Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଡ଼ି ଶୋ’ରୁମ୍‌ ଆଜବେଷ୍ଟସ୍‌ ଭାଙ୍ଗି କ୍ୟାସ୍‌ ଡ୍ରରୁ ନଗଦ ୬୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
October 4, 2021
in Crime, State
ଗାଡ଼ି ଶୋ’ରୁମ୍‌ ଆଜବେଷ୍ଟସ୍‌ ଭାଙ୍ଗି କ୍ୟାସ୍‌ ଡ୍ରରୁ ନଗଦ ୬୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ
188
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଓକିନାୱା ସ୍କୁଟର ଶୋ’ରୁମ୍‌ର ଆଜବେଷ୍ଟସ୍‌ ଭାଙ୍ଗି ଚୋରି କଲେ ଦୁର୍ବୃତ୍ତ। ୧୪୩ ନଂ.ଜାତୀୟ ରାଜପଥର କାରମେଲ ସ୍କୁଲ ନିକଟରେ ଥିବା ସ୍କୁଟର ଶୋ’ରୁମ୍‌ରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି । ମାତ୍ର ଚୋରମାନଙ୍କ ସମ୍ପର୍କରେ କିଛି ଟେର୍‌ ପାଇନଥିବା ଜଣାପଡ଼ିଛି । ଜାତୀୟ ରାଜପଥ କଡ଼ରେ ଭିବ୍ରାଣ୍ଟ ଅଟୋମୋବାଇଲ ରହିଛି । ସବୁଦିନ ଭଳି ଗତକାଲି ଶୋ’ରୁମ୍‌ର କର୍ମଚାରୀଙ୍କ ସମେତ ମାଲିକ ଶୋ’ରୁମ ବନ୍ଦ କରି ଘରକୁ ଯାଇଥିଲେ । ମାତ୍ର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଶୋ’ରୁମ୍‌ର ଆଜବେଷ୍ଟସ୍‌ ଛାତ ଭାଙ୍ଗି ଭିତରକୁ ପଶିଥିଲା । ଶୋ’ରୁମ୍‌ର କ୍ୟାସ୍‌ ଡ୍ରରେ ଥିବା ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ଚମ୍ପଟ ମାରିଥିଲା । ସକାଳେ କର୍ମଚାରୀମାନେ ଶୋ’ରୁମ୍‌ ଖୋଲିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ତୁରନ୍ତ ମାଲିକଙ୍କୁ ସୂଚନା ଦେଇଥିଲେ । ସେ ଶୋ’ରୁମ୍‌ରେ ପହଞ୍ଚିଫବା ପରେ ଜାଣିବାକୁ ପାଇଥିଲେ ଯେ, ଦୁର୍ବୃତ୍ତମାନେ କ୍ୟାସ୍‌ ଡ୍ରରୁ ନଗଦ ୬୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି । ଏ ସମ୍ପର୍କରେ ସେ ସ୍ଥାନୀୟ ଜଲଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!