ଚାନ୍ଦବାଲି, (ବାଘୁଆବାର୍ତ୍ତା): ଚୋର ଓ ଡକାୟତଙ୍କ ପାଇଁ ଚାନ୍ଦବାଲି ଥାନା ଅଧିକାରିଣୀ ଓକିଲାତି କରୁଥିବା ଅଭିଯୋଗ । ପୋଲିସ ହାତରେ ଚୋର ଧରାପଡିବାର ୪୮ଘଣ୍ଟା ପରେ ମଧ୍ୟ ହେଉନି କାର୍ୟ୍ୟାନୁଷ୍ଠାନ। ଓଲଟା ଅଭିଯୋଗକାରୀଙ୍କୁ ଦିଆଯାଉଛି ଧମକ। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ଥାନା ଅନ୍ତର୍ଗତ ସୋମପୁର କୁଚୁଳିଆଡିଆ ଅଞ୍ଚଳରୁ । ୨ ଜଣ ଚୋର ଏକ ଚିଙ୍ଗୁଡି ଫାର୍ମରୁ ଚିଙ୍ଗୁଡ଼ି ଖାଦ୍ୟ (ଫିଡ଼୍) ଚୋରି କରୁଥିବା ସମୟରେ ଫାର୍ମରେ କାର୍ୟ୍ୟରତ କର୍ମଚାରୀମାନେ ଚୋରୁଙ୍କୁ ଧରି ପୋଲିସରେ ଜିମା ଦେଇଥିଲେ । ହେଲେ ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗର ୪୮ ଘଣ୍ଟା ପରେ ମଧ୍ୟ ପୋଲିସ କେବଳ ଚୋରମାନଙ୍କୁ ଅଟକ ରଖି ଚୁପ ହୋଇ ବସିଛି । ଅନ୍ୟପଟେ ଥାନା ଅଧିକାରିଣୀ ଅଭିଯୋଗକାରୀଙ୍କୁ ଥାନାକୁ ଡ଼କାଇ ଓଲଟା କେସ୍ କମ୍ପ୍ରମାଇଜ କରିବାର ଚାପ ଦେବା ପରେ ଅଭିଯୋଗକାରୀ ଓ ଅନ୍ୟ ଚିଙ୍ଗୁଡ଼ି ଫାର୍ମ କର୍ମଚାରୀ ନ୍ୟାୟ ପାଇଁ ଏସଡିପିଓଙ୍କ ନିଟକରେ ଦ୍ବାରସ୍ଥ ହେବା ସହ ନ୍ୟାୟ ଭିକ୍ଷା କରିଛି ।





