Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାରୀରିକ ସମ୍ପର୍କ ରଖିବା ପାଇଁ ସ୍ୱାମୀ ବାଧ୍ୟ କରିବାରୁ ସ୍ୱାମୀଙ୍କ ତଣ୍ଟିଚିପି ମାରିଦେଲେ ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
July 23, 2021
in Crime, State
ଶାରୀରିକ ସମ୍ପର୍କ ରଖିବା ପାଇଁ ସ୍ୱାମୀ ବାଧ୍ୟ କରିବାରୁ ସ୍ୱାମୀଙ୍କ ତଣ୍ଟିଚିପି ମାରିଦେଲେ ସ୍ତ୍ରୀ
356
VIEWS
Share on FacebookShare on Twitter

ଦଶରଥପୁର/ମଙ୍ଗଳପୁର, (ବାଘୁଆବାର୍ତ୍ତା): ମଙ୍ଗଳପୁର ଥାନା ଇସ୍‌ମାଇଲପୁର ଗ୍ରାମର ସୁବାସ କୁଅଁର ଓରଫ ଅଟଳଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିଛି । ଅଟଳଙ୍କୁ ତାଙ୍କ ପତ୍ନୀ ମମତା କୁଅଁର ହତ୍ୟା କରିଥିବା ନିଜେ ସ୍ୱୀକାର କରିଛନ୍ତି । ଅଟଳ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାରୁ ତାଙ୍କୁ ହତ୍ୟା କରିଥିବା ମମତା ସ୍ୱୀକାର କରିବା ପରେ ପୁଲିସ ମଙ୍ଗଳପୁର ଥାନା କେସ୍‌ ନଂ. ୩୬୫/୨୧ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ରେ ଗୁରୁବାର ମମତାଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ୍‌ ନାମଞ୍ଜୁର ହେବାରୁ ମମତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ପୁଲିସ ତଦନ୍ତ ଉପରେ ମୃତ ଅଟଳଙ୍କ ଭାଇ ରଞ୍ଜନ କୁଅଁର ପ୍ରଶ୍ନ ଉଠାଇଛନ୍ତି । ପୁଲିସ ତଦନ୍ତ ଦିଗହରା ବୋଲି ରଞ୍ଜନ ଅଭିଯୋଗ କରିଛନ୍ତି । ମଙ୍ଗଳପୁର ଥାନା ଇସ୍‌ମାଇଲପୁର ଗ୍ରାମର ସୁବାସ କୁଅଁର ଓରଫ ଅଟଳ ଥାଲକୁଡ଼ି ପଞ୍ଚାୟତ ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଘର ଭଡ଼ା ନେଇ ରହୁଥିଲେ । ତଳ ମହଲାର ଗୋଟିଏ କୋଠରୀରେ ଅଟଳ, ପତ୍ନୀ ମମତା ଓ ପୁଅ ଓମ୍‌ ପ୍ରକାଶ ରହୁଥିବା ବେଳେ ଅନ୍ୟ କୋଠରୀରେ ଅଟଳଙ୍କ ଶାଳୀ ସଂଯୁକ୍ତା ବିଶ୍ୱାଳ ଓ ଶାଶୂ ଅରୁଣି ରାଉତ ରହୁଥିଲେ । ସୋମବାର ରାତି ପ୍ରାୟ ୧୨ଟା ସମୟରେ ଅଟଳଙ୍କ ବିକଟାଳ ଶବ୍ଦ ଶୁଣି ତାଙ୍କ ଶାଳୀ ଉଠିପଡ଼ିଥିଲେ । ଭଉଣୀ ଭିଣୋଇ ଶୋଇଥିବା ଘରୁ ଶବ୍ଦ ଆସୁଥିବା ଜାଣି ଡାକିଥିଲେ ସୁଦ୍ଧା କୌଣସି ଉତ୍ତର ମିଳି ନଥିଲା । ଭୟଭୀତ ହୋଇ ସେ ଉପର ମହଲାରେ ରହୁଥିବା ଘର ମାଲିକଙ୍କୁ ଡାକିଥିଲେ । ଘର ମାଲିକ ଆସି ଡାକିବାର କିଛି ସମୟ ପରେ ମମତା କବାଟ ଖୋଲିଥିଲେ । ସେତେବେଳକୁ ଅଟଳ ବେଡ୍‌ ଉପରେ ଚିତ୍‌ ହୋଇ ପଡ଼ିଥିଲେ । ଅଟଳଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିବା ବେଳେ ମମତା ସାଙ୍ଗରେ ଯାଇ ନଥିଲେ । ଗୋଟିଏ ପଟରେ ଡାକ୍ତର ଅଟଳଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପଟରେ ମମତା ଘରେ ରହି ଘରକୁ ପାଣିରେ ଭଲ ଭାବେ ପରିଷ୍କାର କରିଥିଲେ । ଯାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା । ପ୍ରଥମ ଦିନରୁ ମମତା ହତ୍ୟାକାରୀ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା । ଯାହା ଫଳରେ ପୁଲିସ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇବା ପରେ ମମତାକୁ ନିଜ ଅକ୍ତିଆରକୁ ନେଇଥିଲା । ପୁଲିସ ଦୀର୍ଘ ୬୦ଘଣ୍ଟା ଜେରା କରିବା ପରେ ମମତା ନିଜ ଦୋଷ ସ୍ୱୀକାର କରିଥିଲେ । ଅଟଳଙ୍କୁ ଏକୁଟିଆ ହତ୍ୟା କରିଛନ୍ତି ବୋଲି ମମତା ପୁଲିସ ଆଗରେ ସ୍ୱୀକାର କରିବା ପରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଚଳିତ ମାସ ୧୯ତାରିଖ ରାତି ପ୍ରାୟ ୧୦.୩୦ରେ ଅଟଳ ମଦ ପିଇ ଘରକୁ ଫେରିଥିଲେ । ଖାଇବାକୁ ମାଗିବାରୁ ପତ୍ନୀ ମମତା ଅଟଳଙ୍କୁ ରୁଟି, ଭଜା ଓ ସିମେଇ ଦେଇଥିଲେ । ଅଟଳ ଖାଇ ସାରିବା ପରେ ମମତା ଖାଇଥିଲେ । ଦୁହେଁ ଶୋଇବାକୁ ଯିବା ପରେ କବାଟ ବନ୍ଦ କରିଥିଲେ । ଅଟଳ ଶାରୀରିକ ସଂପର୍କ ରଖିବା ପାଇଁ ମମତାଙ୍କୁ କହିଥିଲେ । କିଛି ଦିନ ପୂର୍ବରୁ ଅସ୍ତ୍ରୋପଚାର ହୋଇଥିବା ଏବଂ ଦେହ ଅସୁସ୍ଥ ଥିବାରୁ ମମତା ରାଜି ହୋଇନଥିଲେ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଅଟଳ ମମତାଙ୍କ ପେଟ ଉପରେ ବସି ପଡ଼ିବାରୁ ଯନ୍ତ୍ରଣା ସହି ନପାରି ମମତା ଅଟଳଙ୍କୁ ଧକ୍କା ମାରି ତଳକୁ ଠେଲି ଦେଇଥିଲେ । ଏଥିରେ ଅଟଳ ଉତ୍ତ୍ୟକ୍ତ ହୋଇ ମମତାଙ୍କୁ ମାଡ଼ ମାରିଥିଲେ । ମମତା ରାଗି ଯିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଅଟଳ ତଳେ ପଡ଼ିଯିବା ପରେ ମମତା ଏକ ତକିଆକୁ ଅଟଳଙ୍କ ମୁହଁ ଉପରେ ରଖି ମାଡ଼ି ବସିଥିଲେ । ଜୀବନ ବଞ୍ଚାଇବାକୁ ଅଟଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । କିଛି ସମୟ ପରେ ଅଟଳ ତକିଆକୁ ବାହାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ମମତା ଛାଡ଼ି ନଥିଲେ । ମମତା ନିଜ ନଖ ଓ ମୋବାଇଲ୍‌ ଚାର୍ଜର ତାରରେ ଅଟଳଙ୍କ ବେକକୁ ଚିପିଦେବାରୁ ଘଟଣା ସ୍ଥଳରେ ଅଟଳଙ୍କର ମୃତ୍ୟୁ ହୋଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!