ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆମେରିକା ସୈନ୍ୟ ଫେରାଇନେବା ପରେ ଏବେ ଏକାକୀ ତାଲିବାନ ସହ ଲଢ଼ୁଛନ୍ତି ଆଫଗାନ ସେନା। ତାଲିବାନମାନେ ଆଫଗାନିସ୍ତାନର ଗୋଟେ ପରେ ଗୋଟେ ପ୍ରଦେଶ ନିଜ ଦଖଲକୁ ନେବାରେ ଲାଗିଛନ୍ତି। ୩୪ଟି ମଧ୍ୟରୁ ୧୮ଟି ପ୍ରଦେଶକୁ ନିଜ ଦଖଲକୁ ନେଇସାରିଛି ତାଲିବାନ। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲକୁ ନେବାକୁ ଆଉ ୯୦ଦିନ ସମୟ ଲାଗିବ ବୋଲି କୁହାଯାଉଥିବା ବେଳେ ଆଉ ମାତ୍ର ଗୋଟେ ଦିନ ମଧ୍ୟରେ ତାଲିବାନ ତାହା କରିଦେଖାଇବ ବୋଲି ଜଣାପଡ଼ିଲାଣି। ତାଲିବାନ ଦଖଲକୁ ନେଇଥିବା ପ୍ରଦେଶଗୁଡ଼ିକ ହେଲା ଜାରଞ୍ଜ, ଶେବର୍ଗନ୍, ସର-ଇ-ପୁଲ୍, କୁଣ୍ଡୁଜ୍, ତାଲୁକାନ୍, ଆୟବାକ୍, ଫରାହ, ପୁଲ-ଇ-ଖୁମ୍ରି, ଫୈଜାବାଦ, ଗଜନୀ, ହୈରାତ୍, କାନ୍ଦାହାର, ଲସ୍କର ଗାହ, କାଲା-ଇ ନାୱ, ଫେରୁଜ୍ କୋହ, ପୁଲ-ଇ ଆଲାମ, ଟେରାକୋଟ, କାଲାଟ |






