Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ କିନ୍ନରଙ୍କୁ ମାଡି ବସିଲା ଆରପିଏଫ ପୁଲିସ

by ସଞ୍ଜୟ ସ୍ୱାଇଁ
June 30, 2021
in Crime, State
୨ କିନ୍ନରଙ୍କୁ ମାଡି ବସିଲା ଆରପିଏଫ ପୁଲିସ
255
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗଞ୍ଜେଇ ଚାଲାଣ ର୍ୟା କେଟ୍‌ରେ ସାମିଲ୍‌ ହେଲେଣି କିନ୍ନର । ଟ୍ରେନ୍‌ ଯୋଗେ ଅହମ୍ମଦାବାଦ ଗଞ୍ଜେଇ ଚାଲାଣ କରୁଥିବା ୨ କିନ୍ନର ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଛନ୍ତି । ଆର୍‌ପିଏଫ୍‌ର କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଆରପିଏଫ ଥାନାର ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁହେଁ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା କିନ୍ନର ଏବଂ ଅନ୍ୟଜଣେ ବସନ୍ତ ସ୍ୱାଇଁ ଓରଫ ବାସନ୍ତୀ କିନ୍ନର । ପୁଲିସ ୨ ଜଣଙ୍କଠାରୁ ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଆର୍‌ପିଏଫ୍‌ କହିଛି, ଲିଜା ଓ ବାସନ୍ତୀ ଗତକାଲି ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଭୁବନେଶ୍ୱର ଅଭିମୁଖେ ଚଢ଼ିଥିଲେ । ସାଙ୍ଗରେ ଉଭୟେ ହ୍ୟାଣ୍ଡବ୍ୟାଗ ଓ ସୁଟକେସରେ ଗଞ୍ଜେଇ ଭର୍ତ୍ତି କରି ଆଣିଥିଲେ । ସେଠୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଏମାନେ ପୁରୀ-ଗୁଜରାଟ ଗାନ୍ଧୀଧାମ ଏକ୍ସପ୍ରେସରେ ଗଞ୍ଜେଇ ନେଇ ଅହମ୍ମଦାବାଦ ଯାଇଥାନ୍ତେ । ୨ କିନ୍ନର ଟ୍ରେନ୍‌ ଯାତ୍ରା ପାଇଁ ରିଜର୍ଭେସନ ଟିକେଟ କରିଥିବାରୁ ବାଲୁଗାଁ ଷ୍ଟେସନ କର୍ମକର୍ତ୍ତା ଓ ଆର୍‌ପିଏଫ୍‌ ଟିମ୍‌ଙ୍କ ସନ୍ଦେହ ଉପୁଜିଥିଲା । ଏନେଇ ସେମାନେ ଆର୍‌ପିଏଫ୍‌ କ୍ରାଇମ୍‌ବ୍ରାଞ୍ଚକୁ ଖବର ଦେଇଥିଲା । କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଭୁବନେଶ୍ୱର ଷ୍ଟେସନ ରେଳବାଇ ମେଲ ସର୍ଭିସ ଅଫିସ ସାମ୍ନାରୁ ଦୁଇ କିନ୍ନରଙ୍କୁ ଅଟକାଇ ଯାଞ୍ଚ କରିଥିଲା । ସେମାନଙ୍କ ହ୍ୟାଣ୍ଡବ୍ୟାଗ ଓ ସୁଟକେସରୁ ଗଞ୍ଜେଇ ପୁଡିଆ ମିଳିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ୨ଜଣ ମାନିଛନ୍ତି ଯେ ସେମାନେ ଗାନ୍ଧୀଧାମ ଏକ୍ସପ୍ରେସରେ ଅହମ୍ମଦାବାଦ ଯାଇଥାନ୍ତେ । ତେବେ ସେମାନେ କାହାଠୁ ଗଞ୍ଜେଇ କିଣିଥିଲେ? ଅହମ୍ମଦାବାଦରେ କାହାକୁ ବିକ୍ରି କରିଥାନ୍ତେ ? ଏନେଇ ଖୋଳତାଡ କରୁଛି ଭୁବନେଶ୍ୱର ଜିଆର୍‌ପି ଥାନା ପୁଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!