Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଧା ବାଟରେ ବାଇକ୍‌ରୁ ପେଟ୍ରୋଲ୍‌ ସରିଗଲା, ଏକ ପଥରରେ ଛେଚି କର୍ମଚାରୀଙ୍କୁ ହତ୍ୟା କଲା ମାଲିକ

by ସଞ୍ଜୟ ସ୍ୱାଇଁ
October 2, 2021
in Crime, State
ଅଧା ବାଟରେ ବାଇକ୍‌ରୁ ପେଟ୍ରୋଲ୍‌ ସରିଗଲା, ଏକ ପଥରରେ ଛେଚି କର୍ମଚାରୀଙ୍କୁ ହତ୍ୟା କଲା ମାଲିକ
402
VIEWS
Share on FacebookShare on Twitter

ଜଙ୍କିଆ/ରଣପୁର, (ବାଘୁଆବାର୍ତ୍ତା): ଗ୍ୟାରେଜ୍‌ ମାଲିକ ଓ କର୍ମଚାରୀ ଏକାଠି ବାଇକ୍‌ରେ ବୁଲି ଯାଇଥିଲେ । ଅଧା ବାଟରେ ବାଇକ୍‌ରୁ ପେଟ୍ରୋଲ୍‌ ସରିଗଲା । ବାଇକ୍‌ରେ ପେଟ୍ରୋଲ୍‌ ପକାଇବାକୁ କର୍ମଚାରୀଙ୍କୁ କହିଲେ । କିନ୍ତୁ କର୍ମଚାରୀ ତେଲ ନ ପକାଇବାରୁ ମାଲିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଏକ ପଥରରେ ଛେଚି କର୍ମଚାରୀଙ୍କୁ ହତ୍ୟା କଲା । ଧରାପଡ଼ିଯିବା ଭୟରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେଉଥିଲା । କିନ୍ତୁ ଶେଷରେ ସବୁକଥା ଜଣାପଡ଼ିବା ପରେ ଗିରଫ ହେଲା ଗ୍ୟାରେଜ୍‌ ମାଲିକ । ରଣପୁରର ଜନୈକ ଯୁବକଙ୍କ ମୃତଦେହ ୧୬ନଂ. ଜାତୀୟ ରାଜପଥର ଜଙ୍କିଆ ନିକଟରୁ ଉଦ୍ଧାର ହୋଇଛି । ପରିବାର ଲୋକେ ଏନେଇ ଜଙ୍କିଆ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ହତ୍ୟା ସନ୍ଦେହରେ ଗ୍ୟାରେଜ ମାଲିକ ରାଜେଶ ପାଣ୍ଡି(୩୦)କୁ ପୁଲିସ ଗିରଫ କରି ପଚରାଉଚରା ଆରମ୍ଭ କରିଛି । ତେବେ ରାଜେଶ ସାମାନ୍ୟ କଥାରେ ସୌମ୍ୟରଞ୍ଜନ ସାମନ୍ତରାୟ (୧୮)ଙ୍କୁ ପଥରରେ ଛେଚି ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ରଣପୁର ବ୍ଲକର ବଜ୍ରକୋଟ ପଞ୍ଚାୟତ ଅନ୍ତର୍ଗତ ଭେରୁପଡ଼ା ଗ୍ରାମର ପ୍ରଭାକର ସାମନ୍ତରାୟଙ୍କ ପୁଅ ସୌମ୍ୟରଞ୍ଜନ ରଣପୁର ବଜାରରେ ଥିବା ଏକ ଗ୍ୟାରେଜରେ କାର୍ୟ୍ୟ କରୁଥିଲେ । ସୌମ୍ୟ ପ୍ରତିଦିନ କାର୍ୟ୍ୟ ସାରି ଗ୍ରାମକୁ ଫେରି ଯାଉଥିଲେ । ତେବେ ଗତରାତିରେ ସେ ଗ୍ରାମକୁ ଫେରିନଥିଲେ । ପରିବାର ଲୋକମାନେ ମୋବାଇଲକୁ ଯୋଗାଯୋଗ କରି ବିଫଳ ହୋଇଥିଲେ । ଶୁକ୍ରବାର ସକାଳୁ ସୌମ୍ୟଙ୍କ ମୃତଦେହ ଜଙ୍କିଆ ଖେଳପଡ଼ିଆ ନିକଟରେ ପଡିଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ପରିବାର