Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଠକାର୍ପଣ ହେଲା ଡ. ସାହୁଙ୍କ ସମ୍ପାଦିକ ଗଳ୍ପ ପୁସ୍ତକ ‘ମଣିଷ ବ୍ୟତିରେକ’

ମଣିଷ ପ୍ରକୃତି ବିରୁଦ୍ଧରେ ଯିବା ପାଇଁ ବିଜ୍ଞାନ ଓ କାରିଗରୀ ଭରସା ଦେଇଛି

by ସଞ୍ଜୟ ସ୍ୱାଇଁ
June 14, 2021
in Literature, Nayagarh
ପାଠକାର୍ପଣ ହେଲା ଡ. ସାହୁଙ୍କ ସମ୍ପାଦିକ ଗଳ୍ପ ପୁସ୍ତକ ‘ମଣିଷ ବ୍ୟତିରେକ’
432
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶାର ଅନନ୍ୟ ସାହିତ୍ୟାନୁଷ୍ଠାନ ଲେଖକ, ପାଠକ, ପ୍ରକାଶକ ସାମ୍ମୁଖ୍ୟ ଆନୁକୁଲ୍ୟରେ ଆଜି ଭର୍ଚ୍ଚୁଆଲ ମୋଡ ଦ୍ୱାରା ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିକ ପୁସ୍ତକ ‘ମଣିଷ ବ୍ୟତିରେକ’ ପାଠକାର୍ପଣ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପୁସ୍ତକ ମଣିଷର ଶ୍ରେଷ୍ଠ ବନ୍ଧୁ ବୋଲି କୁହାଯାଏ ବୋଲି କହିଥିଲେ । । ଲେଖକ, ପାଠକ ଏବଂ ପ୍ରକାଶକଙ୍କ ତ୍ରିବେଣୀ ସଙ୍ଗମ ନହେଲେ ଭାଷା ଓ ସାହିତ୍ୟର ଉନ୍ନତୀ ସମ୍ଭବ ହେବ ନାହିଁ ବୋଲି କହିଛନ୍ତି । ଜନ, ମନ, ଧନ ଏବଂ ସମୟ ଥିଲେ ସାହିତ୍ୟର ଉନ୍ନତୀ ହେବ ବୋଲି ଆଲୋଚନା ଅବସରରେ ସୂଚନା ଦେଇଥିଲେ । ଲୋକଙ୍କର ପଢ଼ିବାର ଆଗ୍ରହ ବଢ଼ିଛି, ସୋସିଆଲ ମିଡିଆର ବିଭିନ୍ନ ମାଧ୍ୟମରେ ଲୋକମାନେ ପଢ଼ୁଛନ୍ତି ବୋଲି ସେ କହିଥିଲେ । ବିଜ୍ଞାନ ଓ କାରିଗରୀ ଏହି ସୁବିଧା ଦେଇଛି । ମଣିଷ ପ୍ରକୃତି ବିରୁଦ୍ଧରେ ଯିବା ପାଇଁ ବିଜ୍ଞାନ ଓ କାରିଗରୀ କୈାଶଳ ମଧ୍ୟ ଭରସା ଦେଇଛି ।

