Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନ୍ୟାୟ ପାଇଁ ସୁରଟ ଝିଅ ଗଞ୍ଜାମରେ

by ସଞ୍ଜୟ ସ୍ୱାଇଁ
August 8, 2021
in Crime, State
ନ୍ୟାୟ ପାଇଁ ସୁରଟ ଝିଅ ଗଞ୍ଜାମରେ
186
VIEWS
Share on FacebookShare on Twitter

ଛତ୍ରପୁର, (ବାଘୁଆବାର୍ତ୍ତା): ଗୁଜରାଟର ଝିଅ । ପ୍ରେମ ଉପରେ ଭରସା କରି ଓଡ଼ିଆ ଯୁବକର ହାତ ଧରିଥିଲେ । ଅନେକ ସ୍ୱପ୍ନ ଦେଖିଥିଲେ, ହେଲେ ପ୍ରେମିକ ହିଁ ତାଙ୍କୁ ଠକିଦେଲା । ଆଉ ନ୍ୟାୟ ପାଇଁ ସୁରଟ ନିକଟ ଅମରୋଲି ଥାନା ଅଞ୍ଚଳର ଯୁବତୀ ଛତ୍ରପୁର ଆସି ଶନିବାର ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବରୁ ଏ ସଂପର୍କରେ ସେ କବିସୂର୍ୟ୍ୟନଗର ଥାନାରେ ଅଭିଯୋଗ କରିଥିଲେ, ହେଲେ ପୁଲିସ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ସେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏଙ୍କୁ ଗୁହାରି ଜଣାଇଛନ୍ତି । ଯୁବତୀଙ୍କ ଅଭିଯୋଗ ପ୍ରକାରେ- ତାଙ୍କ ପ୍ରେମିକ କୁହାଯାଉଥିବା ୨୮ ବର୍ଷୀୟ ଓଡ଼ିଆ ଯୁବକଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ବଡ଼ଆଗୁଳ ଗ୍ରାମ । ସେ ସୁରଟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଅନେକ ବର୍ଷ ହେବ ସ୍ଥାନୀୟ ଅମରୋଲି ଅଞ୍ଚଳର ୨୧ ବର୍ଷୀୟା ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି଼ ଉଠିଥିଲା । ଉଭୟେ ବିବାହ ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଯୁବତୀଙ୍କ ପରିବାର ଲୋକ ଏହି ସମ୍ପର୍କକୁ ବିରୋଧ କରୁଥିବାରୁ ସେ ପ୍ରେମ ପାଇଁ ନିଜ ପରିବାରକୁ ଗୋଡ଼ରେ ଆଡ଼େଇ ୭ ମାସ ତଳେ ସମ୍ପୃକ୍ତ ଯୁବକଙ୍କ ପାଖକୁ ଚାଲି ଆସିଥିଲେ । ଦୁହେଁ ସେଠାକାର ଏକ ମନ୍ଦିରରେ ବିବାହ କରିଛନ୍ତି ଓ ପରେ ଏକ ଭଡା ଘର ନେଇ ରହୁଥିଲେ ବୋଲି କହିଛନ୍ତି ଗୁଜରାଟର ଯୁବତୀ । ଏପରିକି ନିଜ ପ୍ରେମ ପାଇଁ ଯୁବତୀଜଣକ ନିଜ ପରିବାର ବିରୋଧରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଫଳରେ ପରିବାର ସହ ତାଙ୍କର ସମ୍ପର୍କ ସବୁଦିନ ପାଇଁ ଛିନ୍ନ ହୋଇଯାଇଥିଲା । କିଛି ଦିନ ଦୁହେଁ ହସଖୁସିରେ ରହିବା ପରେ ଯୁବକ ପ୍ରେମିକାଙ୍କୁ ପ୍ରତାରଣା କରିବା ଆରମ୍ଭ କରି ଦେଇଥିଲେ । ଏପରିକି ପ୍ରେମିକା (ପତ୍ନୀ)ଙ୍କୁ ମିଛ କହି ସେ ନିଜ ଗାଁକୁ ଆସି ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିବା ପାଇଁ ଯୋଜନା କରିଥିଲେ । ଉଭୟଙ୍କ ସମ୍ପର୍କ ବାବଦରେ ଯୁବକଙ୍କ ପରିବାର ଲୋକ ମଧ୍ୟ ଜାଣିଛନ୍ତି । ତେବେ ପ୍ରେମିକ (ସ୍ୱାମୀ)ଙ୍କ ଦ୍ୱିତୀୟ ବିବାହ ଯୋଜନା ବିଷୟରେ ଗୁଜରାଟର ଯୁବତୀ ଅନ୍ୟ ଏକ ସୂତ୍ରରୁ ଜାଣିବା ପରେ ସୁରଟରୁ ଟ୍ରେନ୍‌ ଯୋଗେ ଆସି ଜୁଲାଇ ୧୬ ତାରିଖରେ ଭୁବନେଶ୍ୱରରେ ଓହ୍ଲାଇଥିଲେ । ସେଠାକାର ରେଳବାଇ ପୁଲିସର ସହଯୋଗ ଲୋଡ଼ିଥିଲେ । ରେଳବାଇ ପୁଲିସ ତାଙ୍କୁ ବ୍ରହ୍ମପୁର ମହିଳା ଥାନାକୁ ପଠାଇବା ପରେ ସେଠାରୁ ସେ କବିସୂର୍ୟ୍ୟନଗର ଥାନାକୁ ଯାଇ ଜୁଲାଇ ୧୭ରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ପ୍ରେମ ପରେ ପ୍ରତାରଣାର ଶିକାର ହୋଇଥିବା ସୁରଟ ଯୁବତୀ ଶନିବାର ଗଞ୍ଜାମ ଏସ୍‌ପିଙ୍କ କାର୍ୟ୍ୟାଳୟକୁ ଆସି ଏଏସ୍‌ପି ଠାକୁର ପ୍ରସାଦ ପାତ୍ରଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ପରେ ଏସ୍‌ପିଙ୍କୁ ମଧ୍ୟ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ଅଭିଯୋଗ କରିବାର ୨୦ ଦିନ ହେଲାଣି, ହେଲେ କବିସୂର୍ୟ୍ୟନଗର ଥାନା ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ସେ ଦର୍ଶାଇଛନ୍ତି । ଓଡ଼ିଶା ପୁଲିସ ତାଙ୍କୁ ନ୍ୟାୟ ଦେଇ ପାରୁଛି କି ନାହିଁ ସେ ସନ୍ଦେହ ଘେରରେ ଅଛନ୍ତି । ନ୍ୟାୟ ପାଇଁ ସୁରଟରୁ ଏକୁଟିଆ ଦୌଡ଼ି ଆସିଥିବା ଯୁବତୀ ନିଜ ପ୍ରେମକୁ ଫେରି ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ମଧ୍ୟ ସେ କହିଛନ୍ତି । ଯଦି ସେ କୈାଣସି ନ୍ୟାୟ ନମିଳେ, ତେବେ ପ୍ରେମିକଙ୍କ ଘର ସାମନାରେ ଆତ୍ମହତ୍ୟା କରିବି ବୋଲି ଚେତାଇ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!