Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରାଣୀସଂପଦ ଚିକିତ୍ସା ପାଇଁ ପ୍ରଥମ କରି ଆରମ୍ଭ ହେଲା ଟେଲି-ମେଡିସିନ୍‌ ବ୍ୟବସ୍ଥା

by ସଞ୍ଜୟ ସ୍ୱାଇଁ
July 27, 2021
in Feature News
ପ୍ରାଣୀସଂପଦ ଚିକିତ୍ସା ପାଇଁ ପ୍ରଥମ କରି ଆରମ୍ଭ ହେଲା ଟେଲି-ମେଡିସିନ୍‌ ବ୍ୟବସ୍ଥା
46
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବି.କେ.ଏନ୍‌ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋ-ଚିକିତ୍ସା ସେବା ଓ ଗୋଯତ୍ନ ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍‌ ତି୍ରପାଠୀଙ୍କ ଦ୍ୱାରା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ତଥା ବି.କେ.ଏନ୍‌ ଦୁଗ୍ଧ ସଂଘର ପ୍ରଶାସକ ଶ୍ରୀ ଚଞ୍ଚଳ ରାଣା, ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡା. ଦିଗମ୍ବର ନାୟକ ଉପସ୍ଥିତ ଥିଲେ । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଏହି ତିନୋଟି ଜିଲ୍ଲାକୁ ନେଇ ଏହି ଦୁଗ୍ଧ ସଂଘ ବି.କେ.ଏନ୍‌ ଗଠନ କରାଯାଇଛି ଏବଂ ଏହାର ମୁଖ୍ୟାଳୟ ବଲାଙ୍ଗୀରଠାରେ ରହିଛି । ଉଦ୍‌ଘାଟନ କାର୍ଯ୍ୟକ୍ରମ ସହିତ ବି.କେ.ଏନ୍‌ ଦୁଗ୍ଧ ସଂଘର ‘ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କ ସାମାଜିକ ଉତ୍‌ଥାନ ସମ୍ବନ୍ଧୀୟ କର୍ମଶାଳା’ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏହି ଅବସରରେ ୩ ଜଣ ପ୍ରାଣୀଚିକିତ୍ସକ ଡା. ଭବାନୀ ଶଙ୍କର ବେହେରା, ଡା. ସୁବ୍ରତ କୁମାର ରଥ ଓ ଡା. ପଲ୍ଲବୀ ପି୍ରୟଦର୍ଶିନୀଙ୍କୁ ଗୋପାଳନ ବିକାଶ ଦିଗରେ ଅତୁଳନୀୟ ଅବଦାନ ପାଇଁ ଏବଂ ଜଣେ ଦୁଗ୍ଧ ଚାଷୀ ଶ୍ରୀ ସତ୍ୟନାରାୟଣ ବେହେରାଙ୍କୁ ଲଗାତାର ୩ ବର୍ଷ ଧରି ସର୍ବାଧିକ ଦୁଗ୍ଧ ଯୋଗାଣ କରିଥିବା ଯୋଗୁଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବି.କେ.ଏନ୍‌ ଦୁଗ୍ଧ ସଂଘର ସମସ୍ତ ସମିତିର ସଂପାଦକ ଓ ହେଡ୍‌ଲୋଡରମାନଙ୍କୁ ଜୀବନ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା । ତା’ଛଡ଼ା ଦୁଗ୍ଧ ସଂଘର ଦ୍ୱିତୀୟ ସଂସ୍କରଣର ସମାଚାର ଅତିଥିବୃନ୍ଦଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଦୁଗ୍ଧ ସଂଘରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ଦୁଗ୍ଧ ଚାଷୀଙ୍କଠାରୁ ଦୈନିକ ୫୦ ହଜାର ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଆଗକୁ ଯେପରି ଦୁଗ୍ଧ ସଂଘରେ ୩୦ ହଜାର ଦୁଗ୍ଧ ଚାଷୀ ଜଡ଼ିତ ହେବେ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଏହି ଦୂରଭାଷ ପରାମର୍ଶ ସେବାର ବୈଷୟିକ ସହାୟତା ଓଡ଼ିଶା ଇନ୍‌ଫୋଟେକ୍‌ ସଂସ୍ଥା ସହାୟତାରେ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ସଂଯୋଜନା କରିଥିବାବେଳେ ପ୍ରାଣୀ ଚିକିତ୍ସା ବିଭାଗ, କେତେକ ସମିତି ସଂପାଦକ, ସାମ୍ବାଦିକ ଓ ଦୁଗ୍ଧ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୂର୍ବରୁ ଶ୍ରୀ ତି୍ରପାଠୀ ଜିଲ୍ଲାପାଳଙ୍କ ସହ ବଲାଙ୍ଗୀର ସହରସ୍ଥିତ ମହାରାଣୀ ସାଗର, କରଙ୍ଗାକଟା, ଇନ୍‌ଡୋର ଷ୍ଟାଡିୟମ୍‌, ଏଲ୍‌ ଏଣ୍ଡ ଏସ୍‌ କ୍ଲବ୍‌, ଗଟେ ସରୋବର ଏବଂ ମହାଲକ୍ଷ୍ମୀ ନଗରଠାରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଆଦି ବୁଲି ଦେଖିବା ସହ ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!