Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ମାଇଲଖୁଣ୍ଟ ହାସଲ କଲେ ବିସ୍ପୋରକ ଓପ୍ନର

by ସଞ୍ଜୟ ସ୍ୱାଇଁ
July 13, 2021
in Sports
ଟି-୨୦ ମାଇଲଖୁଣ୍ଟ ହାସଲ କଲେ ବିସ୍ପୋରକ ଓପ୍ନର
120
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟି-୨୦ ମାଇଲଖୁଣ୍ଟ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି ୱେଷ୍ଟଇଣ୍ଡିଜର ବିସ୍ପୋରକ ଓପ୍ନର ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ । ଗେଲ୍ ଟି-୨୦ ଦୁନିଆରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୧୪ହଜାର ରନର ମାଇଲଖୁଣ୍ଟ ଛିଡା କରିଛନ୍ତି । ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ କ୍ରିସ୍ ଗେଲ୍ ବଡ଼ ରେକର୍ଡ ଅଧିକାରୀ ହୋଇପାରିଛନ୍ତି । ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚରେ ୨୦ ଓଭରରେ ୧୪୧ ରନ କରିଥିଲେ ମାତ୍ର ୱେଷ୍ଟଇଣ୍ଡିଜ ୧୪.୫ ଓଭରରେ ୪ଟି ୱକେଟ୍ ହରାଇ ବିଜୟ ଲକ୍ଷ ହାସଲ କରିଥିଲେ । ଏଥିରେ ଗେଲ୍ ବିସ୍ପୋରକ ବ୍ୟାଟିଂ କରି ମାତ୍ର ୩୮ଟି ବଲର ସମ୍ମୁଖୀନ ହୋଇ ୬୭ରନ୍ କରିଥିଲେ । ଯେଉଁଥିରେ କି ୭ଟି ଛକା ଓ ୪ଟି ଚୌକା ସାମିଲ୍ ଥିବା ସୂଚନା ମିଳିଛି । ଗେଲ୍ ଟି-୨୦ରେ ସର୍ବମୋଟ ୪୩୧ଟି ମ୍ୟାଚ୍ ଖେଳି ୧୪ହଜାର ୩୮ରନ୍ କରିପାରିଛନ୍ତି । ତାଙ୍କରି ନାମରେ ଟି-୨୦ରେ ୨୨ଟି ଶତକ ମଧ୍ୟ ରହିଛି । କ୍ରିସ୍ ଗେଲ୍ ପଛକୁ ୧୦୮୩୬ ରନ୍ କରି କିରନ୍ ପୋଲାର୍ଡ ଦ୍ୱିତୀୟରେ ଥିବା ବେଳେ ପାକିସ୍ତାନର ସୋଏବ୍ ମଲ୍ଲିକ୍ ୧୦୭୪୧ ରନ୍ କରି ତୃତୀୟ, ଅଷ୍ଟ୍ରେଲିଆର ଡେଭିଡ୍ ୱାନର ୧୦୦୧୭ ରନ୍ କରି ଚତୁର୍ଥ ସ୍ଥାନରେ ଓ ପଞ୍ଚମ ସ୍ଥାନରେ ଭାରତର କ୍ୟାପଟେନ୍ ବିରାଟ କୋହିଲ୍ ୯୯୨୨ରନ୍ କରିବାରେ ସକ୍ଷମ ହୋଇ ପାରିଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!