Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର

by ସଞ୍ଜୟ ସ୍ୱାଇଁ
August 2, 2021
in State, Toursimi
ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର
61
VIEWS
Share on FacebookShare on Twitter

ସମ୍ୱଲପୁର, (ବାଘୁଆବାର୍ତ୍ତା): ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । କୌଣସି ଭକ୍ତ ମନ୍ଦିରକୁ ଭୋଗ ନେଇ ଆସିପାରିବେ ନାହିଁ । କୌଣସି ଧର୍ମାନୁଷ୍ଠାନରେ ଭୋଗ କିମ୍ବା ପ୍ରସାଦ କରିପାରିବେ ନାହିଁ ଶ୍ରଦ୍ଧାଳୁ । ମନ୍ଦିର ଖୋଲିବା ନେଇ ଗାଇଡଲାଇନ୍ – ୬୫ ବର୍ଷରୁ ଅଧିକ ବୟସ୍କ, ଗୁରୁତର ରୋଗ ଥିବା ବ୍ୟକ୍ତିଙ୍କୁ ମନ୍ଦିର ଆସିବା ମନା । ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ଶିଶୁଙ୍କ ଉପରେ କଟକଣା । ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଛି । ପ୍ରବେଶ ପଥରେ ଶ୍ରଦ୍ଧାଳୁଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ଗୋଟିଏ ପଟରେ ପ୍ରବେଶ ଓ ଅନ୍ୟପଟେ ପ୍ରସ୍ଥାନ ବ୍ୟବସ୍ଥା। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ସାନିଟାଇଜର ବ୍ୟବହାର ବ୍ୟବସ୍ଥା । ପ୍ରସାଦ ସେବନ ସହ ଦୀପ ଓ ଧୂପଦାନ ବାରଣ କରାଯାଇଛି । କେହି ମନ୍ଦିର ଭିତରେ ବସି ପୂଜାପାଠ କରିପାରିବେ ନାହିଁ । ଭକ୍ତ ମନ୍ଦିର କାନ୍ଥ, ମୂର୍ତ୍ତି କିମ୍ବା ଦେବଦେବୀଙ୍କୁ ସ୍ପର୍ଶ କରିବା ମନା। ସେହିପରି ସମ୍ୱଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ମନ୍ଦିର ଟ୍ରଷ୍ଟ ବୋର୍ଡ, ଚର୍ଚ୍ଚ ୟୁନିୟନ୍, ମସଜିଦ ଆଦି ସମସ୍ତ ଧର୍ମାନୁଷ୍ଠାନ ସହ ଆଲୋଚନା ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଧର୍ମାନୁଷ୍ଠାନ ଖୋଲିବା ନେଇ ଜାରି ହୋଇଛି ଗାଇଡଲାଇନ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!