ଲୋକ କରିଥିବା ଅଭିଯୋଗ ଅନୁଯାୟୀ, ସୌମ୍ୟ ଗୁରୁବାର ଘରକୁ ନଯାଇ ରାତିରେ ଭୋଜି ହେବାର ଅଛି । ତେଣୁ ଶୁକ୍ରବାର ଘରକୁ ଯିବ ବୋଲି ଜଣାଇ ରଣପୁରରେ ରହିଯାଇଥିଲେ । କିନ୍ତୁ ଭୋରୁ ତାଙ୍କ ମୃତଦେହ ଜଙ୍କିଆ ଖେଳ ପଡ଼ିଆ ନିକଟରେ ପଡ଼ିଥିବାର ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ଜଙ୍କିଆ ଥାନାକୁ ଆସି ଥାନା ଆଗରେ ବସି ସମ୍ପୃକ୍ତ ଗ୍ୟାରେଜ ମାଲିକ ରାଜେଶକୁ ଗିରଫ କରି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ରାଜେଶ କୁଆଡ଼େ ତାଙ୍କ ପୁଅକୁ ହତ୍ୟାକରି ଜାତୀୟ ରାଜପଥ ଉପରେ ଦୁର୍ଘଟଣାର ରୂପ ଦେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ସୌମ୍ୟଙ୍କ ମୁଣ୍ଡ ପଛପଟେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲା । ପାରିପାଶ୍ୱିର୍କ ଘଟଣାକୁ ଦେଖି ପୁଲିସ ହତ୍ୟା ସନ୍ଦେହ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ବାଇକ(ନଂ ଓଡ଼ି ୦୨ ଏଏ ୮୭୯୧)କୁ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଙ୍କିଆ ଥାନାରେ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଅଟକ ରାଜେଶକୁ ପଚରାଉଚରା କରିଛନ୍ତି । ସେମାନେ ରଣପୁରରୁ ଜଙ୍କିଆ ରାସ୍ତାରେ ଆସି ରାମେଶ୍ୱର ଛକରୁ ଟାଙ୍ଗୀ ବୁଲିଥିଲେ । ୧୬ନଂ ଜାତୀୟ ରାଜପଥ ରାମେଶ୍ୱର ଛକଠାରୁ କିଛି ଦୂରରେ ସେ ଆଣିଥିବା ବାଇକରୁ ପେଟ୍ରୋଲ ସରିଯିବାରୁ ଗାଡ଼ି ନେଇ ତେଲ ପକାଇବାକୁ ରାଜେଶ ତାଙ୍କୁ କହିଥିଲା । କିନ୍ତୁ ସେ ମୋବାଇଲରେ ଗେମ୍‌ ଖେଳି ତେଲ ପକାଇ ଆସିବାକୁ କହିବାରୁ ରାଜେଶ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ସୌମ୍ୟରଞ୍ଜନଙ୍କ ମୁଣ୍ଡ ପଛ ପାଖକୁ ଶକ୍ତ ଆଘାତ ଦେଇଥିଲା । ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିବାରୁ ସେ ତାଙ୍କୁ ଏକ ଗାମୁଛାରେ ନିଜ ଶରୀରରେ ବାନ୍ଧି ଚିକିତ୍ସା କରିବାକୁ ଭୁବନେଶ୍ୱର ନେଉଥିଲା । କିନ୍ତୁ ଜଙ୍କିଆ ଖେଳ ପଡ଼ିଆ ନିକଟରେ ସକାଳ ହୋଇଯିବା ଓ ବାଇକରୁ ସୌମ୍ୟରଞ୍ଜନ ଖସି ପଡ଼ିବା ଫଳରେ ସେ ଦୁର୍ଘଟଣାର ରୂପ ଦେଇଥିଲା ବୋଲି ପୁଲିସ କହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!