Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡେଙ୍ଗୁ ଅସମ୍ଭାଳ ହୋଇଥିଲେ ବି ଆଉ କରାଯାଉ ନାହିଁ ନୂଆ କେନ୍ଦ୍ର

by ସଞ୍ଜୟ ସ୍ୱାଇଁ
July 29, 2021
in Health, State
ଡେଙ୍ଗୁ ଅସମ୍ଭାଳ ହୋଇଥିଲେ ବି ଆଉ କରାଯାଉ ନାହିଁ ନୂଆ କେନ୍ଦ୍ର
87
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଲୋକସଂଖ୍ୟା ୧୫ଲକ୍ଷରୁ ଅଧିକ । କିନ୍ତୁ ଏହି ସଂଖ୍ୟା ପାଇଁ ସହରରେ ଅଛି ମାତ୍ର ୩ଟି ଡେଙ୍ଗୁ ପରୀକ୍ଷା କେନ୍ଦ୍ର । କେବଳ ସରକାରୀ ସୁବିଧାରେ ଥିବା ଏହି ୩ କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷା କଲେ ହିଁ ତାହା ଗ୍ରହଣୀୟ । ଛୋଟମୋଟ ଲାବ୍‌ କଥା କିଏ ପଚାରେ, ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା କଲେ ବି ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ଗ୍ରହଣ କରୁନାହାନ୍ତି । ପଟିଆ ହେଉ ବା ସାମନ୍ତରାପୁରରେ ରହୁଥିବା ଲୋକଟିଏ ଡେଙ୍ଗୁ ପରୀକ୍ଷା ପାଇଁ ଏମସ୍‌ ନ ହେଲେ କ୍ୟାପିଟାଲ ହସ୍ପିଟାଲକୁ ଦୌଡିବ । ପାଖରେ ଥିବା କୌଣସି ବଡ ହସ୍ପିଟାଲରେ ବି ଡେଙ୍ଗୁ ପରୀକ୍ଷା କରିବାକୁ ଯାଇ ପାରିବନି । ପରୀକ୍ଷା କଲେ ଏହାର ରିପୋର୍ଟକୁ ସରକାରୀ ସ୍ୱୀକୃତି ମିଳିବନି । ଏଭଳି ବିଚିତ୍ର ଡେଙ୍ଗୁ ମୁକାବିଲା ଚାଲିଛି ରାଜ୍ୟର ରାଜଧାନୀରେ । ଫଳରେ ଡେଙ୍ଗୁରେ ଆଖି ବୁଜିଛି ୧୫ବର୍ଷୀୟା ନାବାଳିକା । ଏହାର ମୃତ୍ୟୁର ତଦନ୍ତ ନାଁରେ ଗତ ୨ଦିନ ଧରି ଚାଲିଥିବା ତଥାକଥିତ ତଦନ୍ତ ଆଜି ସରିଛି । ଯାହା ଆଶଙ୍କା କରା ଯାଉଥିଲା ସେୟା ହୋଇଛି । ନାବାଳିକା ମୃତ୍ୟୁର କାରଣ ଡେଙ୍ଗୁ ନୁହେଁ ବୋଲି ଏକପ୍ରକାର ସ୍ପଷ୍ଟ କରାଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ନାବାଳିକାଙ୍କ କିଟ୍‌ରେ ଡେଙ୍ଗୁ ପରୀକ୍ଷା ହୋଇଛି । ଏହାକୁ ଆମେ ଗ୍ରହଣ କରୁନୁ । ଏଲିସା ଟେଷ୍ଟ୍‌ ବା ଏନ୍‌ଏସ୍‌-୧ ହିଁ ଡେଙ୍ଗୁ ପାଇଁ ଗ୍ରହଣୀୟ । କୌଣସି ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ୍‌ ଆସିଲେ ସରକାରଙ୍କୁ ତାହା ପଠାଇବାକୁ ସମସ୍ତ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଏହାକୁ ମାନୁନାହାନ୍ତି । ଏପରିକି ଡେଙ୍ଗୁ ପରୀକ୍ଷା ମାଗଣାରେ କରିବା ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ରହିଛି । କିନ୍ତୁ କୌଣସି ହସ୍ପିଟାଲରେ ଏହା କରାଯାଉନି । ମାଗଣାରେ ଡେଙ୍ଗୁ ପରୀକ୍ଷା କରିବେ ବେଲି ଅଣ୍ଡରଟେକିଂ ଦେଲା ପରେ ଘରୋଇ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି । ସହରରେ ଡେଙ୍ଗୁ ମାଡୁଥିଲେ ବି ଏହାର ପରୀକ୍ଷା ଲୋକେ କିଭଳି ସୁବିଧାରେ କରିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇନି । ଗତ କିଛି ଦିନ ଧରି ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାରରେ ଡେଙ୍ଗୁ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଶିବିର ହୋଇଥିଲା । ଏବେ ଡେଙ୍ଗୁ ଅସମ୍ଭାଳ ହୋଇଥିଲେ ବି ଏବେ ଆଉ ନୂଆ କେନ୍ଦ୍ର କରାଯାଇନି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!