ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ଅନଲାଇନରେ ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ଚାଟିଂ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଫଳ ସ୍ୱରୂପ ୨୫ ହଜାର ଟଙ୍କା ହରାଇବାକୁ ପଡିଛି । ଯୁବତୀ ଜଣଙ୍କ ବ୍ଲାକ୍ମେଲିଂ କରି ପୁଣି ଟଙ୍କା ମାଗିବାରୁ ଶେଷରେ ଯୁବକ ଜଣଙ୍କ କିଛି ଉପାୟ ନପାଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ରାହୁଲ ମହନ୍ତ (ଛଦ୍ମନାମ) ଏକ ଘରୋଇ ଅଫିସରେ କାର୍ୟ୍ୟ କରନ୍ତି । ଗତ ସପ୍ତାହେ ତଳେ ଫେସବୁକ ଖୋଲୁଖୋଲୁ ଜଣେ ଯୁବତୀଙ୍କର ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ପ୍ରୋଫାଇଲରେ ସୁନ୍ଦର ତରୁଣୀଙ୍କର ସଟ୍ ଡ୍ରେସ୍ ପିନ୍ଧା ଫଟୋ ଦେଖି ଯୁବକ ଜଣଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରି ଦେଇଥିଲେ । ଦୁଇ ଦିନ ପରେ ମ୍ୟାସେଞ୍ଜରରେ କଥାବର୍ତ୍ତା ଆରମ୍ଭ ହୋଇ ଯାଇଥିଲା । ପରେ ଦୁହେଁ ଦୁହିଁଙ୍କୁ ହ୍ୱାଟ୍ସଆପ୍ ନମ୍ବର ଦିଆନିଆ ହୋଇଥିଲେ । ଯୁବତୀଜଣଙ୍କ ପ୍ରଥମେ କିଛି ଅଶ୍ଳୀଳ ଫଟୋ ପଠାଇ ଯୁବକଙ୍କୁ ପ୍ରଲୋଭିତ କରିଥିଲେ । ଘରେ କେହି ନଥିବାର ସୁଯୋଗ ଦେଖି ଯୁବକ ଜଣଙ୍କ ତାଙ୍କ ସହ ଅଶ୍ଳୀଳ ଚାଟିଂ କରିଥିଲେ । ଯୁବତୀ ନିଜର ଉଲଗ୍ନ ଭିଡିଓ ସୁଟ୍ କରି ଯୁବତୀଙ୍କୁ ପଠାଇଥିଲେ । ଯୁବତୀ ମଧ୍ୟ ତାଙ୍କର କିଛି ନଗ୍ନ ଭିଡିଓ ପଠାଇଥିଲେ । ଏମିତି କଥାବାର୍ତ୍ତା ସମୟରେ ଯୁବତୀଜଣଙ୍କ ସ୍କ୍ରିନ ରେକର୍ଡିଂ କରି ନେଇଥିଲେ । ପରେ ଉକ୍ତ ଭିଡିଓ ଦେଖାଇ ଯୁବକଙ୍କୁ ବ୍ଲାକ୍ମେଲିଂ କରିଥିଲେ । ପ୍ରଥମେ ୧୦ ହଜାର ଏବଂ ପରେ ଆଉ ଦୁଇଟି କିସ୍ତିରେ ମୋଟ୍ ୨୫ ହଜାର ନେଇ ଯାଇଥିଲେ । ପୁଣି ଗତକାଲି ଯୁବତୀ ଜଣଙ୍କ ବ୍ଲାକମେଲିଂ କରି ଟଙ୍କା ମାଗିବାରୁ ଉପାୟ ଶୂନ୍ୟ ହୋଇ ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି।






