Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ମାର୍ଟ ସିଟିରେ ମାତାଲ୍‌ ଯୁବତୀଙ୍କ ହାଇଡ୍ରାମା

by ସଞ୍ଜୟ ସ୍ୱାଇଁ
October 2, 2021
in State
ସ୍ମାର୍ଟ ସିଟିରେ ମାତାଲ୍‌ ଯୁବତୀଙ୍କ ହାଇଡ୍ରାମା
275
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୋଟିଏ ହାତରେ ବିଅର ବୋତଲ । ଅନ୍ୟଟିରେ ଲମ୍ବା ସିଗାରେଟ୍‌ । ମଦ ଢ଼ୋକେ ସାଙ୍ଗକୁ ସିଗାରେଟ୍‌ର ଗଦଗଦ ଧୂଆଁ ଦେଖି ଲୋକେ ତାଜୁବ ହୋଇ ଯାଉଥିଲେ । ରାସ୍ତାରେ ଯିଏ ଯାଉଥିଲା, ଟିକେ ଅଟକି ଚାହୁଁଥିଲା । ଆଉ କିଏ ମୋବାଇଲ୍‌ରେ ଫଟୋ ଉଠାଉଥିଲା । ବିଚ୍‌ ରାସ୍ତାରେ ଜଣେ ସମ୍ଭ୍ରାନ୍ତ ଯୁବତୀଙ୍କ ଏଭଳି ଖୁଲ୍‌ମଖୁଲା ସୁରା ପାନ ଲୋକଙ୍କୁ ତାଜୁବ କରୁଥିଲା । କୌଣସି ସିନେମାର ସୁଟିଂ ଚାଲିନଥିଲା । ଏ ହେଉଛି ଖଣ୍ଡଗିରି-ଗଣ୍ଡମୁଣ୍ଡା ରାସ୍ତା ମଝିରେ ଜଣେ ମାତାଲ୍‌ ଯୁବତୀଙ୍କ ହାଇଡ୍ରାମାର ଦୃଶ୍ୟ । ସମୟ ଅପରାହ୍ଣ ସାଢ଼େ ୪ଟା । ଜଣେ ଜିନ୍ସ, ହାପ୍‌ କୁର୍ତ୍ତି ପିନ୍ଧା ଜଣେ ଯୁବତୀ ଅନ୍ୱେଶା(ଛଦ୍ମନାମ, ୨୬ ବର୍ଷ) ଏକ ଅଟୋରେ ପୋଖରୀପୁଟ ଆଡୁ ଖଣ୍ଡଗିରିକୁ ଯାଉଥିଲେ । ସେ ଆଇଟିଇଆର ଛକରେ ଅଟୋରିକ୍ସା ଚାଳକଙ୍କୁ ଅଟକାଇବାକୁ କହିଲେ । ଜଣେ ସମ୍ଭ୍ରାନ୍ତ ବଂଶୀୟ ଜଣା ପଡୁଥିବା ଅନ୍ୱେଶାଙ୍କ ସେଠି ଆରମ୍ଭ ହେଲା ତାମସା । ସେ ଅଟୋ ସିଟ୍‌ରେ ବସି ବିୟର ବୋତଲ ଖୋଲି ଢ଼କ ଢ଼କ କରି ପିଇଲେ । ତା’ ସାଙ୍ଗକୁ ସିଗାରେଟ୍‌ ଫୁଙ୍କି ମନକୁ ମନ ବଡ଼ ପାଟିରେ ଚିଲ୍ଲାଇଲେ, ତୁ ମୋ କ୍ୟାରିଅର ସହ ଖେଳିଲୁଟ୍ଟ ମୁଁ କେତେ ଭଲ ପାଉଥିଲି ତତେଟ୍ଟ ମତେ କାହିଁକି ଛାଡ଼ିଗଲୁ? ଅନ୍ୱେଶାଙ୍କ ଏମିତି ରଡି ଶୁଣି ଲୋକମାନେ ଅଟୋ ପାଖକୁ ଗଲେ । ଏଠି କ’ଣ ଚାଲିଛି ବୋଲି ଅଟୋଚାଳକଙ୍କୁ ପ୍ରଶ୍ନ କଲେ । ଲୋକଙ୍କୁ ଦେଖି ଅନ୍ୱେଶା ଆହୁରି ଚିତ୍କାର କଲେ, ମୋ ନାଁ ଅମୁକ । ମୋ ବାପାଙ୍କ ନାଁ ଏଇଆ । ମୋ ଘର ସେଇଠି । ମୁଁ ଯାହା କଲି, ତମର କ’ଣ ଯାଉଛି? ମତେ ମୋ ଲଭର୍‌ ଧୋକ୍କା ଦେଇଛି । ତମେ ସବୁ ପଳାଅ ଏଠୁଟ୍ଟ ଯୁବତୀଙ୍କ ଏଭଳି ନାଟ ତାମସା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଲେ । ଏକ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିଲା । ତାଙ୍କ ନାମ ଠିକଣା ପଚାରିବା ସହ ହସ୍ପିଟାଲ ଯିବାକୁ ଅନୁରୋଧ କଲା । ପୁଲିସକୁ ଦେଖି ଅନ୍ୱେଶା ପୁଣି ବିଳି ବିଳେଇବାକୁ ଲାଗିଲେ । କହିଲେ, ମୁଁ ହସ୍ପିଟାଲ ଯିବିନି । ମତେ ଅମୁକ ପବ୍‌କୁ ନିଅ । ସେଠି ମୁଁ ଆହୁରି ପିଇବି । ଆଉ ନାଚିବି । ଶେଷରେ ଖଣ୍ଡଗିରି ଥାନାରୁ ୨ଜଣ ମହିଳା କନଷ୍ଟେବଳ ସେଠାକୁ ଗଲେ । ଅନ୍ୱେଶାଙ୍କୁ କଷ୍ଟେ ମଷ୍ଟେ ଅଟୋରୁ ଉଠାଇ ଭ୍ୟାନ୍‌ରେ ବସାଇ ଏମ୍ସ ହସ୍ପିଟାଲକୁ ନେଲେ । ପୁଲିସ ତାଙ୍କୁ ସୁଧାର ଗୃହକୁ ନେବାକୁ କହିବାରୁ ଅନ୍ୱେଶା ଆହୁରି ଚିଡି଼ ଯାଇଥିଲେ । ଶେଷରେ ଅନ୍ୱେଶାଙ୍କୁ ପୁଲିସ ଜଣେ ସାଙ୍ଗଙ୍କ ଜରିଆରେ ଘରକୁ ପଠାଇଥିଲା । ପୁଲିସ କହିଛି, ଯୁବତୀଙ୍କ ନାଁରେ ଓଡିଶା ସହରାଞ୍ଚଳ ପୁଲିସ (ଓୟୁପି) ଆଇନ୍‌ ଅନୁସାରେ ଜରିମାନା ଆଦାୟ କରାଯାଇି । ଯୁବତୀ ଜଣକ ନିଜ ନାଁ, ବାପା-ମା’ ଙ୍କ ନାଁ ବି କହିଛନ୍ତି । ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!