Thursday, March 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୮ ବର୍ଷରେ ବି ଗ୍ଲେଜ କମିନି କ୍ୟାଟ୍ରିନାଙ୍କର, ମଡେଲରୁ ବନିଥିଲେ ଅଭିନେତ୍ରୀ

by ସଞ୍ଜୟ ସ୍ୱାଇଁ
July 16, 2021
in Lifestyle, NATIONAL NEWS
୩୮ ବର୍ଷରେ ବି ଗ୍ଲେଜ କମିନି କ୍ୟାଟ୍ରିନାଙ୍କର, ମଡେଲରୁ ବନିଥିଲେ ଅଭିନେତ୍ରୀ
145
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ବଲିଉଡର କ୍ୟାଟ୍ରିନା କୈଫ୍ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ବେଶ ଜଣାଶୁଣା । କ୍ୟାଟ୍ରିନା ୧୬ ଜୁଲାଇ ୧୯୮୩ ମସିହାରେ ହଙ୍ଗକଙ୍ଗରେ ଜନ୍ମ ହୋଇଥିଲେ । ସେ ବ୍ରିଟିଶ ମଡେଲ ଆଜି ସେ ୩୮ ବର୍ଷର ଜନ୍ମ ଦିନ ପାଳୁଛନ୍ତି । ୨୦୦୩ ମସିହାରେ ଫିଲ୍ମ ବୁମ ଜରିଆରେ ଡେବ୍ୟୁ କରିଥିଲେ କ୍ୟାଟରିନା । ଏହି ଚଳଚ୍ଚିତ୍ରଟି ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ବଡ ପରଦାରେ ଖରାପ ଫ୍ଲପ୍ ହୋଇଥିଲା । ୧୮ ବର୍ଷର କ୍ୟାରିଅରରେ ଅନେକ ସୁପରହିଟ ଫିଲ୍ମ କରି ବେଶ ସଫଳତା ପାଇଛନ୍ତି । ସେ ଏମିତି ଜଣେ ଅଭିନେତ୍ରୀ ଯିଏକି ଫିଲ୍ମ ପାଇଁ ସର୍ବାଧିକ ଫି ଆଦାୟ କରନ୍ତି । ସୋସିଆଲ ମିଡିଆରୁ ଆରମ୍ଭ କରି ସବୁ ଆଡେ ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ ଅଧିକ ରହିଛନ୍ତି । ବଲିଉଡର ଟପ ଅଭିନେତ୍ରୀଙ୍କ ମଧ୍ୟରେ ଥିବା କ୍ୟାଟ୍ରିନା କୈଫ ନାଁ ରହିଛି । କ୍ୟାଟ୍ରିନା ବହୁତ କମ ବୟସରୁ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ । ମାତ୍ର ୧୪ ବର୍ଷ ବୟସରେ ସେ ହୱାଇରେ ଏକ ସୁନ୍ଦରୀ ପ୍ରତିଯୋଗିତାରେ ଜିତିଥିଲେ । ବଲିଉଡରେ କ୍ୟାଟ୍ରିନାଙ୍କ ଯାତ୍ରା ସହଜ ନଥିଲା । ଅଭିନେତା ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ସହ କ୍ୟାଟଙ୍କ ଅଧିକାଂଶ ଫିଲ୍ମ ହିଟ୍ ରହିଛି । ବଲିଉଡରେ ଦବଙ୍ଗ ଖାନ ସଲମାନଙ୍କ ନଜର ଯେତେବେଳେ କ୍ୟାଟ୍ରିନାଙ୍କ ଉପରେ ପଡିଥିଲା ତାଙ୍କ ସୁନ୍ଦରତା ଉପରେ ଫିଦା ହୋଇଯାଇଥିଲେ । ସଲମାନ କ୍ୟାଟ୍ରିନାଙ୍କ ମେନେ ପ୍ୟାର କ୍ୟୁଁ କିୟାରେ କାଷ୍ଟ କରିଥିଲେ । ଏହି ଫିଲ୍ମ ସହ ଦୁହିଁଙ୍କ ଯୋଡିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିବା ସହ ହିଟ ହୋଇଥିଲା । ଏହା ପର ଠାରୁ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିଲା । ଦୁହିଁଙ୍କୁ ଫିଲ୍ମ ପାର୍ଟିରେ ହେଉ କିମ୍ବା ଆୱାର୍ଡ ସୋରେ ଦେଖିବାକୁ ମିଳୁଥିଲା । କ୍ୟାଟ୍ରିନା ଯେତେବେଳେ ୨୦୦୯ରେ ଅଜବ ପ୍ରେମ କି ଗଜବ କାହାଣୀ ଫିଲ୍ମରେ ରଣବୀରଙ୍କ ସହ କାମ କଲେ ଦୁହିଁଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥିଲା । ଏତିକି ନୁହେଁ ତାଙ୍କ ଆଫେୟାର୍ସକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା କି ଦୁହେଁ ଦୁହିଁଙ୍କୁ ବିବାହ କରିବେ । ବର୍ତ୍ତମାନ ବି-ଟାଉନରେ କ୍ୟାଟ୍ରିନା ଓ ଭିକି କୌଶଲଙ୍କ ସହ ଯୋଡା ଯାଉଛି । ଖବରରୁ ଜଣାପଡିଛି କି ସେ ଗତ ୨ବର୍ଷ ହେବ ଡେଟ କରୁଛନ୍ତି । ଏନେଇ ଦୁହିଁଙ୍କ ପକ୍ଷରୁ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ପ୍ରକାରର ଅଫିସିଆଲ ଘୋଷଣା କରିନାହାନ୍ତି । କିନ୍ତୁ ଏକ ଆୱାର୍ଡ ସୋରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ଯେଉଁଥିରେ ଭିକି କ୍ୟାଟ୍ରିନାଙ୍କୁ ପଚାରିଥିଲେ ତୁମେ ମୋତେ ବିବାହ କରିବ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!