Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀମନ୍ଦିରରେ ହଟିପାରେ ସପ୍ତାହାନ୍ତ ବନ୍ଦ କଟକଣା, ବଦଳିପାରେ ଦର୍ଶନ ନିର୍ଘଣ୍ଟ

by ସଞ୍ଜୟ ସ୍ୱାଇଁ
September 4, 2021
in State, Toursimi
ଶ୍ରୀମନ୍ଦିରରେ ହଟିପାରେ ସପ୍ତାହାନ୍ତ ବନ୍ଦ କଟକଣା, ବଦଳିପାରେ ଦର୍ଶନ ନିର୍ଘଣ୍ଟ
96
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଶ୍ରୀମନ୍ଦିରରେ ସପ୍ତାହାନ୍ତ ଦର୍ଶନ ବନ୍ଦ ଆଦେଶ ଆଧାରରେ ଶନିବାର, ରବିବାର ଦୁଇ ଦିନ ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ରାଜ୍ୟରେ ସେପ୍ଟେମ୍ବର ମାସରେ ଜାରି କୋଭିଡ୍‌ ଏସଓପି ମାର୍ଗଦର୍ଶିକାରେ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ ସମସ୍ତ ପୂଜାପୀଠର ଦର୍ଶନ ସ୍ୱାଭାବିକ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିରରେ ସପ୍ତାହାନ୍ତ ଦର୍ଶନ କଟକଣା ଉପରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବାକୁ ୮ ତାରିଖରେ ପରିଚାଳନା କମିଟି ବୈଠକ ଡାକିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ବୈଠକରେ ସପ୍ତାହାନ୍ତ ଦର୍ଶନ ବନ୍ଦ କଟକଣା ହଟିବ କି ନାହିଁ, କୋଭିଡ୍‌ ସ୍ଥିତି ବ୍ୟତୀତ ଦର୍ଶନ ନିର୍ଘଣ୍ଟ, ପ୍ରବେଶ ପାଇଁ ପ୍ରମାଣପତ୍ର ଜରୁରି ଆଦି ପ୍ରସଙ୍ଗରେ ଆଲୋଚନା ହେବାର ଆଭାସ ମିଳିଛି । ଉଲ୍ଲେଖଯୋଗ୍ୟ ବର୍ତ୍ତମନା ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଶ୍ରୀମନ୍ଦିର ଦର୍ଶନ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ରହୁଛି । ଚଳିତ ମାସର କୋଭିଡ୍‌ ମାର୍ଗଦର୍ଶିକା ମୁତାବକ ରାତି ଦଶରୁ ସକାଳ ୫ଟା ଯାଏ ପୁରୀ ସହରରେ କର୍ଫ୍ୟୁ କଟକଣା ରହିବ । ତଦନୁସାରେ ଶ୍ରୀମନ୍ଦିର ଦର୍ଶନ ରାତି ନଅଟା ପର୍ୟ୍ୟନ୍ତ ଖୋଲା ରହିବା ଆଶା କରାଯାଉଛି । ଇତିମଧ୍ୟରେ ଦର୍ଶନାର୍ଥୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଶୁକ୍ରବାର ଦିନ ୧୬ ହଜାର ୫୦୦ ଦର୍ଶନାର୍ଥୀ ଶ୍ରୀମନ୍ଦିର ଆସିଥିଲେ । ମଙ୍ଗଳବାର ଠାରୁ ଶୁକ୍ରବାର ପର୍ୟ୍ୟନ୍ତ ଚାର ଦିନରେ ୫୫ ହଜାର ଭକ୍ତ ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ଦର୍ଶନ ନିମନ୍ତେ କାହିଁକି କୋଭିଡ୍‌ ନେଗେଟିଭ୍‌ କିମ୍ବା ଦୁଇ ଡୋଜ ଟିକା ପ୍ରମାଣପତ୍ର ବାଧ୍ୟତା ମୂଳକ କରାଯାଇଛି ବୋଲି ଦୂରାନ୍ତରୁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ପ୍ରଶ୍ନ କରିଛନ୍ତି । ଏହି ନିୟମ ବଦଳାଯିବାକୁ ଦାବି ହୋଇଛି । ପ୍ରବେଶ ନିମନ୍ତେ ପ୍ରମାଣପତ୍ର ବାଧ୍ୟତାମୂଳକ କାରଣରୁ ଆଜି ବି ଶହ ଶହ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଦର୍ଶନରୁ ବଞ୍ଚିତ ହୋଇଥିବା ଜିଲ୍ଲା ବାହାର ଦର୍ଶନାର୍ଥୀ ସଂଯୁକ୍ତ ପୃଷ୍ଟି, ରାଜଶ୍ରୀ ରଣା ଓ ଆଶୁତୋଷ ମହାପାତ୍ର କହିଛନ୍ତି ଆମେ ତିନି ଶହ କିମି ଦୂରରୁ ଆସିଥିଲୁ । ଆମ ପାଖର ପ୍ରମାଣପତ୍ର ନଥିଲା । ତେଣୁ ଆମକୁ ଦର୍ଶନ ପ୍ରବେଶ ଅନୁମତି ମିଳି ନଥିଲା । ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ, ପୂଜାପୀଠରେ ପ୍ରମାଣପତ୍ର ଆବଶ୍ୟକ ପଡୁ ନଥିବା ବେଳେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଲାଗୁ ହୋଇଥିବା ଏହି କଟକଣାକୁ ହଟାଇଦେବାକୁ ପ୍ରଶାସନ ନିକଟରେ ଦାଦି କରିଛନ୍ତି । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପ୍ରତି ଅବିଚାର ଓ ପକ୍ଷପାତ ବୋଲି ଏହି ଭକ୍ତମାନେ ଅଭିମାନରେ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!