Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାର୍‌ରେ ଘରକୁ ଫେରୁଥିବା ବେଳେ ଟଙ୍କା ସହିତ ରେଡ୍ ହ୍ୟାଣ୍ଡ୍ ଧରାପଡିଲେ ମୋଟୁ ଥାନା ଆଇଆଇସି

by ସଞ୍ଜୟ ସ୍ୱାଇଁ
September 23, 2021
in Crime, State
କାର୍‌ରେ ଘରକୁ ଫେରୁଥିବା ବେଳେ ଟଙ୍କା ସହିତ ରେଡ୍ ହ୍ୟାଣ୍ଡ୍ ଧରାପଡିଲେ ମୋଟୁ ଥାନା ଆଇଆଇସି
199
VIEWS
Share on FacebookShare on Twitter

ମାଲକାନଗିରି/ଫୁଲନଖରା/ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ତାଙ୍କ କାରରୁ ୨ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିଲା । ଏହା ପରେ ଭିଜିଲାନ୍ସ ଟିମ ମୋଟୁ ଆଇଆଇସିଙ୍କ ପୈତୃକ ଘର , କଟକ ରାଣୀହାଟସ୍ଥିତ ଶ୍ୱଶୁର ଘରେ ସମେତ କାର୍ୟ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୧୦ଟି ବ୍ୟାଙ୍କର ପାସବୁକ ଓ ବିଭିନ୍ନ ଜମିଜମା କାଗଜ ସହିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳଲା ପରେ ଭିଜିଲାନ୍ସ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି। ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଶ୍ରୀ ସାହୁ ଆଜି ମୋଟରୁ ଫୁଲନଖରାସ୍ଥିତ ପୈତୃକ ଘରକୁ ଓଡି୦୫ଏକ୍ସ-୫୬୨୯ କାର୍‌ ଯୋଗେ ଫେରୁଥିଲେ । ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ଏ ଖବର ପାଇବା ପରେ ଦିନ ପ୍ରାୟ ଗୋଟେ ୪୫ ମିନିଟ୍‌ ସମୟରେ ଖୋର୍ଦ୍ଧା ପୂର୍ତ୍ତବିଭାଗ କାର୍ୟ୍ୟାଳୟ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କର କାରକୁ ଅଟକାଇଥିଲା । ଡ୍ରାଇଭର ଗାଡ଼ି ରଖିବା ପରେ ଯାଞ୍ଚ କରିବାରୁ ଉକ୍ତ କାରରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା । ପରେ ଭିଜିଲାନ୍ସର ଦୁଇଟି ଟିମ୍‌ ନଖରାସ୍ଥିତ ଶ୍ରୀ ସାହୁଙ୍କ ପୈତୃକ ଘର ଏବଂ କଟକସ୍ଥିତ ତାଙ୍କ ଶ୍ୱଶୁର ଘରେ ଚଢ଼ଉ କରିଥିବାବେଳେ ସେଠାରୁ ଏଲ୍‌ଆଇସି ବଣ୍ଡ, ଗାଡ଼ି କାଗଜପତ୍ର, ମୋବାଇଲ, ସୁନା ଅଳଙ୍କାର, କାଗଜପତ୍ର, ଅଧାରକାର୍ଡ଼, ପାନକାର୍ଡ଼, ୫ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌, ଲାପଟପ୍‌ ପ୍ରମୁଖ ଜବତ କରିଥିଲା । ଜବତ କାରଟି ତାଙ୍କ ଶଳାଙ୍କ ନାମରେ କିଣା ଯାଇଥିବାବେଳେ ଏହାର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି । ତେବେ ଶୁଶାନ୍ତ ତାଙ୍କ ଶ୍ୱଶୁର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାରୁ ତାଙ୍କ ଲାଗି ଟଙ୍କା ଆଣି କଟକ ଆସୁଥିବା ସଫେଇ ଦେଇଛନ୍ତି । ତେବେ ଏହି ଘଟଣାରେ ଭିଜିଲାନ୍ସ ଟିମ୍ ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି। ଆଜି ତାଙ୍କୁ ଜିଲାନ୍ସ କୋର୍ଟରେ ହାଜର କରାଯିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!