ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜଧାନୀରେ ହାଇୱେ ଲୁଟେରାଙ୍କ ଆତଙ୍କ। ରାତିର ଅନ୍ଧକାରର ସୁଯୋଗ ନେଇ ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍ପାଟ୍। ବିଳମ୍ବିତ ରାତିରେ ଶୂନ୍ଶାନ୍ ରାସ୍ତାରେ ଯାଉଥିବା ପଥଚାରୀ ହେଉଛନ୍ତି ଏମାନଙ୍କ ଶିକାର। ଏଭଳି ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ। ଭୁବନେଶ୍ଵର ସତସଙ୍ଗ୍ ବିହାର ରାସ୍ତାରେ ଲୁଟ୍ପାଟ୍ କରିବାକୁ ସଜବାଜ ହେଉଥିବା ବେଳେ ଖବର ପାଇ ଆଜି ଭୋର ୩ଟା ସମୟରେ କମିଶନରେଟ୍ ପୋଲିସ ଏହି ୩ ଲୁଟେରାଙ୍କୁ କାବୁ କରିଛି। କମିଶନରେଟ୍ ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା। ଆଜି ଭୋର ୩ଟା ସମୟରେ ଏହି ତିନି ଲୁଟେରା ହାତରେ ପିସ୍ତଲ ଧରି ସତସଙ୍ଗ ବିହାର ରାସ୍ତାରେ ଲୁଟ୍ପାଟ୍ ପାଇଁ ସଜବାଜ ହେଉଥିବା ବେଳେ ଖବର ପାଇ ସହିଦନଗର ଥାନାର ୩୪ ନମ୍ବର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସଙ୍କୁ ଦେଖି ଲୁଟେରାମାନେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ଏହି ତିନି ହାଇୱେ ଲୁଟେରାଙ୍କୁ କାବୁକରିବାରେ ସଫଳ ହୋଇଛି। ଏମାନଙ୍କ ନିକଟରୁ ଏକ ବାଇକ୍ ଓ ପିସ୍ତଲ ଜବତ ହୋଇଛି।






