Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଠକେଇର ମାଷ୍ଟର ମାଇଣ୍ଡ ସଳା ଭିଣୋଇ, ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ

by ସଞ୍ଜୟ ସ୍ୱାଇଁ
July 17, 2021
in Crime, State
ଠକେଇର ମାଷ୍ଟର ମାଇଣ୍ଡ ସଳା ଭିଣୋଇ, ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ
110
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରେଲୱେରେ ଚାକିରି ଦେବାର ଲୋଭ ଦେଖାଇ ୧୦ ଜଣ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛି ଠକ । ନିଜକୁ ରେଲୱେର ଜଣେ ବଡ଼ ଅଧିକାରୀର ପରିଚୟ ଦେଇ ଆଶାୟୀଙ୍କ ପିଛା ୨୦ ହଜାର ନେଇ ରେଳ ସଦନ କାର୍ୟ୍ୟାଳୟରୁ କେଉଁଆଡେ ଫେରାର ହୋଇଯାଇଛି । ଏନେଇ ଠକେଇର ଶିକାର ହୋଇଥିବା ମହିଳା ପୁରୁଷ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଦିପୁ ନାମକ ଜଣେ ବ୍ୟକ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୦ ଜଣ ଚାକିରି ଆଶାୟୀଙ୍କୁ ଧରି ଆଜି ମଧ୍ୟାହ୍ନରେ ରେଳ ସଦନ କାର୍ୟ୍ୟାଳୟରେ ପହଞ୍ଚିଥିଲା । ଚାକିରି ପାଇବାକୁ ହେଲେ ଜଣ ପିଛା ୨୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲା । ଏହି ଟଙ୍କାରେ ୟୁନିଫର୍ମ କିଣା ହେବ ବୋଲି କହିକି ନେଇଥିଲା । ୧୦ ଜଣଙ୍କୁ ରେଳ କାର୍ୟ୍ୟାଳୟ ବାହାରେ ଛିଡ଼ା କରି କହିଥିଲା ତୁମେମାନେ ବାହାରେ ଥାଅ ମୁଁ ଭିତରକୁ ଯାଇ କଥାବାର୍ତ୍ତା ହୋଇ ଫାଇନାଲ କରିକି ଆସୁଛି । ସମସ୍ତେ ବାହାରେ ଛିଡା ହୋଇ ଦିପୁକୁ ଅପେକ୍ଷା କରିଥିଲେ । କିନ୍ତୁ ଦୀର୍ଘ ସମୟ ଯାଏଁ ଅପେକ୍ଷା କରିଥିଲେ ବି ଦିପୁର କୌଣସି ପତ୍ତା ମିଳିନଥିଲା । ଦିପୁ ଫୋନକୁ କଲ କରିବା ପରେ ସୁଇଚ୍‌ ଅଫ୍‌ ଆସିଥିଲା । ସମସ୍ତେ ଭିତରକୁ ଯାଇ ଦେଖନ୍ତି ତ’ ଦିପୁ ସେଠାରେ ନାହିଁ । ସେଠାରେ ଥିବା କର୍ମଚାରୀଙ୍କୁ ପଚରାଉଚରା ପରେ ମଧ୍ୟ ଦିପୁର କୌଣସି ପତ୍ତା ମିଳିନଥିଲା । ଠକେଇ ହୋଇଥିବା ଜାଣି ସେମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!