Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍‌ କିଣିବାକୁ ଆସି ଟ୍ରାଏଲ ବାହାନାରେ ବାଇକ୍‌ ନେଇ ଛୁ ମାରିଲେ ୨ ଯୁବକ, ଅଭିଯୋଗ ପାଇ ପୁଲିସ ବାଇକ୍‌କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି

by ସଞ୍ଜୟ ସ୍ୱାଇଁ
September 3, 2021
in Crime, State
ବାଇକ୍‌ କିଣିବାକୁ ଆସି ଟ୍ରାଏଲ ବାହାନାରେ ବାଇକ୍‌ ନେଇ ଛୁ ମାରିଲେ ୨ ଯୁବକ, ଅଭିଯୋଗ ପାଇ ପୁଲିସ ବାଇକ୍‌କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
80
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଏଲ୍‌ଏକ୍ସରେ ବିଜ୍ଞାପନ ପଢ଼ି କେଟିଏମ୍‌ ବାଇକ୍‌ କିଣିବାକୁ ଆସିଲେ । ଟ୍ରାଏଲ ବାହାନାରେ ବାଇକ୍‌ ନେଇ ଛୁ ମାରିଲେ । ଅଭିଯୋଗ ପାଇ ଖଣ୍ଡଗିରି ଥାନା ପୁଲିସ ତନାଘନା ଚଳାଇ ବାଇକ୍‌କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ତାଙ୍କ ନାମ ଅଟଳ ବିହାରୀ ଓଝା (୨୩) । ଘର କଟକ ନିଶ୍ଚିନ୍ତକୋଇଲି । ସେ ମଞ୍ଚେଶ୍ୱର ସମେଇଗଡ଼ିଆରେ ରହୁଥିଲା । ଏହି ମାମଲାରେ ସଂପୃକ୍ତ ଅଟଳଙ୍କ ସହଯୋଗୀ କେନ୍ଦ୍ରାପଡ଼ାର ରିଙ୍କୁ ଓରଫ ସୌମେନ୍ଦ୍ର ସ୍ୱାଇଁ ଏବେ ଫେରାର୍‌ ଅଛି । ପୁଲିସ ସୂଚନା ଅନୁଯାୟୀ, ଜାଗମରାରେ ରହୁଥିବା ଗାମା ସିଗ୍‌ମା ତାଙ୍କ କେଟିଏମ୍‌ ବାଇକ୍‌ (ଓଡି୦୫ଏକ୍ସ-୩୧୮୪) ବିକିବା ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ପଢ଼ି ଅଟଳ ଓ ତାଙ୍କ ସାଙ୍ଗ ରିଙ୍କୁ ଗାଡ଼ି ଦେଖିବାକୁ ଗାମାଙ୍କ ସହ ଯୋଗାଯୋଗ କରିଥିଲେ । ଗତ ୨୬ ତାରିଖରେ ଅଟଳ ଓ ରିଙ୍କୁ ଆସି ଗାମାଙ୍କୁ ଫୋନ୍‌ କରିଥିଲେ । ସେଦିନ ଗାମା କୌଣସି କାମରେ ବ୍ୟସ୍ତ ଥିବାରୁ ସାଙ୍ଗ ଚନ୍ଦ୍ରକାନ୍ତ ଦଣ୍ଡପାଟଙ୍କୁ ବାଇକ୍‌ ଦେଇ ପଠାଇଥିଲେ । ଜାଗମରା ନୂଆ ରାସ୍ତାରେ ଅଟଳ ଓ ରିଙ୍କୁ ଚନ୍ଦ୍ରକାନ୍ତଙ୍କ ଠାରୁ ବାଇକ୍‌ ଦେଖିବା ସହ ଟ୍ରାଏଲ କରିବା ପାଇଁ କହିଥିଲେ । ଟ୍ରାଏଲ ବାହାନାରେ ସେମାନେ ବାଇକ୍‌ ନେଇ ଛୁ ମାରିଥିଲେ । ଚନ୍ଦ୍ରକାନ୍ତ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଅଟଳଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରି ପୁଲିସ ଗୁରୁବାର ସକାଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଚଢ଼ଉ କରି ତାଙ୍କୁ ଗିରଫ କରିବା ସହ କେଟିଏମ୍‌ ବାଇକ୍‌କୁ ଜବତ କରିଥିଲା । ଗୁରୁବାର ଅଟଳଙ୍କୁ କୋର୍ଟ ଚାଲାଣ କରା ଯାଇଛି । ଅଟଳଙ୍କ ସହଯୋଗୀ ରିଙ୍କୁଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!