Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କିଛିଦିନ ତଳେ ହୋଇଥିଲା ବାହାଘର, ଗଛରେ ଝୁଲିଲା ସ୍ୱାମୀ ସ୍ତ୍ରୀ ଙ୍କ ମୃତ ଦେହ

by ସଞ୍ଜୟ ସ୍ୱାଇଁ
June 19, 2021
in Crime, State
କିଛିଦିନ ତଳେ ହୋଇଥିଲା ବାହାଘର, ଗଛରେ ଝୁଲିଲା ସ୍ୱାମୀ ସ୍ତ୍ରୀ ଙ୍କ ମୃତ ଦେହ
434
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ଗଛରେ ଝୁଲିଛି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ। ବେକରେ ଲୁଗା ଗୁଡ଼ାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ମାତ୍ର ଏପର୍ୟ୍ୟନ୍ତ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚମ୍ପୁଆ ଥାନା କୋଦ ଗାଡ଼ିଆ ଗାଁ ମାଟିହଣା ସାହିରେ ବାସ କରନ୍ତି ରଞ୍ଜିତ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ପାନମତି। ଉଭୟ ମୂଲ ମଜୁରି ଲାଗି ଚଳନ୍ତି। ବେଶ୍‌ ଖୁସିରେ ଥିଲେ। ଆଜି ସକାଳେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ମୁଣ୍ଡ ଗଛରେ ଦେଖିବାକୁ ମିଳିଥିଲା। ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ତେବେ ପରିବେଶ ଓ ପରିସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା ନୁହେଁ ବୋଲି ଅନୁମାନ କରାଯାଉଛି। ତାହାହେଲେ ସେମାନଙ୍କୁ ହତ୍ୟା କଲା କିଏ? ଏହା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସେପଟେ ଗାଁ ଲୋକଙ୍କ କହିବା ଅନୁସାରେ ରଞ୍ଜିତ ମୁଣ୍ଡାଙ୍କ ବଡ଼ ଭାଇ ଅନ୍ୟ ଜଣେ ମହିଳାଙ୍କୁ ନେଇ ପଳାଇ ଯାଇଥିଲେ। ଘରେ ପାନମତି ଘରେ ଏକା ଥିଲେ। ରଞ୍ଜିତ ତାଙ୍କ ବଡ଼ ଭାଇଙ୍କ ସ୍ତ୍ରୀ ପାନମତିଙ୍କୁ ବିବାହ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!