Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ ମୋହୁଛି ଈଶ୍ୱରଙ୍କ ଅକ୍ସିଜେନ୍‌ ରାକ୍ଷୀ କିଟ୍, ଅର୍ଡର କଲେ ଘରେ ପହଞ୍ଚୁଛି

by ସଞ୍ଜୟ ସ୍ୱାଇଁ
August 8, 2021
in State
ମନ ମୋହୁଛି ଈଶ୍ୱରଙ୍କ ଅକ୍ସିଜେନ୍‌ ରାକ୍ଷୀ କିଟ୍, ଅର୍ଡର କଲେ ଘରେ ପହଞ୍ଚୁଛି
104
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ମନାସିବେ । ଏଥିପାଇଁ ସହରରେ ରାକ୍ଷୀ ବ୍ୟବସାୟ ଅନ୍‌ଲାଇନ୍‌ରେ ଜୋର୍‌ ଧରିଛି । ବିଭିନ୍ନ ବ୍ୟବସାୟୀମାନେ ନାମୀଦାମୀ ୱେବ୍‌ସାଇଟ୍‌ ମାଧ୍ୟମରେ ରାକ୍ଷୀ ବ୍ୟବସାୟ ଆରମ୍ଭ କରିଥିଲା ବେଳେ କିଛି ବ୍ୟବସାୟୀ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ରାକ୍ଷୀ ବ୍ୟବସାୟ ଆରମ୍ଭ କରିଛନ୍ତି । କଟକ ନୂଆବଜାର ଅଞ୍ଚଳର ଯୁବକ ଈଶ୍ୱର ସାହୁଙ୍କ ଅକ୍ସିଜେନ୍‌ ରାକ୍ଷୀ କିଟ୍‌ କିନ୍ତୁ ସମସ୍ତଙ୍କ ମନ ମୋହିବାରେ ଲାଗିଛି । ଅର୍ଡର କରିବା ମାତ୍ରେ ଅନ୍‌ଲାଇନରେ ଲୋକଙ୍କ ଘରେ ପହଞ୍ଚିଯାଉଛି । ସଂକ୍ରମଣ କମିବା ସାଙ୍ଗକୁ କଟକଣା ମଧ୍ୟ କୋହଳ ହେଉଛି । ଦୋକାନ, ବଜାର ମଧ୍ୟ ଖୋଲୁଛି । କିନ୍ତୁ ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା ଥିଲେ ମଧ୍ୟ ସହରରେ ରାକ୍ଷୀ ଦୋକାନ ବିଶେଷ ଖୋଲିପାରିଲା ନାହିଁ । ପ୍ରତିବର୍ଷ ବନ୍ଧୁତ୍ୱ ଦିବସରୁ କଲେଜ ଛକ, ରାଣୀହାଟ, ବାଦାମବାଡି ଆଦି ଅଞ୍ଚଳରେ ରାକ୍ଷୀ ଦୋକାନ ଖୋଲିଯାଇଥାଏ । ମାସଟା ଯାକ ବେଶ୍‌ କିଛି ରୋଜଗାର କରିଥାନ୍ତି ରାକ୍ଷୀ ବ୍ୟବସାୟୀ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଲୋକେ ଅନ୍‌ଲାଇନ୍‌ରେ ରାକ୍ଷୀ ଅର୍ଡର କରୁଛନ୍ତି । ଯେଉଁମାନଙ୍କ ଭାଇ ବାହାରେ ରହୁଛନ୍ତି ସେମାନେ ମଧ୍ୟ ସିଧାସଳଖ ଭାଇଙ୍କ ଠିକଣା ଲେଖି ଘରେ ବସି ଅର୍ଡର କରୁଛନ୍ତି । ଲୋକଙ୍କ ଡିମାଣ୍ଡ୍‌କୁ ଦୃଷ୍ଟିରେ ରଖି ବିଭିନ୍ନ ଅନ୍‌ଲାଇନ୍‌ ସପିଂ ୱେବ୍‌ସାଇଟ୍‌ରେ ବିଭିନ୍ନ ଅଫର୍‌ ସହିତ ରାକ୍ଷୀ ବିକ୍ରି ଆରମ୍ଭ ହୋଇଛି ।ସେଥିରେ ବନ୍ଧନ ବ୍ରେସ୍‌ଲେଟ୍‌ ରାକ୍ଷୀ, ସେଣ୍ଟେଡ୍‌ ରାକ୍ଷୀ, ମଗ୍‌ ରାକ୍ଷୀ ଆଦି ଅନେକ ପ୍ରକାରର ରାକ୍ଷୀ ରହିଛି । ତା ସାଙ୍ଗକୁ ଚକୋଲେଟ୍‌ ଓ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ମଧ୍ୟ ପ୍ରଦାନ କରାଯାଉଛି ।କିନ୍ତୁ କଟକ ଓ ଭୁବନେଶ୍ୱରବାସୀଙ୍କ ମନ ମୋହୁଛନ୍ତି ନୂଆବଜାର ଅଞ୍ଚଳର ଯୁବକ ଈଶ୍ୱର ସାହୁ । ସେ ଚଳିତ ବର୍ଷ ଅକ୍ସିଜେନ୍‌ ରାକ୍ଷୀ କିଟ୍‌ ପ୍ରଦାନ କରୁଛନ୍ତି । ରାକ୍ଷୀ କିଟ୍‌ ସାଙ୍ଗକୁ ପରିବେଶ ସୁରକ୍ଷା ପାଇଁ ଏକ ନିମ ଗଛ ଚାରା ପ୍ରଦାନ କରୁଛନ୍ତି । ଉକ୍ତ କିଟ୍‌ କାଠରେ ଡିଜାଇନ୍‌ ହୋଇଥିଲା ବେଳେ ବେଶ୍‌ ଆକର୍ଷଣୀୟ ମଧ୍ୟ ହୋଇଛି । ସେଥିରେ୍‌ ଏକ ସାନିଟାଇଜର୍‌, ପ୍ରିଣ୍ଟେଡ୍‌ ମାସ୍କ, ଫଟୋ ରାକ୍ଷୀ, ମଡର୍ଣ୍ଣ କ୍ୟାଲେଣ୍ଡର, ସ୍ପେଶାଲ୍‌ ସୁରକ୍ଷା ସ୍ପ୍ରେ(ଆୟୁର୍ବେଦିକ), ଚକୋଲେଟ୍‌, ସିନ୍ଦୁର, ମୋ ଭାଇ କାର୍ଡ, ଫଟୋ ଚାବି ରିଂ ଭଳି ୧୦ଟି ଆଇଟମ୍‌ ରହିଛି ଯାହାର ମୂଲ୍ୟ ମାତ୍ର ୩୬୧ ଟଙ୍କା । ଏହାକୁ ଲୋକମାନେ ୮୨୪୯୨୬୬୯୬୩ ନମ୍ବରରେ ଅର୍ଡର କରିପାରିବେ । ଈଶ୍ୱର କହନ୍ତି, ଅର୍ଡର କରିବାର ଗୋଟିଏ ଦିନ ଭିତରେ ଜିନିଷ ଦିଆଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!