Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତର ନିଶାଦ ପୁରୁଷ ହାଇ ଜମ୍ପରେ ଦ୍ଵିତୀୟ ପଦକ ଦେଇଛନ୍ତି

by ସଞ୍ଜୟ ସ୍ୱାଇଁ
August 29, 2021
in Sports, WORLD
ଭାରତର ନିଶାଦ ପୁରୁଷ ହାଇ ଜମ୍ପରେ ଦ୍ଵିତୀୟ ପଦକ ଦେଇଛନ୍ତି
51
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ଆଥଲେଟ୍ ନିଶାଦ କୁମାର ଦେଶକୁ ପୁରୁଷ ହାଇ ଜମ୍ପରେ ଦ୍ଵିତୀୟ ପଦକ ଦେଇଛନ୍ତି। ନିଶାଦ ୨.୦୬ ମିଟର ଉଚ୍ଚ ଡିଆଁ ମାରି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ନିଶାଦ ଏହି ସଫଳତା ହାସଲ କରିବା ସହ ଏସୀୟ ଖେଳାଳି ଭାବେ ନୂତନ ରେକର୍ଡ କାଏମ ରଖିଛନ୍ତି। ଏହା ପୂର୍ବରୁ ସକାଳେ ଟେବୁଲ୍ ଟେନିସ୍‌ରେ ଭାବିନା ପଟେଲ୍ ପାରା ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ପ୍ରଥମ ପଦକ ଦେବା ସହ ରୌପ୍ୟ ପଦକ ଜିତିଥିଲେ। ନିଶାଦ ଆରମ୍ଭରୁ ଦମଦାର ଫର୍ମରେ ନଜର ଆସିଥିଲେ ଏବଂ ସେ ପ୍ରଥମ ପ୍ରଚେଷ୍ଟାରେ ହିଁ ୨.୦୨ ମିଟର ଡେଇଁଥିଲେ। ଏହା ପରେ ଭାରତର ଏହି ପାରା ଆଥଲେଟ୍ ୨.୦୬ ମିଟରର ଜମ୍ପକୁ ଦ୍ଵିତୀୟ ପ୍ରଚେଷ୍ଟାରେ ଅତିକ୍ରମ କରି ନୂତନ ଏସୀୟ ରେକର୍ଡ ସ୍ଥାପନ କରିଥିଲେ। ହେଲେ ୨.୦୯ ମିଟରର ଜମ୍ପକୁ ସେ ତିନୋଟି ପ୍ରୟାସରେ ହିଁ ପାର କରିବାରେ ସଫଳ ହୋଇଥିଲେ। ଏହି କାରଣରୁ ତାଙ୍କର ସ୍ଵର୍ଣ୍ଣ ପଦକ ଜିତିବା ଆଶା ଅଧୁରା ରହିଗଲା। ନିଶାଦ ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କଠୁ ଦେଶ ପାରା ଅଲିମ୍ପିକ୍ସରେ ପଦକ ଆଶା ରଖିଥିଲା। ପାରା ଅଲିମ୍ପିକ୍ସ ୨୦୨୦ରେ ଭାରତ ଏ ପର୍ୟ୍ୟନ୍ତ ଦୁଇଟି ପଦକ ଜିତି ସାରିଛି। ରୌପ୍ୟ ପଦକ ଜିତିବା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଆଥଲେଟ୍ ନିଶାଦଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଟୋକିଓରୁ ଆହୁରି ଖୁସି କରିବା ଭଳି ଖବର ଆସିଛି। ମୁଁ ବହୁତ ଖୁସି ଯେ, ନିଶାଦ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ସେ ଜଣେ ଚମତ୍କାର ଆଥଲେଟ୍। ତାଙ୍କ ପାଖରେ ଦକ୍ଷତା ଓ ଦୃଢ ଇଚ୍ଛା ଶକ୍ତି ରହିଛି। ତାଙ୍କୁ ବହୁତ ଧନ୍ୟବାଦ। ଜାତୀୟ କ୍ରୀଡା ଦିବସ ଅବସରରେ ଦେଶକୁ ଗୋଟିଏ ଦିନରେ ଦୁଇଟି ପଦକ ଜିତାଇ ଭାରତର ପାରା ଆଥଲେଟ୍ସ ଦେଶବାସୀଙ୍କୁ ଗର୍ବିତ କରିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!