Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅକ୍ଟୋବର ସୁଦ୍ଧା ଶେଷ ହେବ ରାଜ୍ୟର ଦୀର୍ଘତମ ‘ଟି’ ବ୍ରିଜ୍‌ ,

by ସଞ୍ଜୟ ସ୍ୱାଇଁ
August 19, 2021
in Feature News
ଅକ୍ଟୋବର ସୁଦ୍ଧା ଶେଷ ହେବ ରାଜ୍ୟର ଦୀର୍ଘତମ ‘ଟି’ ବ୍ରିଜ୍‌ ,
457
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): ମହାନଦୀ ଉପରେ ଆଜି ସୁଦ୍ଧା ନିର୍ମିତ ଓଡ଼ିଶାର ୨୨ ଟି ସେତୁ ମଧ୍ୟରୁ ଦୀର୍ଘତମ ସେତୁର ନିର୍ମାଣ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଚାଲିଛି । ବାଙ୍କୀ ବୈଦେଶ୍ୱରଠାରୁ ବଡ଼ମ୍ବା ଗୋପିନାଥପୁର ପର୍ଯ୍ୟନ୍ତ ପ୍ରାୟ ୩.୧୩୯ କିଲୋମିଟର ଲମ୍ବ ଏହି ସେତୁର ସ୍ୱତନ୍ତ୍ରତା ହେଉଛି, ଏହାର ଆକାର ଇଂରାଜୀ ଅକ୍ଷର ‘ଟି’ ପରି । ବାଙ୍କୀ-ବଡ଼ମ୍ବା ମଧ୍ୟରେ ରହିଥିବା ପର୍ଯ୍ୟଟନ କ୍ଷେତ୍ର ସିଂହନାଥ ପୀଠକୁ ଯୋଡ଼ି ହୋଇଥିବାରୁ ଆକାଶ ମାର୍ଗରୁ ଏହାର ସ୍ଥିରଚିତ୍ର ‘ଟି’ ଭଳି ଦିଶୁଛି । ଏବେ ସୁଦ୍ଧା ଏହାର ନାମକରଣ ହୋଇନଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି ।  ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସେତୁ ରାଜ୍ୟର ସର୍ବବୃହତ ଏବଂ ଆକର୍ଷଣୀୟ ବ୍ରିଜ୍‌ ହେବ । ଏଥିରେ ୩୬.୫ ମିଟର ପରିମିତ ୮୬ଟି ସ୍ପାନ୍‌ (ଫୁକାର-ଗୋଟିଏ ପିଲାର୍‌ରୁ ଆଉ ଏକ ପିଲାର୍‌ର ବ୍ୟବଧାନ) ରହିଛି । ସେତୁର ପ୍ରସ୍ଥ ପ୍ରାୟ ସାଢ଼େ ସାତ ମିଟର ରହିଥିବା ବେଳେ ଉଭୟ ପାଶ୍ୱର୍ରେ ଦେଢ଼ ମିଟର ଲେଖାଏଁ ଫୁଟ୍‌ପାଥ୍‌ ରହିଛି । ସେତୁ ମଝିରୁ ସିଂହନାଥ ପୀଠକୁ ଯୋଡ଼ିବାକୁ ଆଉ ଏକ ସଂଯୋଗୀକରଣ ସେତୁ ନିର୍ମାଣ କରାଯାଇଛି । ପ୍ରାୟ ୨୪୦ ମିଟର ଲମ୍ବ ଏହି ସଂଯୋଗୀକରଣ ସେତୁ ପର୍ଯ୍ୟଟନ କ୍ଷେତ୍ର ସିଂହନାଥ ପୀଠକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ଏହି ସେତୁଟି ଯୋଗୁଁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଢେଙ୍କାନାଳ ମଧ୍ୟରେ ଦୂରତା ହ୍ରାସ ପାଇବ । ବଡ଼ମ୍ୱା, ନରସିଂହପୁର, ବାଙ୍କୀ ଅଞ୍ଚଳର ଆରାଧ୍ୟା ମା’ ଚର୍ଚ୍ଚିକା, ମା’ ପ୍ରଗଳା, ମା’ ଭଟ୍ଟାରିକା ଓ ଶ୍ରୀ ଚମ୍ପାନାଥଙ୍କ ପୀଠ ସମେତ ସାତକୋଶିଆ ପରିବେଶ ପର୍ଯ୍ୟଟନ ତଥା ତ୍ରିକୁଟାଧାମ କୁହାଯାଉଥିବା ରାମନାଥ-ବୈଦ୍ୟନାଥ- ସିଂହନାଥର ଆଦୃତି ବୃଦ୍ଧି ପାଇବ । ବାଙ୍କୀ ଓ ବଡ଼ମ୍ବା ମଧ୍ୟରେ ପ୍ରାୟ ୩୫ କିଲୋମିଟର ଦୂରତା କମିଯିବ । ଏବେ ଯାତମୁଣ୍ଡିଆ ବ୍ରିଜ୍‌ ଦେଇ ସୁବର୍ଣ୍ଣପୁର ରାସ୍ତା ଦେଇ ବାଙ୍କୀ ଲୋକେ ବଡ଼ମ୍ବା ଯାଉଥିଲେ । କିନ୍ତୁ ଏବେ ବୈଦେଶ୍ୱର-ଗୋପିନାଥପୁରକୁ ସେତୁ ଯୋଡ଼ି ହେଉଥିବାରୁ ଏହି ରାସ୍ତାରେ କଲେ ପ୍ରାୟ ୨ ଘଣ୍ଟାର ରାସ୍ତା କମିଯିବ । ଅକ୍ଟୋବର ସୁଦ୍ଧା ଏହି ସେତୁକୁ ବ୍ୟବହାରଯୋଗ୍ୟ କରିବାକୁ ଉଦ୍ୟମ ଜାରି ରହିଛି । ରାଜ୍ୟର ଏହି ସର୍ବବୃହତ ସେତୁରେ ଅତିରିକ୍ତ କିଛି ସୁବିଧା ସୁଯୋଗ ସୃଷ୍ଟି କରିବା ଦିଗରେ ଦାବି ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!