Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଣି ସହରରେ ମାତିଲେଣି ମହିଳା-ଶିଶୁ ଲୁଟେରା ଗ୍ୟାଙ୍ଗ୍‌

by ସଞ୍ଜୟ ସ୍ୱାଇଁ
July 8, 2021
in Crime, State
ପୁଣି ସହରରେ ମାତିଲେଣି ମହିଳା-ଶିଶୁ ଲୁଟେରା ଗ୍ୟାଙ୍ଗ୍‌
164
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ସହରରେ ପୁଣି ମାତିଲେଣି ମହିଳା-ଶିଶୁ ଗ୍ୟାଙ୍ଗ୍‌ । ଆଖି ପିଛୁଳାକେ ଘରେ କଳାକନା ବୁଲାଇ ଦେଉଛନ୍ତି ଏହି ଗ୍ୟାଙ୍ଗ୍‌ । ୭ ମାସ ତଳେ ସମ୍ବଲପୁର ସହରରେ ଏହି ଗ୍ୟାଙ୍ଗ୍‌ ଆତଙ୍କ ସୃଷ୍ଟି କରିବା ସହ ସଦର ଥାନା ଓ ଅଇଁଠାପାଲି ଥାନା ଅଞ୍ଚଳରେ ଏକାଧିକ ଚୋରି କରିଥିଲେ । ଏହି ଗ୍ୟାଙ୍ଗ୍‌ ଏବେ ବି ପୁଲିସ୍‌ ରାଡାର୍‌କୁ ଆସିପାରୁନି । ପୁଣି ଥରେ ଦୀର୍ଘ ୭ ମାସ ପରେ ଏହି ଗ୍ୟାଙ୍ଗ୍‌ ଟାଉନ୍‌ ଥାନା ଅନ୍ତର୍ଗତ ନନ୍ଦପଡ଼ାର ଫଣି ମିଶ୍ରଙ୍କ ଘରୁ ମୋବାଇଲ୍‌ ନେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି । ଏନେଇ ସେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣାର ତମାମ୍‌ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିବା ବେଳେ ଏହା ଏବେ ଭାଇରାଲ୍‌ ହେବାରେ ଲାଗିଛି । ସିସିଟିଭିରେ ଦେଖା ଯାଉଥିବା ଘଟଣା ଅନୁସାରେ, ସକାଳ ୧୦ଟା ୨ ମିନିଟ୍‌ରେ ୨ ଜଣ ମହିଳା ୨ ଶିଶୁଙ୍କୁ ନେଇ ଶ୍ରୀ ମିଶ୍ରଙ୍କ ଘର ନିକଟରେ ବସିଥିଲେ । କିଛି ସମୟ ପରେ ଉକ୍ତ ୨ ଶିଶୁ ଧିରେ ଧିରେ ଖେଳି ଖେଳି ଶ୍ରୀ ମିଶ୍ରଙ୍କ ଘର ନିକଟକୁ ଚାଲି ଯାଇଥିଲେ । ପ୍ରଥମେ ସେମାନଙ୍କ ମଧ୍ୟରୁ ବଡ଼ ଝିଅଟି ଶ୍ରୀ ମିଶ୍ରଙ୍କ ଘର ଭିତରକୁ ପଶିଯାଇ ତୁରନ୍ତ ବାହାରି ଯାଇଥିଲା । କିଛି ସମୟ ପରେ ସେ ପୁଣିଥରେ ଭିତରକୁ ପଶି ମୋବାଇଲ୍‌ ନେଇ ଦୌଡ଼ି ଦୌଡ଼ି ବାହାରକୁ ବାହାରି ଯାଇଥିଲା । ବାହାରକୁ ଆସି ଉକ୍ତ ମୋବାଇଲ୍‌କୁ ମହିଳାଙ୍କ ହାତକୁ ଦେବା ପରେ ସେମାନେ ଘଟଣାସ୍ଥଳରୁ ବାହାରି ରିଂ ରୋଡ୍‌ ଦେଇ ବାହାରି ଯାଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!