Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡଗାଁ ବ୍ଲକ, ମନ୍ତ୍ରୀ ଶୁଣିଲେ ଅଭିଯୋଗ, ପରାମର୍ଶ ଦେଲେ ଖୁବ ଶୀଘ୍ର କାମ କର

by ସଞ୍ଜୟ ସ୍ୱାଇଁ
July 11, 2021
in Nayagarh, Planning and Development, State
ଓଡଗାଁ ବ୍ଲକ, ମନ୍ତ୍ରୀ ଶୁଣିଲେ ଅଭିଯୋଗ, ପରାମର୍ଶ ଦେଲେ ଖୁବ ଶୀଘ୍ର କାମ କର
1.3k
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡଗାଁ ବ୍ଲକର ସୁନାମୁହିଁ ପଞ୍ଚାୟତର ବିଭିନ୍ନ ଗ୍ରାମର ସମୀକ୍ଷା କରିଛନ୍ତି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଉକ୍ତ ପଞ୍ଚାୟତର ଲଡୁପଲ୍ଲୀ, ଲୁଣି, ଲଣ୍ଡାବାଦୁ, ଖଙ୍ଗାରପଲ୍ଲୀ, ସୁନାମୁହିଁ, ବାଲିଛିଞ୍ଚା, ମାଳିଆଝୋଲା, ସାତପଟିଆ ଓ ମାରେଡି ଗ୍ରାମକୁ ପରିଦର୍ଶନ କରିଛନ୍ତି । ଜନସାଧାରଙ୍କ ସମସ୍ତ ସମସ୍ୟା ଉପରେ ଅବଗତ ହୋଇଛନ୍ତି । ସ୍ଥାନୀୟ ନେତୃ ମଣ୍ଡଳୀ କିଭଳି ଭାବେ ସ୍ଥାନୀୟ ଜନ ସାଧାରଣଙ୍କ ସହ ଜଡିତ ଅଛନ୍ତି ଏହାର ମଧ୍ୟ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ପ୍ରତ୍ୟେକ ଜନସାଧାରଣ ରାଜ୍ୟ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ସେଥିପାଇଁ ମନ୍ତ୍ରୀ ପ୍ରଶାସନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ପ୍ରତ୍ୟେକ ବ୍ୟକ୍ତି ସମସ୍ତ ସୁବିଧା ସୁଯୋଗ ପାଆନ୍ତୁ । ଏହାକୁ ଆମେ ଗ୍ରାମାଞ୍ଚଳରେ ସମସ୍ତଙ୍କ ସହଯୋଗରେ ଆସିବା ଉକ୍ତ ସମୀକ୍ଷାରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ବ୍ଲକର ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲିକ, କନିଷ୍ଠ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ପିଇଓ ପ୍ରହଲ୍ଲାଦ ପ୍ରଧାନ ଏଥିସହିତ ଗିରିଡିପଲ୍ଲୀ ସମିତି ସଭ୍ୟ ବିଜନ କୁମାର ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ମାନସ ସାହୁ ସମେତ ଯୋଗ ଦେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!