Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁଞ୍ଜାମରେ ଟ୍ରିପଲ୍‌ ମର୍ଡର ଘଟଣାରେ ପୁଲିସର ମୋଟ ୬ ଜଣଙ୍କୁ ଗିରଫ

by ସଞ୍ଜୟ ସ୍ୱାଇଁ
August 3, 2021
in Crime, State
କୁଞ୍ଜାମରେ  ଟ୍ରିପଲ୍‌ ମର୍ଡର ଘଟଣାରେ ପୁଲିସର ମୋଟ ୬ ଜଣଙ୍କୁ ଗିରଫ
90
VIEWS
Share on FacebookShare on Twitter

ଖମାର, (ବାଘୁଆବାର୍ତ୍ତା): ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା କୁଞ୍ଜାମ ଜିତ୍‌ମୁଣ୍ଡା ହୋ ସାହି ଟ୍ରିପଲ୍‌ ମର୍ଡର ଘଟଣାରେ ପୁଲିସ ମୋଟ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ପୁଲିସ କହିଛି । ଅନ୍ୟପକ୍ଷରେ ନିଖୋଜ ତିନି ଜଣଙ୍କ ମଧ୍ୟରୁ ଗତକାଲି ଦାଦା ବୁଦ୍ଧୁରାମ ଚାତର୍‌ ଓ ପୁତୁରା ବୁଦ୍ଧିଆ ଓରଫ୍‌ ମୋଟେଇ ଗାଗରାଇଙ୍କ ମୃତଦେହ ସମାକୋଇ ନଦୀରୁ ଉଦ୍ଧାର ହୋଇଛି । ଏବେ ସୁଦ୍ଧା ବୁଦ୍ଧୁରାମଙ୍କ ସ୍ତ୍ରୀ ମୁନି ଚାତର ନିଖୋଜ ଥିବାବେଳେ ନଦୀରେ ତଲାସି ଅଭିଯାନ ଜାରି ରହିଛି । ଅଟକ ଥିବା ଅଭିଯୁକ୍ତମାନଙ୍କୁ ମାରାଥନ୍‌ ଜେରା ପରେ ପୁଲିସ ହତ୍ୟାକାଣ୍ଡର ରହସ୍ୟ ଉପରୁ ପର୍ଦା ହଟାଇଛ । ଗତ ୩୦ ତାରିଖ ଅପରାହ୍‌ଣରେ କୁଞ୍ଜାମ ଜିତମୁଣ୍ଡା ସାହିର ବୁଦ୍ଧୁରାମଙ୍କ ଘରକୁ ତାଙ୍କର ପୁତୁରା ଡିହସାହିର ବୁଦ୍ଧିଆ ଗାଗରାଇ ଯାଇଥିଲେ । ପୂର୍ବରୁ ଏକ ଶ୍ରାଦ୍ଧବାର୍ଷିକୀରେ ଖାସି ମାଂସ ଭୋଜି ଦିଆଯାଇନଥିବାରୁ ଉଭୟ ପରିବାରକୁ ସାହିବାସୀ ବାସନ୍ଦ କରିଥିଲେ । ଏହାଛଡ଼ା କିଛି ଦିନ ତଳେ ସାହିର ଜଣେ ୨୪ ବର୍ଷର ଯୁବକର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଗୁଣିଗାରେଡ଼ି ସନ୍ଦେହ କରି ଦୁଇ ପରିବାର ଉପରେ ଆକ୍ରୋଶ ମନୋଭାବ ରଖିଥିଲେ । ଘଟଣା ଦିନ ବୁଦ୍ଧିଆ ଓ ତାଙ୍କ ଦାଦା-ଖୁଡ଼ୀ ଘରେ ଥିବାବେଳେ ଜିତମୁଣ୍ଡା ସାହିର ୬ ଜଣ ଯୁବକ ସେମାନଙ୍କୁ ଘରୁ ଘୋଷାଡ଼ି ନେଇ ପିଟି ପିଟି ହତ୍ୟା କରିଥିଲେ । ପରେ ସେମାନଙ୍କୁ ସମାକୋଇ ନଦୀରେ ଫିଙ୍ଗି ଦେଇଥିଲେ । ଏ ନେଇ ପୁଲିସ ନିକଟରେ ଅଭିଯୋଗ ହେବା ପରେ ପୁଲିସ ଛାନ୍‌ଭିନ୍‌ କରି ଚନ୍ଦ୍ର ଦଙ୍ଗ (୪୭), ଶଙ୍କର ପୂର୍ତ୍ତି (୨୨), ନିରଞ୍ଜନ ଚାମ୍ପିଆ (୨୨), ଟିଟୁ ଓରଫ୍‌ କନ୍ତାରୁ ଦଙ୍ଗ (୨୪) ସମେତ ଦୁଇ ନାବାଳକଙ୍କୁ ଗିରଫ କରିଥିଲା । ଦୁଇ ନାବାଳକକୁ ଅନୁଗୁଳ ବାଳ ସୁଧାର ଗୃହ ଏବଂ ଅନ୍ୟ ୪ ଅଭିଯୁକ୍ତଙ୍କୁ ପାଳଲହଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ସମାକୋଇ ନଦୀରେ ତଲାସି ଚଳାଇ ଗତକାଲି ରଜଡଙ୍ଗ ଗ୍ରାମ ନିକଟରୁ ବୁଦ୍ଧୁରାମ ଚାତର ଓ ଆଜି ସମଲ ଥାନା ଗହମ ଗ୍ରାମ ନିକଟରୁ ଅଗ୍ନିଶମ ବିଭାଗ ବୁଦ୍ଧିଆ ଗାଗରାଇଙ୍କ ମୃତଦେହ ଜବତ କରିଛି ବୋଲି ଥାନା ଅଧିକାରୀ ଜ୍ଞାନେନ୍ଦ୍ର ସାମଲ ସୂଚନା ଦେଇଛନ୍ତି । ଏଯାବତ୍‌ ମୁନି ଚାତରଙ୍କ ଶବ ମିଳିନଥିବାରୁ ପାଲଲହଡ଼ା ଓ କଣିହାଁ ଅଗ୍ନିଶମ ବିଭାଗ ନଦୀରେ ଖୋଜାଖୋଜି ଚଳାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!