ବାରିପଦା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୁବେର ଯନ୍ତ୍ରୀ। ବାଲେଶ୍ୱର ଓ ମୟୂରଭଞ୍ଜ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଯନ୍ତ୍ରୀଙ୍କ ଅଫିସ୍, ସରକାରୀ ଆବାସ, ପୈତୃକ ଘର ଓ ଶ୍ୱଶୁର ଘରେ ଚଢ଼ଉ କରିଛି। ଚଢ଼ଉ ସମୟରେ ନଗଦ ଲକ୍ଷାଧିକ ଟଙ୍କା ଓ ସୁନା ଜବତ ହୋଇଛି। ଆୟବହିର୍ଭୂତ ଠୁଳ ଅଭିଯୋଗରେ କୁଳିଅଣା ବ୍ଲକର ଆସିଷ୍ଟାଣ୍ଟ ଇଂଜିନିୟର ଧିରୟ ମାଝୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏଥିସହିତ ତାଙ୍କ ବାରିପଦା କାଳିକାପୁର ସ୍ଥିତ ନିଜ ବାସ ଭବନ, କୋଷ୍ଠାଠାରେ ଥିବା ପୈତୃକ ଘରେ, ବଡ଼ସାହି ବ୍ଲକ ଧାନଶୁଳଠାରେ ଥିବା ଶଶୁର ଘର ଓ ତାଙ୍କ କାର୍ୟ୍ୟାଳୟରେ ଏକ ସଙ୍ଗରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ ସମୟରେ ଲକ୍ଷେରୁ ଅଧିକ ନଗଦ ଟଙ୍କା ଓ ଜବତ ହୋଇଛି। ଏହାଛଡ଼ା ବାରିପଦାରେ ଏକ ତିନି ମହଲା ଘର ଓ କୋଷ୍ଠାରେ ମାର୍କେଟ କମ୍ପ୍ଲେକ୍ସ ରହିଛି। ସେହିପରି ତାଙ୍କଠାରୁ ଅନେକ ଜମି ପଟ୍ଟା ଓ ପରିବାର ଲୋକଙ୍କ ନାଁରେ ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଥିବା ଜଣାପଡ଼ିଛି। ବାଲେଶ୍ଵର, ମୟୂରଭଞ୍ଜ ଭିଜିଲାନ୍ସ ବିଭାଗର ଏକାଧିକ ଟିମ୍ ଏହି ଚଢଉରେ ସାମିଲ ହୋଇଛନ୍ତି।





