Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିପିଲି ବିଧାନସଭା ଉପନିର୍ବାଚନ ସରିଛି, କାଲି ଇଭିଏମ୍‌ରୁ ଖୋଲିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

by ସଞ୍ଜୟ ସ୍ୱାଇଁ
October 2, 2021
in State
ପିପିଲି ବିଧାନସଭା ଉପନିର୍ବାଚନ ସରିଛି, କାଲି ଇଭିଏମ୍‌ରୁ ଖୋଲିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ
75
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପିପିଲି ବିଧାନସଭା ଉପନିର୍ବାଚନ ସରିଛି । ମତଦାନ ପରେ ଇଭିଏମ୍‌ସବୁ ପୁରୀ ପେଣ୍ଠକଟାସ୍ଥିତ ୱେୟର ହାଉସରେ ନିର୍ମିତ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଏହି ଷ୍ଟ୍ରଙ୍ଗ୍‌ ରୁମକୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ପ୍ରଥମ ବଳୟରେ (ଇନର କର୍ଡନ୍‌)ରେ କେନ୍ଦ୍ରୀୟ ସୁରକ୍ଷା ବଳର ବିଏସଏଫ୍‌ ଯବାନ ମୁତୟନ ହୋଇଛନ୍ତି । ଦ୍ୱିତୀୟ ବଳୟରେ ଷ୍ଟେଟ ଆର୍ମଡ୍‌ ପୁଲିସ (ଓଏସଏପି) ଫୋର୍ସ ଓ ତୃତୀୟ ବଳୟରେ ଅଛନ୍ତି ଜିଲ୍ଲା ପୁଲିସ ଫେର୍ସର ଏପିଆର ବାହିନୀ । ତିନି ପ୍ଳାଟୁନ୍‌ ବିଏସଏଫ୍‌ ଓ ଓଏସଏପି ଫୋର୍ସ ଷ୍ଟ୍ରଙ୍ଗ୍‌ ରୁମ୍‌ ସୁରକ୍ଷା ବଳୟରେ ପ୍ରହରା ଦେଉଛନ୍ତି । ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଦୁଇ ଜଣ ପୁଲିସ ଇନ୍ସପେକ୍ଟର ସିଫ୍ଟ ଆଧାରରେ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ତଦାରଖ କରୁଛନ୍ତି । ପାଞ୍ଚ ଜୁନିଆର ର୍ୟା୍ଙ୍କର ପୁଲିସ ଅଫିସରଙ୍କୁ ସହାୟକ ରୂପେ ନିୟୋଜିତ କରାଯାଇଛି । ସେହିଭଳି ରାଜସ୍ୱ ବିଭାଗର ଅଧିକାରୀମାନେ ଷ୍ଟ୍ରଙ୍ଗ୍‌ ରୁମ୍‌ ଉପରେ ନଜର ରଖିଛନ୍ତି । କେବଳ ଅଧିସ୍ୱୀକୃତ ଅଫିସରମାନେ ଷ୍ଟ୍ରଙ୍ଗ୍‌ ରୁମକୁ ଯିବା ଆସିବା କରୁଛନ୍ତି । ପ୍ରବେଶ ପଥରେ ଚେକିଂ ନିରନ୍ତର ହେଉଛି । ଏସପି କେ ବିଶାଳ ସିଂହ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି ପେଣ୍ଠକଟା ୱେର ହାଉସ ଷ୍ଟ୍ରଙ୍ଗ୍‌ ରୁମରେ ବାଲଟ ବକ୍ସ ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଫୁଲ ପ୍ରୁଫ୍‌ ସୁରକ୍ଷା ବଳୟରେ ରଖାଯାଇଛି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିର ଶଙ୍କା ଆଶଙ୍କା ନାହିଁ । ଉଲ୍ଲେଖଯୋଗ୍ୟ, ଗୁରୁବାର ଉପ ନିର୍ବାଚନରେ ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୨୯ ହଜାର ୯୯୮ ମତଦାତାଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ୧, ୭୯, ୯୮୦ । ମତ ସାବ୍ୟସ୍ତ କରିଥିବା ଭୋଟଦାତାଙ୍କ ମଧ୍ୟରେ ରହିଛନ୍ତି ୯୫,୩୮୩ ପୁରୁଷ ଓ ୮୪, ୫୯୭ ମହିଳା ମତଦାତା । ନିର୍ବାଚନମଣ୍ଡଳୀର ପୁରୁଷଙ୍କ ମତଦାନ ହାର ୮୦ ଦଶମିକ ୦୨ ଥିବା ବେଳେ ମହିଳାଙ୍କ ହାର ୭୬ ଦଶମିକ ୩୬ ପ୍ରତିଶତ । ଉପନିର୍ବାଚନରେ ଚୂଡାନ୍ତ ମତଦାନ ହାର ହେଉଛି ୭୮ ଦଶମିକ ୨୫ ପ୍ରତିଶତ । ଗତ ବିଧାନସଭା ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନରେ । ୭ ଦଶମିକ ୨୫ ପ୍ରତିଶତ ଅଧିକ ଦାନ ହୋଇଛି । ଉପନିର୍ବାଚନରେ ମତାଦାତାଙ୍କ ଉତ୍ସାହକୁ ଏହା ଇଙ୍ଗିତ କରୁଛି । କିନ୍ତୁ ଅଧିକ ମତଦାନ କେଉଁ ଦଳର ପ୍ରାର୍ଥୀଙ୍କ ପାଇଁ ଅଶୀର୍ବାଦ ହେବ ଆଉ କାହା ପାଇଁ ପରାଜୟର କାରଣ ହେବ ତାହା ଆସନ୍ତା ତିନି ତାରିଖ ଭୋଟ ଗଣତି ବେଳେ ସ୍ୱଷ୍ଟ ହୋଇଯିବ । ଏହି ନିର୍ବାଚନରେ ମୋଟ ଦଶ ଜଣ ପ୍ରାର୍ଥୀ ଲଢ଼ୁଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!