Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକା ଅନ୍ତଃସତ୍ତ୍ଵା ହେବାରୁ ଠକିଦେଲେ ପ୍ରେମିକ, ବିବାହ କରିବାକୁ ମନା କରି ହୋଇଥିଲେ ଫେରାର

by ସଞ୍ଜୟ ସ୍ୱାଇଁ
July 24, 2021
in Crime, State
ପ୍ରେମିକା ଅନ୍ତଃସତ୍ତ୍ଵା ହେବାରୁ ଠକିଦେଲେ ପ୍ରେମିକ, ବିବାହ କରିବାକୁ ମନା କରି ହୋଇଥିଲେ ଫେରାର
121
VIEWS
Share on FacebookShare on Twitter

ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ବିବାହ କରିବାକୁ ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା। ବିବାହ କରିବାକୁ କହି ଶାରିରୀକ ସମ୍ପର୍କ ରଖିଲେ, ହେଲେ ପ୍ରେମିକା ଅନ୍ତଃସତ୍ତ୍ଵା ହେବାରୁ ଠକିଦେଲେ ପ୍ରେମିକ। ବିବାହ କରିବାକୁ ମନା କରି ଫେରାର ଯୁବକ। ଏବେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହେଲେ ଯୁବତୀ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳିପୁର ପଞ୍ଚାୟତରେ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳିପୁର ପଞ୍ଚାୟତର ମାକରମ ଅଲ୍ଲୀଙ୍କ ଝିଅଙ୍କର ଘର ପାଖର ସାଦତ ଖାଁ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ଦୀର୍ଘ ଦିନ ଧରି ମିଳାମିଶା କରୁଥିଲେ। ଏହାପରେ ଯୁବକ ଜଣଙ୍କ ଉକ୍ତ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ। ହେଲେ ଯୁବତୀ ଜଣଙ୍କ ଏବେ ଅନ୍ତଃସତ୍ତ୍ଵା ହେବାରୁ ବିବାହ କରିବାକୁ ମନା କରି ଫେରାର ହୋଇଯାଇଛନ୍ତି ଯୁବକ। ସେପଟେ ଯୁବତୀଙ୍କ ପରିବାର ଲୋକେ ଆପୋଷ ସମାଧାନ କରିବାକୁ କହିବାରୁ ଯୁବକଙ୍କ ପରିବାର ଲୋକେ ବିବାହ ହେବନି ବରଂ ଟଙ୍କା ନେଇ ରଫାଦଫା କରିବାକୁ ସଫା ସଫା କହିଛନ୍ତି। ଫଳରେ ଯୁବତୀ ଜଣଙ୍କ ଏବେ ନ୍ୟାୟ ଦାବିରେ ବାଲିଚନ୍ଦ୍ରପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଏନେଇ ପୀଡିତା ଥାନାରେ ଲିଖିତ ଅଭିଯୋଗ କରିବା ସହ ଯୁବକଙ୍କ ସହ ବିବାହ କରିବାକୁ ଦାବି କରିଛନ୍ତି। ଏନେଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!