Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ନାବାଳକଙ୍କୁ ୨୦ ବର୍ଷ ଜେଲଦଣ୍ଡ

by ସଞ୍ଜୟ ସ୍ୱାଇଁ
July 19, 2021
in Feature News
ବୀମା ପାଇଁ ଦୁଇ ପୁଅକୁ ମାରିଲା ବାପା; ଦଣ୍ଡ ୨୧୨ବର୍ଷ
533
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଅତିରିକ୍ତ ଜିଲ୍ଲାଜଜ୍ ତଥା ଶିଶୁ ଅଦାଲତର ସ୍ୱତନ୍ତ୍ର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତ ଦ୍ୱୟଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହିତ ୫୨ ହଜାର ଟଙ୍କା ଲେଖାଏଁ ଜୋରିମାନା ରାୟ ଶୁଣାଇଛନ୍ତି । ମାମଲା ପରିଚାଳନା କରୁଥିବା ସରକାରୀ ଓକିଲଠାରୁ ମିଳିଥିôବା ସୂଚନାମୁତାବକ ୨୦୧୭ ମସିହା ଏପ୍ରିଲ ୨ ତାରିଖରେ ଶରଣକୁଳ ଥାନାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଏବଂ ଅଶ୍ୱୀଳ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା । କିଛିଦିନ ପୂର୍ବରୁ ଉକ୍ତ ନାବାଳିକାଙ୍କୁ ତାଙ୍କର ସହପାଠୀ ଏବଂ ଅନ୍ୟ ଦୁଇ ଜଣ ନାବାଳକ ବାହାନା ଦେଖାଇ ପାହାଡ଼ ଉପରକୁ ନେଇ ଦୁଷ୍କର୍ମ କରିଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ କରିଥିଲେ । ଯାହା ଫଳରେ ନାବାଳିକା ନିଜ ବାପା ଓ ମାଆଙ୍କ ସହ ଯାଇ ଏ ବିଷୟରେ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ନାବାଳିକାର ସହପାଠୀକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ପାଇଁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲେ । ଅନ୍ୟ ଦୁଇ ଜଣ ନାବାଳକଙ୍କୁ ବିଚାର ପ୍ରକିୟା ନୟାଗଡ଼ ଶିଶୁ ଅଦାଲତରେ କରାଯିବା ନେଇ ନିଷ୍ପତ୍ତି ନେଇଥିଲେ । ସେହିଦିନଠାରୁ ଏହି ମାମଲାର ବିଚାର ଶିଶୁ ଅଦାଲତରେ ଚାଲିଥିଲା । ଅଦାଲତ ୧୦ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟ ପ୍ରତିପକ୍ଷ ଓକିଲ ଓ ସରକାରୀ ଓକିଲଙ୍କ ଜବାବ ସୁଆଲ ବିଚାରକୁ ନେଇ ଆଜି ଅଭିଯୁକ୍ତ ଦୁଇ ନାବାଳକଙ୍କୁ ୩୭୬(ଡି) ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଜୋରିମାନା ଏବଂ ୨୯୨ ଦଫାରେ ୨ ବର୍ଷ କାରାଦଣ୍ଡ ସହ ୨ ହଜାର ଟଙ୍କା ଜୋରିମାନା ଆଦାୟ କରିବାକୁ ରାୟ ଶୁଣାଇଛନ୍ତି । ଜେଲ ଦଣ୍ଡ ଏକକାଳୀନ ଭୋଗ ହେବ ବୋଲି ଜଣାଯାଇଛି । ସରକାରଙ୍କ ତରଫରୁ ଆଇନଜୀବୀ ଅମିୟ ପଟ୍ଟନାୟକ ଏହି ମାମଲାକୁ ପରିଚାଳନା କରୁଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!