Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୃଦଘାତରେ ଯିବନି ଜୀବନ ! ‘ଡେଥ ସିଗନାଲ୍’କୁ ରୋକିବାରେ ସମର୍ଥ ବୁଢ଼ିଆଣୀ ବିଷ,

by ସଞ୍ଜୟ ସ୍ୱାଇଁ
July 17, 2021
in Health, NATIONAL NEWS
ହୃଦଘାତରେ ଯିବନି ଜୀବନ ! ‘ଡେଥ ସିଗନାଲ୍’କୁ ରୋକିବାରେ ସମର୍ଥ ବୁଢ଼ିଆଣୀ ବିଷ,
256
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମଣିଷକୁ ମାରିପାରିବନି ହୃହଘାତ ! ମଣିଷ ସମାଜ ପାଇଁ ଏବେ ହୃଦଘାତ (ହାର୍ଟ ଆଟାକ୍‌) ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏଥିରୁ ରକ୍ଷା କରିବ ଏକ ଘାତକ ବୁଢ଼ିଆଣୀର ବିଷ। ବିଲୁପ୍ତପ୍ରାୟ ପ୍ରଜାତିର ଏହି ବୁଢ଼ିଆଣୀର ବିଷକୁ ଔଷଧ ରୂପେ ବ୍ୟବହାର କରିବା ପାଇଁ ବୈଜ୍ଞାନିକ ଗବେଷଣା ଆରମ୍ଭ କରିଛନ୍ତି। ଜୀବନ ରକ୍ଷକ ଚିକିତ୍ସା ପଦ୍ଧତି ବୈଜ୍ଞାନିକମାନେ ଖୋଜି ପାଇଥିବା ବେଳେ ଖୁବଶୀଘ୍ର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇପାରେ କୁହାଯାଉଛି। ଓ୍ବାୟନ୍‌ ନ୍ୟୁଜ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ, ଫନେଲ-ଓ୍ବେବ୍‌ ପ୍ରଜାତିର ଏହି ଘାତକ ବୁଢ଼ିଆଣୀ ବିଷକୁ ଔଷଧରେ ପରିଣତ କରିବା ସହ ହ୍ୟୁମାନ ଟ୍ରାଏଲ୍‌ କରାଯିବ ବୋଲି ଜଣାପଡ଼ିଛି। ବୁଢ଼ିଆଣୀର ବିଷ ହାର୍ଟ ଆଟାକ୍‌ ପରେ ଶରୀରରୁ ଯାଉଥିବା ମୃତ୍ୟୁ ସଂକେତକୁ ରୋକିଦେଇ ପାରୁଛି ବୋଲି ଶୁକ୍ରବାର କ୍ବିନ୍ସଲାଣ୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ନାଥନ ପାଲପନ୍ତ କହିଛନ୍ତି। ‘ଡେଥ ସିଗନାଲ୍‌’ ମସ୍ତିଷ୍କରେ ପହଞ୍ଚିବା ପରେ ସେଲ (କୋଷ) ମରିବା ଆରମ୍ଭ ହୁଏ ବୋଲି ସେ କହିଛନ୍ତି। ବିଶେଷ କରି ହୃଦଘାତ ହେଲେ ହୃଦୟକୁ ରକ୍ତ ପ୍ରବାହ କମିବା ସହ ହୃଦୟ ମାଂସପେଶୀରେ ଅମ୍ଳଜାନ ମାତ୍ରା କମ୍‌ ହୋଇଥାଏ । ଅକ୍ସିଜେନ ମାତ୍ରା କମିବା ପରେ କୋଷ ବାତାବରଣ ଏସିଡିକ୍‌ ହୋଇଯାଏ। ଫଳରେ ସେଗୁଡ଼ିକ ମିଳିତ ଭା‌ବେ ହାର୍ଟ ସେଲ୍‌ ମରିବାକୁ ଏକ ସନ୍ଦେଶ ପଠାନ୍ତି ବୋଲି ପାଲପନ୍ତ କହିଛନ୍ତି। ଆଜି ପର୍ୟ୍ୟନ୍ତ ଏହି ଡେଥ ସିଗନାଲ୍‌ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ତେଣୁ ବିଶ୍ବରେ ହୃଦ ରୋଗରେ ଅଧିକ ଜୀବନ ଯାଉଛି। କିନ୍ତୁ ପାଲପନ୍ତଙ୍କ ମତରେ ତାଙ୍କ ଟିମ୍‌ ବୁଢ଼ିଆଣୀ ବିଷରୁ ମିଳିଥିବା ଏକ ପ୍ରୋଟିନ୍‌ ସାହାଯ୍ୟରେ ଏହି ଡେଥ ସିଗନାଲ୍‌ ରୋକିବାରେ ସଫଳ ହୋଇଛନ୍ତି। ତେଣୁ ଏହାକୁ ଏକ ଔଷଧରେ ପରିଣତ କରିପାରିଲେ ହୃଦ ରୋଗ କମ୍‌ ହେବା ସହ ଅନେକ ଜୀବନ ବଞ୍ଚାଇ ହେବ ବୋଲି ବୈଜ୍ଞାନିକ ନାଥନ ପାଲପନ୍ତ କହିଛନ୍ତି। ବୈଜ୍ଞାନିକଙ୍କ ଏହି ଟିମ୍‌ ଆଗାମୀ ୨-୩ ବର୍ଷରେ ଉଭୟ ହୃଦ ଜନିତ ରୋଗ ଏବଂ ହୃଦଘାତ ପାଇଁ ଏହି ଔଷଧକୁ ମଣିଷ ଉପରେ ଟ୍ରାଏଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!