ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜଗନ୍ନାଥଙ୍କ ପ୍ରିୟ ମଗଜ ଲଡ଼ୁ ପ୍ରସ୍ତୁତ କରିବା ପାଇଁ ଆସନ୍ତୁ ଜାଣିବା କ’ଣ କ’ଣ ସାମଗ୍ରୀ ଆବଶ୍ୟକ ।
ମଗଜ ଲଡ଼ୁ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ହେଲା- ଅଟା, ଘିଅ, ଚିନି, ଗୁଜୁରାତି ଓ ଲବଙ୍ଗ ।
୫ଟି ସାମଗ୍ରୀରେ ଆସନ୍ତୁ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା- ଗ୍ୟାସ୍କୁ ସିମ୍ କରି ଏକ ପ୍ୟାନ୍ ବସାନ୍ତୁ। ସେଥିରେ ଅଟା ପକାଇ ହାଲକା ଫ୍ରାଏ କରନ୍ତୁ। ଅଟା କଲର ଚେଞ୍ଜ ହେବା ପର୍ୟ୍ୟନ୍ତ ଏହାକୁ ଭାଜନ୍ତୁ। କଲର ଚେଞ୍ଜ ହେବା ପରେ ସେଥିରେ ଘିଅ ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ଗ୍ୟାସ୍କୁ ବନ୍ଦ କରି ସେଥିରେ ଚିନି ଓ ଗଜରାତି, ଗୋଲମରିଚ ଗୁଣ୍ଡକୁ ପକାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ହାଲକା ଉଷୁମ ଥିବା ସମୟରେ ଏହାକୁ ହାତରେ ଗୁଳା କରି ମଗଜ ଲଡୁ ଆକାର ଦିଅନ୍ତୁ। ଏଠାରେ ମନେ ରଖନ୍ତୁ, ଯେତିକି ଅଟା ନେବେ ଘିଅ ତାହାର ଅଧା ନେବେ। ଫଳରେ ମଗଜ ଲଡ଼ୁର ନିଆର ସ୍ୱାଦ ପାଇପାରିବେ।






