Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରକ୍‌ରୁ ମାର୍ବଲ ଓହ୍ଲାଉଥିଲେ, ଚାପି ହୋଇ ଚାଲିଗଲା ଜୀବନ

by ସଞ୍ଜୟ ସ୍ୱାଇଁ
August 9, 2021
in State
ଟ୍ରକ୍‌ରୁ ମାର୍ବଲ ଓହ୍ଲାଉଥିଲେ, ଚାପି ହୋଇ ଚାଲିଗଲା ଜୀବନ
249
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ମୃତ୍ୟୁ ଏମିତି ବି ଆସେ । ଦୁଇ ପଇସା ରୋଜଗାର କରିବା ଆଶାରେ ସକାଳୁ ସକାଳୁ ଘରୁ ବାହାରିଥିଲେ । କାମ କରିବା ପରେ ଯାହା ଟଙ୍କା ମିଳିବ ସେଥିରେ ଘରକୁ କିଛି ଭଲ ଜିନିଷ ନେବାକୁ ଆଶା ରଖିଥିଲେ । ମାତ୍ର ସବୁ ଆଶା ଆଶାରେ ରହିଗଲା । ଟ୍ରକ୍‌ରୁ ମାର୍ବଲ ଖାଲି କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ସେହି ମାର୍ବଲ ତଳେ ଚାପି ମୃତ୍ୟୁ ଘଟିଛି । ତାଙ୍କ ସହ କାମ କରୁଥିବା ଜଣେ ଶ୍ରମିକ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲ ଟାଉନସିପ୍‌ରେ ଘଟିଛି । ରଘୁନାଥପାଲୀ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଗୁରୁତର ଓ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ପଠାଇଥିଲା । ଘଟଣାକୁ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଟ୍ରକ୍‌କୁ ଜବତ କରିଛି । ସିଭିଲ ଟାଉନସିପ୍‌ କ୍ୱାର୍ଟର୍ସ ନଂ.ଏସ୍‌/୮ରେ ଘର ନିର୍ମାଣ କାର୍ୟ୍ୟ ଚାଲୁଛି । ରବିବାର ସକାଳେ ଟ୍ରକ୍‌ ନଂ. ଡବ୍ଲ୍ୟୁବି-୧୧ଡି-୮୨୫୦ଯୋଗେ ମାର୍ବଲ ବୋଝେଇ ହୋଇ ଉକ୍ତ ଘର ସମ୍ମୁଖରେ ପହଞ୍ଚି ଥିଲା । ଟ୍ରକ୍‌ରେ ବୋଝେଇ ହୋଇଥିବା ୬୦ଟି ମାର୍ବଲ ଖାଲି କରିବା ଲାଗି କିଛି ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ମାଲଗୋଦାମର ଅଭିଜିତ ବାନାର୍ଜୀଙ୍କ ସମେତ ୧୦ ଜଣ ଶ୍ରମିକ ମାର୍ବଲ ଖାଲି କରୁଥିଲେ । କିଛି ଶ୍ରମିକ ଟ୍ରକ୍‌ରୁ ମାର୍ବଲ ଖାଲି କରି ନିର୍ମାଣଧୀନ କୋଠା ଭିତରକୁ ନେଉଥିଲେ । ଅଭିଜିଜ ଟ୍ରକ୍‌ ଉପରେ ଚଢି ମାର୍ବଲ ବାହାର କରୁଥିବା ବେଳେ ଗାଡ଼ିରେ ବୋଝେଇ ହୋଇଥିବା ମାର୍ବଲ ଖଣ୍ଡ ତାଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ମାର୍ବଲ ତଳେ ଚାପି ହୋଇ ଅଭିଜିତଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା । ପାଖରେ ଛିଡ଼ା ହୋଇଥିବା ଗୁଡୁ ଓ ମୋଟୁ ନାମକ ଦୁଇ ଶ୍ରମିକ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!