Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଆଇ କର୍ମଚାରୀ କହି ହଡପ୍ କରୁଥିଲେ ହାଇକୋର୍ଟ ଓକିଲ

by ସଞ୍ଜୟ ସ୍ୱାଇଁ
July 6, 2021
in Crime, NATIONAL NEWS
ସିବିଆଇ କର୍ମଚାରୀ କହି ହଡପ୍ କରୁଥିଲେ ହାଇକୋର୍ଟ ଓକିଲ
66
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା): ଜଣେ ୪୨୦ ହାଇକୋର୍ଟ ଓକିଲଙ୍କୁ ବାନ୍ଧିଛି ପୁଲିସ। ସେ ହାଇକୋର୍ଟର ଓକିଲ ହୋଇଥିଲେ ହେଁ ଜମି ଓ ବିଲଡିଂ ହଡ଼ପ ପାଇଁ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଉଥିଲେ। ଏହି ଘଟଣାରେ କୋଲକାତା ପୁଲିସ ସଂପୃକ୍ତ ନକଲି ସିବିଆଇ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ସନାତନ ରାୟ ଚୌଧୁରୀ। ସେ କ୍ୟାଲକାଟା ହାଇକୋର୍ଟର ଜଣେ ଓକିଲ। ତାଙ୍କୁ ଠକେଇ, ନିଜକୁ ନକଲି ସରକାରୀ ଅଧିକାରୀର ପରଚିୟ ଦେଇ ଲୋକଙ୍କୁ ଠକିବା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ କରଯାଇଛି। ସେ ଗରିହାଟ ପୁଲିସ ଷ୍ଟେସନ ଅଧୀନରେ ଅନ୍ୟମାନଙ୍କ ସହ ମିଶି ଜମି ଅକ୍ତିଆର କରିଥିଲେ। ଅଭିଯୁକ୍ତ ସନାତନ ସବୁବେଳେ ନୀଲ ରଙ୍ଗର ବତୀ ଲାଗିଥିବା କାରରେ ଚଲାବୁଲା କରୁଥିଲେ ଓ ନିଜକୁ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ଭାବେ ପରିଚୟ ଦେଉଥିଲେ। ତେବେ ସୋଶାଲ ମିଡିଆରେ ସେ ନଜକୁ ସିବିଆଇର ସ୍ୱତନ୍ତ୍ର ଓକିଲ ଭାବେ ଚିତ୍ରଣ କରିଥିଲେ। ସୋଶାଲ ମିଡିଆରେ ସେ ଏମିତି କିଛି ସବୁ ତଥ୍ୟ ଉପସ୍ଥାପନ କରିଥିଲେ ଯେ ଯାହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ିଛି। ଏହାକୁ ଆଧାର କରି କୋଲକାତା ପୁଲିସ୍‌ ଆଜି ସନାତନଙ୍କୁ ଗିରଫ କରିଛି। କିଛି ଦିନ ତଳେ କୋଲକାତାରୁ ଜଣେ ନକଲି ଆଇପିଏସ ଦେବାଞ୍ଜନ ଦେବଙ୍କୁ ଗିରଫ କରାଯାଇଥିଲେ। ସେ ନକଲି ଟିକା କ୍ୟାମ୍ପ ଜରିଆରେ ଶହଶହ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିଲେ। କୋଲକାତା ପୁଲିସର ଏସଆଇଟି ନକଲି ଟିକା କ୍ୟାମ୍ପର ତଦନ୍ତ କରୁଥିବା ବେଳେ ଦେବାଞ୍ଜନଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!