Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫିଟ୍‌ନେସ୍‌ ନାହିଁ ତ ଚାକିରି ଛାଡ଼, ପେଟୁଆ ପୁଲିସ୍‌ ବାବୁଙ୍କୁ ଏପରି କହିଥିଲେ ଡିଜିପି

by ସଞ୍ଜୟ ସ୍ୱାଇଁ
August 10, 2021
in State
ଫିଟ୍‌ନେସ୍‌ ନାହିଁ ତ ଚାକିରି ଛାଡ଼, ପେଟୁଆ ପୁଲିସ୍‌ ବାବୁଙ୍କୁ ଏପରି କହିଥିଲେ ଡିଜିପି
318
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫିଟ୍‌ନେସ୍‌ ନାହିଁ ତ ଚାକିରି ଛାଡ଼ । ପେଟୁଆ ପୁଲିସ୍‌ ବାବୁଙ୍କୁ ଏପରି କଡା ଭାଷାରେ ତାଗିଦ କରିଥିଲେ ଡିଜିପି । ହେଲେ ଏହି ଗୁରୁମନ୍ତ୍ରକୁ ଭୁଲିବା ଆଜି ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ମହଙ୍ଗା ପଡିଛି । ସଂପୃକ୍ତ ଡିଏସ୍‌ପି ଲୋୟର ପିଏମ୍‌ଜିରେ ଆନ୍ଦୋଳନଗତ ଶିକ୍ଷକଙ୍କୁ ଅଟକାଇବେ କ’ଣ, ଧଇଁସଇଁ ହୋଇ ୫ ରାଉଣ୍ଡ ଗଳିପଡିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ତାଙ୍କ ହାତ ଖୁଆ ଖସିଯାଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଫିଟନେସ୍‌ ନଥିବା ଅଧିକାରୀଙ୍କୁ ନେଇ କମିଶନରେଟ୍‌ ପୁଲିସ କିପରି ଚାଲିବ ତାଙ୍କୁ ନେଇ ଭାଳେଣି ପଡିଛି । ସୋମବାର ମଧ୍ୟାହ୍ନରେ କମ୍ପୁଟର ଶିକ୍ଷକ ମାନେ ଲୋୟର ପିଏମ୍‌ଜି ଛକ ଠାରେ ଧାରଣା ଦେଇଥିଲେ । ପରେ ବ୍ୟାରିକେଡ୍‌ ଭାଙ୍ଗି ଲୋକସେବା ଭବନ ଆଡକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ । ସେଠାରେ କାର୍ୟ୍ୟରତ ଥିବା ଏକ ନିର୍ଦ୍ଦିଷ୍ଟ ଥାନାର ଆଇଆଇସି(ଡିଏସ୍‌ପି ପାହ୍ୟା) ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜଣେ ଶିକ୍ଷକ ହଠାତ୍‌ ଦୌଡିବାକୁ ଆରମ୍ଭ କରିଥିଲେ । ସଂପୃକ୍ତ ଆଇଆଇସି ମଧ୍ୟ ଦୌଡି ଦୌଡି ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ପାରି ନଥିଲେ । କିଛି ସମୟ ଦୌଡ଼ିବା ପରେ ଧଇଁ ସଇଁ ହୋଇ ତଳେ ଗଳି ପଡିଥିଲେ । ଫଳରେ ତାଙ୍କ ହାତ ଖୁଆରେ ଆଘାତ ଲାଗିଥିଲା । ତତ୍‌ଷଣାତେ ସେଠାରେ ଉପସ୍ଥିତ ଥିବା ଅନ୍ୟ ପୁଲିସ୍‌ କର୍ମଚାରୀ ଆନ୍ଦୋଳନ ରୋକିବେ କଣ ଉକ୍ତ ଡିଏସ୍‌ପିଙ୍କୁ ଧରି ମେଡିକାଲ ଧାଇଁଥିଲେ । ଅପରାଧ ନିୟନ୍ତ୍ରଣ ପାଇଁ ଗୁରୁମନ୍ତ୍ର ଦେଇଥିଲେ ପୁଲିସ ମହାନିର୍ଦ୍ଦେଶକ । ପେଟ କମାଅ, ଫିଜିକାଲ ଫିଟନେସ୍‌ ରଖ । ଏହା ଦ୍ୱାରା ଅପରାଧୀଙ୍କୁ ସାବାଡ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । ହେଲେ ସଂପୃକ୍ତ ଅଧିକାରୀ ଡିଜିପିଙ୍କ କଥାକୁ ଗୁରୁତ୍ୱର ସହ ନେଇନଥିଲେ । ଯାହାର ହିସାବ ତାଙ୍କୁ ଆଜି ଦେବାକୁ ପଡିଛି । ଏହି ଅଫିସରଙ୍କର ବଦଳି ହେବା ସତ୍ତେ୍ୱ ମଧ୍ୟ ସେ ଚୌକି ମାଡି ବସିବାକୁ ନେଇ ଚର୍ଚ୍ଚା ଏବେ ବି ଥମିନି । ଏହି ଥାନାରେ ପ୍ରତ୍ୟେକ ଦିନ ପ୍ରତିବାଦ, ଧାରଣା ଜାରି ରହିଥିବା ବେଳେ ଜଣେ ଅନଫିଟ ଆଇଆଇସି କିପରି ଦାୟିତ୍ୱ ନିର୍ବାହ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!