Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ କୃଷି ମନ୍ତ୍ରୀ, ଖରିଫରେ ଧାର୍ଯ୍ୟଠାରୁ କମ ସାର ଯୋଗାଇ ଦିଆଯାଇଛି

by ସଞ୍ଜୟ ସ୍ୱାଇଁ
June 21, 2021
in Planning and Development, State
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ କୃଷି ମନ୍ତ୍ରୀ, ଖରିଫରେ ଧାର୍ଯ୍ୟଠାରୁ କମ ସାର ଯୋଗାଇ ଦିଆଯାଇଛି
217
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଖରିଫ ସମୟରେ ରାଜ୍ୟକୁ ଯେଉଁ ପରିମାଣରେ ସାର କେନ୍ଦର ସରକାର ଯୋଗାଣ କରିବା କଥା ସେହି ପରିମାଣରେ ରାଜ୍ୟକୁ କମ ମିଳିଛି । ମୁଖ୍ୟତଃ ମେ ଓ ଜୁନ ମାସ ଖରିଫ ଋତୁ ହୋଇଥିବାରୁ ଚାଷୀ ମାନଙ୍କର ସଠିକ ସମୟରେ ସାର ଆବଶ୍ୟକ କିନ୍ତୁ ଏହି ସମୟ ଭିତରେ ଯାହା ପରିସଂଖ୍ୟାନ ମିଳିଛି କେନ୍ଦ୍ର ସରକାର ଧାର୍ଯ୍ୟଠାରୁ ବହୁତ କମ ସାର ଯୋଗାଇଛନ୍ତି । ଏଥିନିମନ୍ତେ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କ ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡାଙ୍କ ପାଖକୁ ଚିଠି ଲେଖିଛନ୍ତି । ମେ ମାସରେ ରାଜ୍ୟ ୪୮.୯୫୦ ମେଟ୍ରିକ ଟନ ୟୁରିଆ ସାର ଆବଶ୍ୟକ କରୁଥିବା ବେଳେ କେନ୍ଦ୍ର ୩୪.୩୪୦ ମେଟ୍ରିକ ଟନ ୟୁରିଆ ଯୋଗାଣ କରିଛି । ଏହିପରି ଭାବେ ଜୁନ ମାସର ୧୮ ତାରିଖ ପର୍ଯ୍ୟନ୍ତ ୭୦.୮୩୦ ମେଟ୍ରିକ ଟନ ୟୁରିଆ ଦେବାକୁ ଥିବା ବେଳେ ରାଜ୍ୟକୁ ୧୮.୬୯୦ ମେଟ୍ରିକ ଟନ କେନ୍ଦ୍ର ଯୋଗାଇଛି । ସେହିପରି ମେ ଓ ଜୁନ ମାସ ୧୮ ତାରିଖ ସୁଦ୍ଧା ୩୭.୫୧୯ ମେଟ୍ରିକ ଟନ ଡି.ଏ.ପି. ୮.୮୦୩ ମେଟ୍ରିକ ଟନ ଏମ.ଓ.ପି ୪୬.୯୦୨ ମେଟ୍ରିକ ଟନ ଏନ.ପି.କେ କେନ୍ଦ୍ର ଯୋଗାଇ ଦେଇଛି । ଯେଉଁଠି ରାଜ୍ୟର ପାଇବାକୁ ହକ ଅଛି ୮୨.୦୦୦ ମେଟ୍ରିକ ଟନ ଡି.ଏ.ପି., ୨୮.୯୦୦ ମେଟ୍ରିକ ଟନ ଏମ.ଓ.ପି ଓ ୮୧.୬୦୦ ମେଟ୍ରିକ ଏନ.ପି.କେ । ଚଳିତ ଖରିଫରେ ରାଜ୍ୟକୁ ଧାର୍ଯ୍ୟ ଆମନ୍ତ୍ରିତ ପରିମାଣଠାରୁ କମ ସାର ମିଳିଥିବାରୁ ତୁରନ୍ତ କେନ୍ଦ୍ର ସରକାର ସମୁଦାୟ ସାର ଯୋଗାଇଦେବା ପାଇଁ ଚିଠିରେ ରାଜ୍ୟ କୃଷି ମନ୍ତ୍ରୀ ଦାବି କରିଛନ୍ତି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!