Saturday, August 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୯ବର୍ଷର ରେକର୍ଡ ଭାଙ୍ଗିଲେ ଅଭିମନ୍ୟୁ

by ସଞ୍ଜୟ ସ୍ୱାଇଁ
July 1, 2021
in Sports
୧୯ବର୍ଷର ରେକର୍ଡ ଭାଙ୍ଗିଲେ ଅଭିମନ୍ୟୁ
89
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୧୯ ବର୍ଷର ରେକର୍ଡ ଭାଙ୍ଗି ବିଶ୍ୱ ଚେସରେ ନୂଆ ଇତିହାସ ଚରିଲେ ୧୨ବର୍ଷୀୟ ଯୁବକ ଅଭିମନ୍ୟୁ । ସର୍ବକନିଷ୍ଠ ଗ୍ରାଣ୍ଡ ମାଷ୍ଟର ହୋଇ ଭାଙ୍ଗିଲେ ୧୯ ବର୍ଷର ରେକର୍ଡ । ସେ ଆମେରିକାର ଭାରତୀୟ ବଂଶଦ୍ଭବ ପରିଚିତ ଅଭିମନ୍ୟୁ ମିଶ୍ର । ୧୨ବର୍ଷ ୪ମାସ ୨୫ ଦିନରେ ଗ୍ରାଣ୍ଟମାଷ୍ଟର ହେବାର ଗୌରବ ଅର୍ଜନ କରିପାରିଛନ୍ତି ଅଭିମନ୍ୟୁ । ପୂର୍ବରୁ ୟୁକ୍ରେନର ସର୍ଜେ କାରଜାକିନଙ୍କ ନାମରେ ଏହି ରେକର୍ଡ ଥିଲା । ୧୯୯୦ ମସିହାରେ ୧୨ ବର୍ଷ ୭ମାସରେ ଗ୍ରାଷ୍ଟମାଷ୍ଟର ହୋଇଥିଲେ ସର୍ଜେ କାରଜାକିନ୍ । ତାଙ୍କର ଏହି ରେକର୍ଡକୁ ଅଭିମନ୍ୟୁ ମାତ୍ର ୧୨ବର୍ଷ ୪ମାସ ୨୫ଦିନରେ ଭାଙ୍ଗି ଇତିହାସ ରଚିଛନ୍ତି । ବୁଦେପେଣ୍ଟରେ ଚାଲିଥିବା ଜିଏମ୍ ଟୁର୍ଣ୍ଣାମେଣ୍ଟରେ ଅଭିମନ୍ୟୁ ଭାରତୀୟ ଜିଏମ୍ ଲିଓନ ମେଣ୍ଡନକାଙ୍କୁ ପରାଜିତ କରି ତୃତୀୟ ଜିଏମ୍ ନର୍ମ ହାସଲ କରିଥିଲେ । ମାର୍ଚ୍ଚ ମାସରେ ୨୪ଶହ ପଏଣ୍ଟ ଅତିକ୍ରମ କରି ପାରିଛନ୍ତି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ୧୦୦ଇଏଲଓ ପଏଣ୍ଟ ଓ ତୃତୀୟ ଜିଏମ୍ ନର୍ମ ଆବଶ୍ୟକ କରୁଥିଲେ । ଭାରତୀୟ ବଂଶଦ୍ଭବ ହୋଇ ନ୍ୟୁଜର୍ସିରୁ ପ୍ରତିନିଧିତ୍ୱ କରୁଛନ୍ତି ଅଭିମନ୍ୟୁ ମିଶ୍ର ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!