Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଓବାଦୀ କହି ଲୁଟୁଥିଲେ, ଶେଷରେ ପୁଲିସ ପଞ୍ଝାରେ

by ସଞ୍ଜୟ ସ୍ୱାଇଁ
June 16, 2021
in Crime, State
ମାଓବାଦୀ କହି ଲୁଟୁଥିଲେ, ଶେଷରେ ପୁଲିସ ପଞ୍ଝାରେ
192
VIEWS
Share on FacebookShare on Twitter

ଦାରିଙ୍ଗବାଡ଼ି, (ବାଘୁଆବାର୍ତ୍ତା): ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ପଡିଛନ୍ତି ୪ ନକଲି ମାଓବାଦୀ । ମାଓବାଦୀଙ୍କ ନାଁ ନେଇ ଲୋକଙ୍କ ଘରୁ ଲୁଟୁଥିଲେ ଏମାନେ । ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଅଂଚଳରେ । ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାରୀ ଦାରିଙ୍ଗବାଡ଼ି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ୪ ଜଣ ଦୁର୍ବୁତ୍ତ ଗିରଫ ହୋଇଥିଲା ବେଳେ ଗୋଟିଏ ଦେଶୀ ବନ୍ଧୁକ,ସୁନା,ଟଙ୍କା ଓ ଛୁରୀ ଆଦି ଅସ୍ତ୍ରଶସ୍ତ୍ର ପୋଲିସ ଜବତ କରିଛି । ଗତ ୧୦ ତାରିଖ ରାତି ୧୨ ଟା ସମୟରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଭୋକରେ ଅଛୁ କିଛି ଖାଇବାକୁ ଦିଅ ବୋଲି କହି ଦୁର୍ବୁତ୍ତ ମାନେ କବାଟ ଖୋଲିବାକୁ କହିଥିଲେ । ହେଲେ ଏହି ଦୁଇ ପରିବାର ଭୟରେ କବାଟ ନ ଖୋଲିବାରୁ ଵୋମା ପକାଇ ଘର ଉଡ଼ାଇଦେବୁ ବୋଲି ସେମାନେ ଧମକ ଦେଇଥିଲେ । ଦୁର୍ବୃତ୍ତମାନଙ୍କର ଏହି ଧମକ ଶୁଣି ପ୍ରମୋଦ ପ୍ରଧାନ ଓ ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକ କବାଟ ଖୋଲିବାକୁ ବାଧ୍ୟ ହୋଇଥିଲେ । କବାଟ ଖୋଲିବା ପରେ ଅସ୍ତ୍ରଶସ୍ତ୍ର ଦେଖାଇ ଘରେ ଥିବା ଟଙ୍କା,ସୁନା,ଡାଲି,ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ । ଘଟଣାକୁ ନେଇ ଦୁଇ ପରିବାର ଭୟଭୀତ ହୋଇପଡ଼ିଥିଲେ । ପରବର୍ତ୍ତୀ ସମୟରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉଭୟ ପରିବାର । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଓ ସବ୍ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ନିଜକୁ ମାଓବାଦୀ ବଲାଉଥିବା ନକଲି ମାଓବାଦୀ ଗ୍ୟାଙ୍ଗର ୪ ଜଣକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ହେଲେ ଆଉ ଦୁଇ ଜଣ ଏବେବି ଫେରାର୍ ଥିବା ଜଣାପଡ଼ିଛି । ଗିରଫ ଚାରିଜଣ ହେଲେ ସିମନବାଡ଼ି ଗ୍ରାମର କୃପାକର ମୁଖୀ(ବାଣୁଆ),ଅଶୋକ ରଞ୍ଜନ ନାୟକ(ଡିଲୁ),ଜେରେହ ନାୟକ(ଅମର) ଓ ବାଲିଗୁଡା ଥାନା ସୀତାପଙ୍କା ଗ୍ରାମର ବଳରାମ ପ୍ରଧାନ । ଦାରିଙ୍ଗବାଡ଼ି ପୋଲିସ୍ ଘଟଣାରେ ସମ୍ପୃକ୍ତ ଚାରିଜଣ ନକଲି ମାଓବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୦ହଜାର ୫୦୦ଟଙ୍କା, ୧୪ ଗ୍ରାମ ସୁନା,ଗୋଟିଏ ଦେଶୀ ବନ୍ଧୁକ,ଖଣ୍ଡା,କାତି,ଛୁରି ଜବତ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!