Friday, October 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରାଦୀପରେ ବିରଳ ବନ୍ୟଜନ୍ତୁ ‘ହନି ବାଜର୍ସ’ ଠାବ

by ସଞ୍ଜୟ ସ୍ୱାଇଁ
July 8, 2021
in Literature, State
ପାରାଦୀପରେ ବିରଳ ବନ୍ୟଜନ୍ତୁ ‘ହନି ବାଜର୍ସ’ ଠାବ
285
VIEWS
Share on FacebookShare on Twitter

ପାରାଦୀପ, (ବାଘୁଆବାର୍ତ୍ତା): ପାରାଦୀପ ଉପକଣ୍ଠ ମାହାଳ ଗ୍ରାମରେ ଏକ ବିରଳ ବନ୍ୟଜନ୍ତୁ ‘ହନି ବାଜର୍ସ’କୁ ଦେଖିବାକୁ ମିଳିଥିଲା । ଏହି ଜନ୍ତୁକୁ କିଛି ଲୋକ ଫାଶ ବସାଇ ଧରିଥିବା ବେଳେ ତାକୁ ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ମାତ୍ର ଧରାପଡ଼ିବା ପରେ ଏହାର ଭିଡିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ୍‌ କରାଯାଇଛି । ଏଭଳି ଜନ୍ତୁକୁ ପାରାଦୀପରେ ପୂର୍ବରୁ କେହି କେବେ ଦେଖି ନଥିବା କହୁଛନ୍ତି । ବନ୍ୟଜନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ ଯାହାକି ଭାରତୀୟ ଜଳବାୟୁରେ ବିରଳ । ଏହି ପଶୁ ଆଫ୍ରିକୀୟ ଦେଶ ସମେତ ପଶ୍ଚିମ ଏସିଆ, ସାଉଦି ଆରବ ଓ ଇରାନ ଭଳି ଦେଶରେ ଦେଖିବାକୁ ମିଳନ୍ତି । ଅତି ଗରମ କିମ୍ବା ଥଣ୍ଡା ଜଳବାୟୁରେ ଏହା ଅତି ସହଜରେ ନିଜକୁ ଖାପ ଖୁଆଇ ଚଳିପାରେ । ହେଲେ ମାହାଳ ଅଞ୍ଚଳକୁ ଏହା କିଭଳି ଓ କେଉଁଠୁ ଆସିଲା ତାହା ଏବେ ପ୍ରଶ୍ନବାଚୀ । ଗୋଟିଏପଟେ ଶିଳ୍ପାଞ୍ଚଳରୁ ଧିରେ ଧିରେ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ଏଥିପ୍ରତି ଧ୍ୟାନ ନଦେବା ଓ ବିଭାଗୀୟ ଅବହେଳାରୁ ଅନେକ ବିରଳ ଜୀବ ବି ଧ୍ୱଂସାଭିମୁଖି ହେଉଥିବା ଲକ୍ଷ୍ୟ କରାଯାଉଛି ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!