କାବୁଲ୍, (ବାଘୁଆବାର୍ତ୍ତା): ଆଫଗାନିସ୍ତାନର କାବୁଲରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି। ଗତ ରାତିରେ ହୋଇଥିବା ୫ଟି ଧମାକାରେ ସାରା ବିଶ୍ୱର ପ୍ରତିକ୍ରିୟା ଆସୁଛି । ଯେଉଁ ଆଇଏସ୍ଆଇଏସ୍- କେ କାବୁଲ୍ରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି , ତାର ମୁଖ୍ୟ ଅସଲମ୍ ଫାରୁଖି ହେଉଛି ପାକିସ୍ତାନର। ଅନ୍ଧାରରେ ଆଫଗାନିସ୍ତାନର ଭବିଷ୍ୟତ – କାବୁଲରେ ହୋଇଥିବା ବିସ୍ଫୋରଣ ସାବ୍ୟସ୍ତ କରି ଦେଇଛି କି ଆଫଗାନିସ୍ତାନର ଭବିଷ୍ୟତ ଅନ୍ଧକାରରେ । ଆଫଗାନିସ୍ତାନ ବର୍ତ୍ତମାନ ଏକ ଯୁଦ୍ଧ ଭୂମି ପାଲଟି ଯାଇଛି । ସେଠାରେ କେବେ କଣ ହେବ କିଛି କହି ହେଉନି ? ସେଠାରେ ଗୋଟିଏ ଗୋଟିଏ ଜୀବନ ବିପଦ ଘେରରେ । କାରଣ ଆଫଗାନିସ୍ତାନରେ ଆତଙ୍କର ତ୍ରିକୋଣ ସୃଷ୍ଟି ହୋଇଛି । ଆଫଗାନିସ୍ତାନରେ ବାଗଦାଦୀ ଓ ବରାଦରର ଏକତ୍ରରେ ଏହି ଧମାକା ହୋଇଛି ଏବଂ ଏହାର ଫଳ ସ୍ୱରୂପ ୯୦ ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି । କାବୁଲ୍ରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ପୂରା ଦୁନିଆରେ ହଲଚଲ ଖେଳି ଯାଇଛି। ଅନେକ ଦେଶ ନିଜର ନାଗରିକଙ୍କୁ ଆଲର୍ଟ କରି ସୂଚନା ଦେଇଛନ୍ତି କି ଯଦି ନାଗରିକମାନେ କାବୁଲ ଏୟାରପୋର୍ଟରେ ଅଛନ୍ତି ତ ହଟି ଯାଆନ୍ତୁ । ତାହେଲେ ଏହା କଣ ଆଫଗାନିସ୍ତାନରୁ ହଟିବା ଶେଷ ବିକଳ୍ପ ? ଏହା ଏଥିପାଇଁ ଆମେ କହୁଛୁ , କାରଣ ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ଆତଙ୍କ ଶକ୍ତି ସବୁ ଏକାଠି ହୋଇଛନ୍ତି । କୁହାଯାଉଛି କି, ତାଲିବାନ , ଆଇଏସ୍ଆଇଏସ୍ ଓ ହକ୍କାନୀ ନେଟୱର୍କର ମିଶ୍ରଣ ଘଟିପାରେ ।





