Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ଵ ଐତିହ୍ୟ ପର୍ୟ୍ୟଟନସ୍ଥଳୀ କୋଣାର୍କର ପାରିପାର୍ଶ୍ଵିକ ସୌନ୍ଦର୍ୟ୍ୟକରଣ ପାଇଁ ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା

by ସଞ୍ଜୟ ସ୍ୱାଇଁ
July 27, 2021
in State, Toursimi
ବିଶ୍ଵ ଐତିହ୍ୟ ପର୍ୟ୍ୟଟନସ୍ଥଳୀ କୋଣାର୍କର ପାରିପାର୍ଶ୍ଵିକ ସୌନ୍ଦର୍ୟ୍ୟକରଣ ପାଇଁ ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା
92
VIEWS
Share on FacebookShare on Twitter

କୋଣାର୍କ, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା କୋଣାର୍କ ଉନ୍ନୟନ କାର୍ୟ୍ୟ ସମୀକ୍ଷା କରାଯାଇଛି। ବିଶ୍ଵ ଐତିହ୍ୟ ପର୍ୟ୍ୟଟନସ୍ଥଳୀ କୋଣାର୍କର ପାରିପାର୍ଶ୍ଵିକ ସୌନ୍ଦର୍ୟ୍ୟକରଣ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାକୁ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ପ୍ରାଥମିକ ପର୍ୟ୍ୟାୟରେ ସୂର୍ୟ୍ୟ ମନ୍ଦିର ସମ୍ମୁଖରେ ପ୍ରତ୍ନତତ୍ଵ ବିଭାଗ ଜମିରେ ଜବରଦଖଲ କରିଥିବା ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଚିହ୍ନଟ ହୋଇଥିବା ସାଢେ ତିନି ଏକର ଜମିରେ ଆସ୍ଥାୟୀ ଭାବେ ଥଇଥାନ ପାଇଁ ଓ ବି ସି ସି ଦ୍ଵାରା ଆରମ୍ଭ ହୋଇଥିବା କାର୍ୟ୍ୟକୁ ଜିଲ୍ଲାପାଳ ବୁଲି ଦେଖିଛନ୍ତି। ଏହି କାର୍ୟ୍ୟକୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏଥିସହ ଥଇଥାନ ସମ୍ପର୍କରେ ଜିଲ୍ଲାପାଳ ଉଠାଦୋକାନି ମାନଙ୍କ ସହ ଆଲୋଚନା କରିଥିଲେ । ପରେ ଚନ୍ଦ୍ରଭାଗା ଠାରୁ କୋଣାର୍କ ଓ ସୂର୍ୟ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ୪ କିଲୋମିଟର ୫୦୦ ମିଟର ଲମ୍ବରେ ୩୬କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ୬ଲେନ ରୋଡ ଓ ସୂର୍ୟ୍ୟମନ୍ଦିର ପଛ ଦେଇ ୧୪୭୦ମିଟର ଲମ୍ବ ପ୍ରସ୍ତାବିତ ୨ଲେନ ବିଶିଷ୍ଟ ରିଙ୍ଗ ରୋଡ କାର୍ୟ୍ୟ , କୋଣାର୍କ କାକଟପୁର ରାସ୍ତାରେ ନିର୍ମାଣଧୀନ ସ୍ମାର୍ଟ ପାର୍କ କାର୍ୟ୍ୟର ସମୀକ୍ଷା କରିଥିଲେ ଜିଲ୍ଲାପାଳ। ଚନ୍ଦ୍ରଭାଗା ବେଳାମାର୍ଗ , ବାଙ୍ଗର ମଉଜାରେ ଥିବା ସରକାରୀ ଜମି ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଠାରୁ ତଥ୍ୟ ନେଇଥିଲେ । ଅସ୍ଥାୟୀ ଦୋକାନୀଙ୍କ ଥଇଥାନ ପରେ ସୂର୍ୟ୍ୟମନ୍ଦିର ସମ୍ମୁଖରେ ୩୨ଏକର ଜମିରେ ଓ ବି ସି ସି ଦ୍ଵାରା ସୌନ୍ଦର୍ୟ୍ୟକରଣ କାର୍ୟ୍ୟର ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!