ଉଦଘାଟକ ଭାବେ ପ୍ରଖ୍ୟାତ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ଯୋଗ ଦେଇ ପୁସ୍ତକଟିକୁ ପାଠକାର୍ପଣ କରିବା ସହ ପୁସ୍ତକ ସମ୍ବନ୍ଧରେ ଅନେକ ଆଲୋଚନା କରିଥିଲେ । ୨୯ଟି ଚମତ୍କାର ଗଳ୍ପକୁ ନେଇ ପୁସ୍ତକଟି ପ୍ରକାଶ ପାଇଥିବା ବେଳେ ଏଥିରେ ପ୍ରକୃତି ଉପାଦେୟ ବହୁ ଗଳ୍ପ ରହିଥିବା କହିଥିଲେ । ମନ୍ତ୍ରୀ ଜଟିଳ ରାଜନୀତି ମଧ୍ୟରେ ଥିଲେ ବି ସାହିତ୍ୟ ମନସ୍କ ହୋଇ ପାଠକଙ୍କ ପାଇଁ ଏଭଳି ଉଦ୍ୟମ କରୁଥାନ୍ତୁ ବୋଲି ଡ. ରାୟ କହିଥିଲେ । ଡ. ସାହୁ ସମ୍ପାଦକୀୟ ଅଭିବ୍ୟକ୍ତି ରଖିବା ସମୟରେ ପଶୁ-ପକ୍ଷୀଙ୍କ ପାଖରେ ସ୍ନେହ, ଶ୍ରଦ୍ଧା ଓ ସ୍ୱାର୍ଥପରତା ମଧ୍ୟ ରହିଥିବା କହିଛନ୍ତି । ତାଙ୍କର ବିଚାର ଶକ୍ତି ଅଛି, ବୁଦ୍ଧି ଅଛି, ଆନୁଗତ୍ୟ ଅଛି । ସୃଷ୍ଟିର ଗତାନୁଗତିକ ଧାରାରେ ଯାହା ସ୍ୱାଭାବିକ ତାହା ରହିଛି ବୋଲି କହିଥିଲେ । ପଶୁ, ପକ୍ଷୀ, ବୃକ୍ଷ, ଲତା ଏବଂ ମଣିଷ ମଧ୍ୟରେ ରହିଥିବା ବିଭିନ୍ନ ପ୍ରଭେଦ ମଧ୍ୟରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମରେ ପୁସ୍ତକର ପ୍ରକାଶକ ଶୁଭେନ୍ଦୁ ଶେଖର ରଥ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଲେଖକ ଓ ପାଠକ ମଧ୍ୟରେ ସେତୁଟିଏ ହେଉଛି ପ୍ରକାଶକ ବୋଲି ସେ କହିଥିଲେ । ପଶୁ, ପକ୍ଷୀଙ୍କୁ ନେଇ ଲେଖା ଯାଇଥିବା ଗଳ୍ପକୁ ଏକାଠି କରିବାର ଏକ ନିଆରା ପରିକଳ୍ପନା ଡ. ସାହୁ କରିଥିବା ସେ କହିଛନ୍ତି । କଥାକାର ଡ. ଅରବିନ୍ଦ ରାୟ ପୁସ୍ତକ ପରିକଳ୍ପନାର ଇତିହାସ ସଂମ୍ପର୍କରେ ଆଲୋଚନା କରିବା ସହ ପ୍ରତ୍ୟେକ ଗଳ୍ପକୁ ନେଇ ସମୀକ୍ଷା କରିଥିଲେ । ବିଶିଷ୍ଟ କଥାକାର ଡ. ଅଜୟ ସ୍ୱାଇଁ ଅନ୍ୟତମ ସମୀକ୍ଷକ ଭାବେ ଯୋଗ ଦେଇ ପୁସ୍ତକରେ ୨୯ଟି ଗଳ୍ପ ୨୯ ପ୍ରକାରର ବୋଲି ସୂଚନା ଦେଇଥିଲେ । ଉଭିଦ୍ଦ ଜଗତ ଏବଂ ପ୍ରାଣୀ ଜଗତ ଉପରେ ଗଳ୍ପ ଗୁଡ଼ିକ ପର୍ଯ୍ୟବେଷିତ ବୋଲି କହିଛନ୍ତି । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏହା ଏକ ବିରଳ ଗଳ୍ପ ସଂକଳନ ବୋଲି ଡ. ସ୍ୱାଇଁ କହିଥିଲେ । ମଣିଷ ବ୍ୟତିରେକ ପ୍ରାଣୀମାନେ ଅନେକ କଳ୍ପରେ କଥା କହୁଥିବା ଦେଖାଯାଇଛି । ପଶୁର ଡିଏନଏରେ ବିଶ୍ୱାସ ଘାତକତା ନଥିବା ଡ. ସାହୁ ପୁସ୍ତକରେ ଉଲ୍ଲେଖ କରିଥିବା ଡ. ସ୍ୱାଇଁ କହିଛନ୍ତି । ଲେଖକର କାନ ତ୍ରଣୁ, ତୃଣ ଓ ପତଙ୍ଗର ଭାଷା ବୁଝିପାରୁ ବୋଲି ସେ କହିଥିଲେ । ପକ୍ଷୀଘର ପ୍ରକାଶନର ମୁଖ୍ୟ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ପୁସ୍ତକଟି ଅଫ୍ଲାଇନ୍ ଏବଂ ଅନ୍ଲାଇମ ମଧ୍ୟ କିଣି ଯାଇ ପାରିବ ବୋଲି ପ୍ରକାଶକ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!