍ଦିରରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ଏହି ସମୟରେ କେତେକ ଗ୍ରାମବାସୀ ପୂର୍ବ ଘଟଣାକୁ ନେଇ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏପରିକି ତାଙ୍କୁ ଘୋଷାରି ଘୋଷାରି ଆଣି ଗଛରେ ବାନ୍ଧିବା ସହ ନିସ୍ତୁକ ମାଡ଼ ମାରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ କେତେକ ଶିକ୍ଷକ ନେତା ପୁଲିସକୁ ଜଣାଇଥିଲେ । ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା । ପରେ ପୀଡ଼ିତ ସହକାରୀ ଶିକ୍ଷକ ଶ୍ରୀ ସେଠୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୫ଜଣ ଗ୍ରାମବାସୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲାରେ ଜଣଙ୍କୁ ଅଟକ ରଖିଛି । ସୂଚନାଯୋଗ୍ୟ, ବିଦ୍ୟାଳୟ ଉନ୍ନୟନ ନିମନ୍ତେ ଖର୍ଚ୍ଚ ହୋଇଥିବା ଅର୍ଥର ହିସାବକୁ ନେଇ ବିବାଦ ଉପୁଜିଥିଲା । ଗତ ସୋମବାର ମଧ୍ୟାହ୍ନରେ ସୁବର୍ଣ୍ଣେଶ୍ୱର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ନାୟକ, ସହକାରୀ ଶିକ୍ଷକ ନରହରି ସେଠୀ, ମୁକୁନ୍ଦ ଟୁଡୁ ପ୍ରମୁଖ ବିଦ୍ୟାଳୟରେ ଥିବାବେଳେ କେତେକ ଗ୍ରାମବାସୀ ଅଫିସ ଓ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ଫଳରେ ମଧ୍ୟାହ୍ନ ୨ଟାରୁ ୪ଟା ପର୍ୟ୍ୟନ୍ତ ୨ଘଣ୍ଟା ଧରି ଶିକ୍ଷକମାନେ ସ୍କୁଲ ମଧ୍ୟରେ ଅଟକ ରହିଥିଲେ । ଏ ବାବଦରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲ୍‌କ ଖବର ପାଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ୨ଜଣ ସିଆରସିସି ପଦ୍ମଲୋଚନ ପଣ୍ଡା, ବାଇଧର ପଲାଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କୁ ମୁକୁଳାଇଥିଲେ । ଆସନ୍ତା ଶୁକ୍ରବାର ବିବାଦର ସମାଧାନ କରିବାକୁ ଦିନ ଧାର୍ୟ୍ୟ ହୋଇଥିଲା । ହେଲେ ମଙ୍ଗଳବାର ଶିକ୍ଷକ ଶ୍ରୀ ସେଠୀ ପିଲାଙ୍କୁ ପଢ଼ାଉଥିବାବେଳେ କେତେକ ଗ୍ରାମବାସୀ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଗଛରେ ବାନ୍ଧି ଦେଇ ମାଡ଼ ମାରିଥିବା ଥାନାରେ ହୋଇଥିବା ଅଭିଯୋଗରୁ ଜଣାଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ଫେଡରେସନ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର ଗାଁଗୁଡ଼ିକରେ ଶିକ୍ଷକଙ୍କ ପ୍ରତି ଏଭଳି ଅମାନବିକ ଅତ୍ୟାଚାରକୁ ତୀବ୍ର ନିନ୍ଦା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପିଲାଙ୍କ ପାଖକୁ ଯାଇ ଶିକ୍ଷାଦାନ କରୁଥିବାବେଳେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ । ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି । ଏଥିରେ ବ୍ୟତିକ୍ରମ ଘଟିଲେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀମତୀ ମହାପାତ୍ର ଚେତାବନୀ ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!