Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ ହିଂସା ତୁଟାଇବାରେ ବଡ଼ ଭୂମିକା ତୁଲାଉଛି ‘ମାଧ୍ୟମ’

by ସଞ୍ଜୟ ସ୍ୱାଇଁ
September 29, 2021
in State
ଘରୋଇ ହିଂସା ତୁଟାଇବାରେ ବଡ଼ ଭୂମିକା ତୁଲାଉଛି ‘ମାଧ୍ୟମ’
60
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଘରୋଇ ହିଂସା ତୁଟାଇବାରେ ବଡ଼ ଭୂମିକା ତୁଲାଉଛି ‘ମାଧ୍ୟମ’ । ଗତ ୭ ବର୍ଷରେ ମୋଟ ୩୧୧୪ଟି ଅଭିଯୋଗରୁ ୧୯୧୨ଟିରେ ବିଛିନ୍ନ ପରିବାରକୁ ଏକାଠି କରିପାରିଛି । ନ୍ୟାୟ ପାଇଁ ମହିଳାମାନେ ଥାନା ଅପେକ୍ଷା ମାଧ୍ୟମକୁ ଯାଉଛନ୍ତି । ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’କୁ ୮ ବର୍ଷ ଚାଲିଛି । ଏନେଇ ପୁଲିସ ସେବା ଭବନରେ ଏକ ସମାରୋହ ଆୟୋଜିତ ହୋଇଥିଲା । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ରିପୋର୍ଟକୁ ଉନ୍ମୋଚନ କରିଥିଲେ । ସେ କହିଥିଲେ, ପାରିବାରିକ ହିଂସା ସମ୍ବନ୍ଧୀୟ ଅଧିକ ଅଭିଯୋଗ ପଞ୍ଜିକୃତ ହେଉଛି । ତେଣୁ ମାମଲା କରିବା ବଦଳରେ ଆପୋଷ ସମାଧାନକୁ ଗୁରୁତ୍ୱ ଦେଉଛି । ମାଧ୍ୟମ ଯୋଗୁଁ ଘରୋଇ ହିଂସା ମାମଲା ଢ଼େର କମିଛି । ସମାଧାନର ବାଟ ଫିଟିପାରୁଛି । ରିପୋର୍ଟ ଅନୁସାରେ, ଗତ ୭ ବର୍ଷରେ ଟୁଇନ୍‌ସିଟିରେ ୪୧୦୩ଜଣ ମହିଳା ଘରୋଇ ହିଂସାର ଅଭିଯୋଗ କରିଥିଲେ । ଏଥିରୁ ୩୧୧୪ଟି ଅଭିଯୋଗ ପଞ୍ଜିକୃତ ହୋଇ କାଉନ୍‌ସିଂଲିଂ ପାଇଁ ମାଧ୍ୟମକୁ ଯାଇଥିଲା । ପ୍ରାୟ ୧୯୧୨ ମାମଲାର ସଫଳ ସମାଧାନ ହୋଇଛି । ‘ହୋମ୍‌ ଭିଜିଟ୍‌’ରୁ ସେମାନେ ଖୁସି ଥିବା ଜଣାଯାଇଛି । ଏହାବାଦ୍‌ ୨୩୨ ଜଣଙ୍କୁ ମାଗଣା ଆଇନ୍‌ ସହାୟତା ବ୍ୟବସ୍ଥା ହୋଇଛି । ୯୯ଜଣଙ୍କୁ ଡାକ୍ତରୀ ସୁବିଧା ମିଳିବା ସହ ୩୭ଜଣଙ୍କୁ ସୁଧାର ଗୃହରେ ରହିବା ବ୍ୟବସ୍ଥା କରାଯାଇଛି । ପରିବାରିକ ହିଂସା ସୁରକ୍ଷା ଆଇନ୍‌ ବଳରେ ସୁରକ୍ଷା ଅଧିକାରୀଙ୍କ ଜରିଆରେ ୬୪ଟି ମାମଲା ରୁଜୁ ହୋଇଛି । ସମାରୋହରେ ଆଇଏସ୍‌ଡି ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ କହିଥିଲେ, ତତ୍‌କାଳୀନ ପୁଲିସ କମିଶନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପ୍ରୟାସରେ ମାଧ୍ୟମ ଗଢ଼ାହେଲା । କଟକ-ଭୁବନେଶ୍ୱର ଡିସିପିଙ୍କ ସହଯୋଗରେ ମାଧ୍ୟମ ଏତେବାଟ ଆଗେଇ ପାରିଲା । ସଫଳତା ଶ୍ରେୟ କାଉନ୍‌ସିଲର ଓ ଡିସିପିଙ୍କୁ ଦିଆଯିବ । ଆଗକୁ ଅଧିକ ମନୋମାଳିନ୍ୟ ପରିବାରକୁ ଏକାଠି କରିବୁ । ଅତିରିକ୍ତ ପୁଲିସ କମିଶନର ରେଖା ଲୋହାନୀ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ । ଆଇଏସ୍‌ଡି ସଭାପତି ନିବେଦିତା ପଟ୍ଟନାୟକ ସମାରୋହର ପରିଚାଳନା କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!