Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ମଙ୍ଗଳାବାଗ ଥାନା ପୁଲିସ

by ସଞ୍ଜୟ ସ୍ୱାଇଁ
September 21, 2021
in Crime, State
ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ମଙ୍ଗଳାବାଗ ଥାନା ପୁଲିସ
35
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବିଧାନସଭା ସମ୍ମୁଖରେ ବିଷ ପିଇ ଓ ହାତ କାଟି ଆତ୍ମହତ୍ୟା କରିଥିବା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ମଙ୍ଗଳାବାଗ ଥାନା ପୁଲିସ । ଏହି ଘଟଣାରେ ଗତକାଲି ପୁଲିସ ବ୍ରେକିଂ ନିଉଜ ଓଡ଼ିଶା ପୋର୍ଟାଲ୍‌ର ସାମ୍ବାଦିକ ପ୍ରତାପ ସେନାପତି ଓ ଏସ୍‌ସିବି ଅଧୀକ୍ଷକଙ୍କ କାର୍ୟ୍ୟାଳୟରେ ଚାକିରି କରିଥିବା ଚିତ୍ତରଞ୍ଜନ ଦାସଙ୍କୁ ଜେରା କରାଯାଇଛି । ପ୍ରାୟ ୪ ଘଣ୍ଟା କାଳ ସେମାନେ ଜେରାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁଇ ଜଣଙ୍କୁ ବୁଧବାର ପୁଣି ଜେରା କରାଯିବ । ଏଥିପାଇଁ ଥାନା ପକ୍ଷରୁ ମଙ୍ଗଳବାର ପୁଣି ନୋଟିସ୍‌ ପଠାଯିବାକୁ ସ୍ଥିର ହୋଇଛି । ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ମାମଲା ନେଇ ତାଙ୍କ ମାଆ ଏତଲା ଦେବା ପରେ ମଙ୍ଗଳାବାଗ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । କିଛି ଦିନ ପୂର୍ବରୁ ପୁଲିସ ୱେବ୍‌ ଚ୍ୟାନେଲ୍‌ ସ୍ୱପ୍ନା ଟିଭିର ଦୁଇ ସାମ୍ବାଦିକ ଅସିତ୍‌ କୁମାର ରାଉତ ଓ ଦୀପ୍ତିମୟ ବିଶ୍ୱରଞ୍ଜନଙ୍କୁ ଜେରା କରିସାରିଛି । ସେହିପରି ବାଦାମବାଡ଼ି ଅଞ୍ଚଳର ଦୀପ୍ତିରଞ୍ଜନ ସାହୁ ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି । ମାତ୍ର ଏହି ୩ ଜଣଙ୍କଠାରୁ ସେଭଳି କିଛି ତଥ୍ୟ ନମିଳିବାରୁ ପୁଲିସ ଏହି ଘଟଣାରେ ସନ୍ଦିଗ୍ଧ ଥିବା ବ୍ରେକିଂ ନିଉଜ ଓଡ଼ିଶାର ପୋର୍ଟାଲ୍‌ର ସାମ୍ବାଦିକ ପ୍ରତାପ ଓ ଏସ୍‌ସିବି ଅଧୀକ୍ଷକଙ୍କ କାର୍ୟ୍ୟାଳୟରେ ଚାକିରି କରିଥିବା ଚିତ୍ତରଞ୍ଜନଙ୍କୁ ହାଜର ପାଇଁ ଗତକାଲି ନୋଟିସ୍‌ ଜାରି କରିଥିଲା । ଏହି ଅନୁସାରେ ପ୍ରତାପ ଓ ଚିତ୍ତରଞ୍ଜନ ଆଜି ଥାନାରେ ହାଜର ହୋଇଥିଲେ । ସାମ୍ବାଦିକ ପ୍ରତାପ ପୁଲିସକୁ କହିଛନ୍ତି ଯେ, ଦୁଷ୍ମନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁବିଧା ବିଷୟରେ ଖବର ପ୍ରକାଶ କରିବାକୁ ସେ ତାଙ୍କ ସହିତ ଯୋଗାଯୋଗରେ ଥିଲେ । ସେହିପରି ଚିତ୍ତରଞ୍ଜନଙ୍କ ଓ ଦୁଷ୍ମନ୍ତଙ୍କ ଘର ଜଗତସିଂହପୁର ପଙ୍କପାଳ ହୋଇଥିବାରୁ ସହଯୋଗ ପାଇଁ ଦୁଷ୍ମନ୍ତ ତାଙ୍କୁ ଫୋନ୍‌ କରନ୍ତି ବୋଲି ଚିତ୍ତରଞ୍ଜନ ପୁଲିସକୁ କହିଛନ୍ତି । ତେବେ ଏହି ଫୋନ୍‌ କଲ୍‌ ବିଷୟରେ ଦୁହିଁଙ୍କୁ ଏକାଧିକ ପ୍ରଶ୍ନ କରାଯାଇଛି । ସେମାନେ ପୁଲିସକୁ ନିଜର ସଫେଇ ମଧ୍ୟ ଦେଇଛନ୍ତି । ପୁଲିସ ଏବେ ପାଇଥିବା ତଥ୍ୟ ଗୁଡ଼ିକୁ ତନଖି କରୁଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!