Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

by ସଞ୍ଜୟ ସ୍ୱାଇଁ
August 8, 2021
in Crime, State
୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
40
VIEWS
Share on FacebookShare on Twitter

କୋକସରା, (ବାଘୁଆବାର୍ତ୍ତା): କିଛିଦିନର ବ୍ୟବଧାନ ପରେ କୋକସରା ପୋଲିସ କବଜାରେ ପଡିଛନ୍ତି ୪ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ। ସେମାନଙ୍କ ନିକଟରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ କୋକସରା ପୋଲିସ ଶନିବାର ଏନଏଚ ୨୬ ର ଆମପାଣିରୁ ମୋଟେର ମଧ୍ୟରେ ଛକି ରହିଥିଲେ । ସେହି ସମୟରେ ଆମପାଣି ପଟୁ ୨ ଟି କାର ଅତି ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ପିଛା କରିଥିଲେ। ତେବେ ଏହା ମଧ୍ୟରୁ ଗୋଟେ ଧଳା ରଙ୍ଗର ମାରୁତି କାର ( ନଂ ଓ ଆର ୦୨ ଏ ୟୁ ୨୩୮୩ )ରେ ଆସୁଥିବା ୨ ଜଣ କୋକସରା ନିକଟସ୍ଥ ଅଲାଗୁଡା ଗ୍ରାମ ନିକଟରେ କାର କୁ ଛାଡି ଫେରାର ହୋଇଯାଇଥିଲେ । ଅନ୍ୟ ଏକ ହୋଣ୍ଡା ସିଟି କାର (ନମ୍ବର ଡି ଏଲ ୪ ସି ଏ ୱବ୍ଲୁ ୪୩୧୩) ପୋଲିସ କୁ ଚକମା ଦେଇଥିଲା । ପରେ ପୋଲିସ ଅଲାଗୁଡାରୁ କାରକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ କରି ବିଭିନ୍ନ ସ୍ଥାନ ରେ ଛାନଭିନ କରିଥିଲା। ଅଲାଗୁଡାରେ କାର ଛାଡି ଫେରାର ଥିବା ୨ ଜଣଙ୍କୁ ପୋଲିସ ଧରିଥିଲା। ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ପୁଣି ଅନ୍ୟ ଏକ ଫେରାର ଥିବା କାର ସହ ୨ ଅଭିଯୁକ୍ତ ଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୁଚନା ମିଳିଛି। ଗିରଫ ୪ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ରାଜ୍ୟ ର ଇଳାହାବାଦ ଅଞ୍ଚଳର । ସେମାନେ ହେଲେ କୂଳଦୀପ ଗୁପ୍ତା(୧୯) ସରୋଜ ସିଂ(୨୪) ରବି ଶଙ୍କର ଚୌହାନ(୨୦) ଅନିଲ କୁମାର ବିନ୍ଦ (୨୪) । ମୁଖ୍ୟ ଅଭିଯୁକ୍ତ ନଦୀମ ଖାଁ (୨୪) ଫେରାର ହୋଇ ଯାଇଛି। ଆନ୍ଧ୍ରପ୍ରଦେଶ ଓ ଓଡିଶା ର ସୀମାନ୍ତ ଅଂଚଳରୁ ୨ ଗୋଟି କାରରେ ଅତି ଚତୁରତା ସହ କାର ମଧ୍ୟରେ ସିକ୍ରେଟ ଚ୍ୟାମ୍ବର କରି ତା’ଭିତରେ ୩ କୁଣ୍ଟାଲ ଗଞ୍ଜେଇ ପ୍ୟାକେଟ ରଖି ଆସୁଥିଲେ। କୌଣସି ସୂତ୍ର ରୁ ଖବର ପାଇ କୋକସରା ପୋଲିସ ଟିମର ମିଳିତ ଉଦ୍ୟମରେ ଏହି ଆନ୍ତଃରାଜ୍ୟ ଚୋରା ଚାଲାଣ ଗଞ୍ଜେଇ ମାଫିଆ ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ୨ କାରରୁ ଜବତ ହୋଇଥିବା ୩ କୁଣ୍ଟାଲ ଗଞ୍ଜେଇ ର ଆନୁମାନିକ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଳି ଜଣାପଡିଛି । ଏ ନେଇ କୋକସରା ଥାନାରେ ନଂ ୧୫୯/୨୧ ରେ ଏକ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ରମଣୀ ରଂଜନ ଦଳେଇ ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା କାଲି ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!